ଭୁବନେଶ୍ବର: ବିଦ୍ୟାଳୟ ସ୍ତରରୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଅଲମ୍ପିକ ସମ୍ପର୍କିତ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏଣୁ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ପ୍ରଚଳନ କରାଯିବ। ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ଟି ସ୍କୁଲରେ ଆରମ୍ଭ ହେବ ଏହି ଅଲିମ୍ପିକ ଶିକ୍ଷାଦାନ। ଚୀନ ଓ ଜାପାନର ଖେଳାଳିଙ୍କ ଭଳି ଖେଳାଳି ସୃଷ୍ଟି ଉଦ୍ଦେଶ୍ୟରେ କସରତ […]
ରାଜ୍ୟ
ଗୋଟେ ପଟେ ଅଳିଆ ଗଦା, ଆର ପଟେ ଶ୍ମଶାନ, ସମସ୍ତଙ୍କ ପସନ୍ଦ, ଉତ୍ତରଦାୟିତ୍ବ କାହାର ନାହିଁ କଟକ: ଘରେ ଯେତେ ରକମ ଖାଦ୍ୟ ହୋଇଥାଉ, ଲୋଭ କିନ୍ତୁ ଥାଏ ଚଟ୍ପଟି, ଷ୍ଟ୍ରିଟ୍ଫୁଡ୍ ଉପରେ। ବାହାଘର ଓ ଭୋଜିଭାତରେ ଗୁପ୍ଚୁପ୍, ଦହିବରା, ଚାର୍ଟ ତ ନିଶ୍ଚିତ। ହେଲେ, ସମସ୍ତଙ୍କ ପସନ୍ଦ ଖଟାପାଣି ଯୁକ୍ତ ଗୁପ୍ଚୁପ୍ର ପ୍ରସ୍ତୁତି ପ୍ରଣାଳୀ ଥରେ ସ୍ବଚକ୍ଷୁରେ ଦେଖିଲେ, ତାହା ଆଉ ବୋଧହୁଏ ଖାଇବାକୁ ଇଛା ହେବନି। ସବୁଦିନ […]
ଭୁବନେଶ୍ବର: ବିଶିଷ୍ଟ ବାମପନ୍ଥୀ ନେତା ତଥା ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି। ସିପିଆଇ(ଏମ୍) ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଗତକାଲି ତାଙ୍କର ଶରୀରରେ ପଟ୍ଟାସିୟମ୍ ସ୍ତର ହ୍ରାସ ପାଇବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୨୩ ତାରିଖ ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୫ ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ […]
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ଜାରି ରହିଥିବା ବେଳେ ଏହାକୁ ନେଇ ବହୁ ବିବାଦ ଦେଖାଯାଇଛି। ବିରୋଧୀ ଦଳର ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏହି ପ୍ରସଙ୍ଗ ଉପରେ ଏବେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିକାଶ କାମ ଯାହା ଚାଲିଛି, ତାର ଖରାପ ପ୍ରଭାବ ନପଡୁ। ଶ୍ରୀମନ୍ଦିରର ଭବିଷ୍ୟତ ଓ ବର୍ତ୍ତମାନ ପ୍ରତି ଯେପରି କୌଣସି […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୨୦ ତାରିଖ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଢ଼େଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, କଟକ, ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]
କଟକ: ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ସହଯୋଗ ଓ ସମର୍ଥନ ଲୋଡାଯାଇଛି। ଏ ନେଇ ଶ୍ରୀଜଗନ୍ନାଥ ସେନା ତରଫରୁ ହାଇକୋର୍ଟ ବାର୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ହାଇକୋର୍ଟର ଆଇନଜୀବୀଙ୍କ ସହିତ ଆଲୋଚନା କରିବା ସହିତ ଶ୍ରୀମନ୍ଦିର ମନ୍ଦିର ସୁରକ୍ଷା ପ୍ରସଂଗରେ ସହଯୋଗ କରିବାକୁ କହିଥିଲେ। ଏହି ଅବସରରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ […]
ଭୁବନେଶ୍ବର: ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥର ରୂପରେଖ। ଏଥିପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ପ୍ରଶସ୍ତ ରାସ୍ତା ସାଙ୍ଗକୁ ଗେଟ୍ ସମୁଖରେ ଶୋଭା ପାଇବ ୱାଟର୍ ଫାଉଣ୍ଟେନ୍। ବାଣୀବିହାର ଓଭରବ୍ରିଜ୍ଠାରୁ ପ୍ରଶାସନିକ ବିଲ୍ଡିଂ ପର୍ଯ୍ୟନ୍ତ ୮ଶହ ମିଟରର ନୂଆ ରାସ୍ତା ନିର୍ମାଣ କରାଯିବ। ଓଡ଼ିଶା ଆର୍କିଟେକ୍ ରୁଚିପୂର୍ଣ୍ଣା ଜେନା ଏହାର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ଫାଟକ ସମେତ ସୁରକ୍ଷା କର୍ମୀଙ୍କ ପ୍ରକୋଷ୍ଠ, ସିସିଟିଭି, ଉଭୟ ପାର୍ଶ୍ବରେ ୯ ମିଟର […]
ଛତ୍ରପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଗତ ୧୬ ତାରିଖଠାରୁ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ […]
ବାରଙ୍ଗ: ଚନ୍ଦକା ଅଭୟାରଣ୍ୟ ଗୋଡ଼ିବାରିଠାରେ ପୋଷା ଦନ୍ତା ହାତୀ ‘ନନ୍ଦ’ର ମୃତ୍ୟୁ ଘଟିଛି। ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି।ଗତ କିଛିଦିନ ପୂର୍ବରୁ ନନ୍ଦକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ଟ୍ରାଙ୍କୁଲାଇଜ ପରେ ନନ୍ଦର ସ୍ବାସ୍ଥ୍ୟ ବିଗିଡିଯାଇଥିଲା। ମୃତ୍ୟୁର ଏହା ଏକ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଶନିବାର ଟଳିପଡ଼ିଥିଲା ପୋଷା ଦନ୍ତା ହାତୀ ‘ନନ୍ଦ’। ଛାଟି ପିଟି ହୋଇ ଉଠିବାକୁ ଚେଷ୍ଟା କଲା। ମାଟିରେ ଗଡ଼ିଲା। […]