ଭୁବନେଶ୍ବର: ବିଦ୍ୟାଳୟ ସ୍ତରରୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଅଲମ୍ପିକ ସମ୍ପର୍କିତ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏଣୁ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ପ୍ରଚଳନ କରାଯିବ। ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ଟି ସ୍କୁଲରେ ଆରମ୍ଭ ହେବ ଏହି ଅଲିମ୍ପିକ ଶିକ୍ଷାଦାନ। ଚୀନ ଓ ଜାପାନର ଖେଳାଳିଙ୍କ ଭଳି ଖେଳାଳି ସୃଷ୍ଟି ଉଦ୍ଦେଶ୍ୟରେ କସରତ […]
ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଥିବା କୁତବ ମିନାର ପରିସରରେ ୨୭ଟି ହିନ୍ଦୁ ମନ୍ଦିର ଏବଂ ଜୈନ ମନ୍ଦିରର ପୁନଃନିର୍ମାଣ ସମ୍ପର୍କିତ ଏକ ଆବେଦନ ଉପରେ ସାକେତ କୋର୍ଟରେ ଶୁଣାଣି ହୋଇଛି। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଜୁନ ୯ରେ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିବେ ବୋଲି କହିଛନ୍ତି। ଏହାପୂର୍ବରୁ ଆର୍କେଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ମଧ୍ୟ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛି ଯେ, […]
କଲମ୍ବୋ : ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲର ଘୋର ଅଭାବ ଦେଖାଦେବାରୁ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲ ଦର ୨୪.୩% ଏବଂ ଡିଜେଲ ୩୮.୪% ବୃଦ୍ଧି ପାଇଛି। ବୈଦେଶିକ ମୁଦ୍ରା ସଂରକ୍ଷଣ ଅଭାବରୁ ଶ୍ରୀଲଙ୍କା ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଏହି କାରଣରୁ ଏହି ବୃଦ୍ଧି ଘଟିଛି। ଏପ୍ରିଲ […]
ନୂଆଦିଲ୍ଲୀ : ଗହମ ପରେ ଚିନି ରପ୍ତାନିକୁ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି ଭାରତ ସରକାର। ଦେଶରେ ଚିନି ଉପଲବ୍ଧତା ବୃଦ୍ଧି ଓ ଦର ନିୟନ୍ତ୍ରଣ ପାଇଁ ସରକାର ଏହି ପଦକ୍ଷେପ ଲାଗି ଚିନ୍ତା କରୁଥିବା ଜଣାଯାଇଛି। ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାର ଚଳିତ ଚିନି ଋତୁରେ ଦେଶରୁ ମୋଟ ଚିନି ରପ୍ତାନିକୁ ୧୦ ନିୟୁତ ଟନ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇପାରନ୍ତି। ଚଳିତ ଚିନି […]
ତେହେରାନ: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଇରାନର ଦୁଇ ପାଇଲଟ। ତେହେରାନର ଦକ୍ଷିଣରେ ଥିବା ଇସ୍ଫାହାନ ପ୍ରଦେଶରେ ଏକ ଏଫ୍-୭ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ମଙ୍ଗଳବାର ଇରାନ ବାୟୁସେନାର ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ବ୍ରଡକାଷ୍ଟରର ୱେବସାଇଟରେ କୁହାଯାଇଛି ଯେ ଆଜି ସକାଳେ ଅନରାକ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ବିମାନର ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଯୁଦ୍ଧ ବିମାନଟି ଏକ ଟ୍ରେନିଂ ମିଶନରେ ବାହାରିଥିଲା। ହେଲେ ଉଡ଼ାଣ […]
ମାଲକାନଗିରି: ଏମଭି-୯ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଝିଅ ଘର ଜିଦ ଯୋଗୁଁ ଚାଲିଗଲା ଜଣେ ଯୁବକର ଅକାଳରେ ଜୀବନ। ଗତ ୯ ଦିନ ତଳେ କୋର୍ଟରେ ବିବାହ, ଆଉ ୯ ଦିନ ନପୁରୁଣୁ ଯୁବକର ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି-୯ ଗ୍ରାମରେ। ଜଣେ ବଙ୍ଗୀୟ ଯୁବକ ସଂଜୀବ ହାଲଦର ବାଇଲାପରି ଗ୍ରାମର ଆଦିବାସୀ ଝିଅ ସାବିତ୍ରୀ ପୋଡ଼ିଆମୀକୁ କୋର୍ଟରେ ବିବାହ କରି ଘରକୁ […]
ଗୋଟେ ପଟେ ଅଳିଆ ଗଦା, ଆର ପଟେ ଶ୍ମଶାନ, ସମସ୍ତଙ୍କ ପସନ୍ଦ, ଉତ୍ତରଦାୟିତ୍ବ କାହାର ନାହିଁ କଟକ: ଘରେ ଯେତେ ରକମ ଖାଦ୍ୟ ହୋଇଥାଉ, ଲୋଭ କିନ୍ତୁ ଥାଏ ଚଟ୍ପଟି, ଷ୍ଟ୍ରିଟ୍ଫୁଡ୍ ଉପରେ। ବାହାଘର ଓ ଭୋଜିଭାତରେ ଗୁପ୍ଚୁପ୍, ଦହିବରା, ଚାର୍ଟ ତ ନିଶ୍ଚିତ। ହେଲେ, ସମସ୍ତଙ୍କ ପସନ୍ଦ ଖଟାପାଣି ଯୁକ୍ତ ଗୁପ୍ଚୁପ୍ର ପ୍ରସ୍ତୁତି ପ୍ରଣାଳୀ ଥରେ ସ୍ବଚକ୍ଷୁରେ ଦେଖିଲେ, ତାହା ଆଉ ବୋଧହୁଏ ଖାଇବାକୁ ଇଛା ହେବନି। ସବୁଦିନ […]
ଭୁବନେଶ୍ବର: ଦୀର୍ଘ ଦିନରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଦକୁ ନେଇ ହୋଇଆସୁଥିବା ଚର୍ଚ୍ଚାର ଅନ୍ତ ଘଟିଛି। ଏଆଇସିସି ପକ୍ଷରୁ ନୂଆ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ନିଯୁକ୍ତ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ମିଳିଛି। ଏ ସଂକ୍ରାନ୍ତରେ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଶ୍ରୀ ପଟ୍ଟନାୟକ ପୂର୍ବରୁ ମଧ୍ୟ ପିସିସି ସଭାପତି ଭାବେ କାର୍ଯ୍ୟ କରିଥିଲେ। ପିସିସି […]
ବେଜିଂ : ତାଇୱାନ ପ୍ରସଙ୍ଗରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ। ତାଇୱାନକୁ ଅଧିକାର କରିବାକୁ ଚୀନ ଉଦ୍ୟମ କଲେ ଆମେରିକା ତାହାର ପ୍ରତିରୋଧ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଇଥିବା ବୟାନର ତୀବ୍ର ବିରୋଧ କରିଛି ଚୀନ। ଚୀନକୁ ହେୟଜ୍ଞାନ କରିବାର ଭୁଲ କରାଯିବା ଉଚିତ ନୁହେଁ ବୋଲି ଚୀନ କହିଛି। ବାଇଡେନର ବୟାନର ଜବାବ ଦେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ […]
ଭୁବନେଶ୍ବର: ବିଶିଷ୍ଟ ବାମପନ୍ଥୀ ନେତା ତଥା ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି। ସିପିଆଇ(ଏମ୍) ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଗତକାଲି ତାଙ୍କର ଶରୀରରେ ପଟ୍ଟାସିୟମ୍ ସ୍ତର ହ୍ରାସ ପାଇବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ […]