ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଭଷ୍ମା ଥାନାର ପୂର୍ବତନ ପୁଲିସ ଅଧିକାରୀ ତଥା ଅଧୁନା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦାଦରାଘାଟି ଫାଣ୍ଡି ଏସଆଇ ଭାବେ କାର୍ଯ୍ୟରତ ସୁଜିତ କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦାୟ ହେଲେ ଜେଲଦଣ୍ଡ ୧ ମାସ ବୃଦ୍ଧି […]
ଅପରାଧ
ରାୟଗଡ଼ା: ଗଞ୍ଜେଇ ଧରପଗଡ଼ କରିବାକୁ ଯାଇଥିବା ରାୟଗଡା ଜିଲ୍ଲା ପୁଲିସକୁ ବଡ ସଫଳତା ମିଳିଛି। ପଦ୍ମପୁର ଥାନା ଅନ୍ତର୍ଗତ ନାରାୟଣପୁର ଜଙ୍ଗଲରେ ଅତର୍କିତ ଚଢ଼ଉ ସମୟରେ ପୁଲିସ ଏକ କଲରାପତରିଆ ବାଘ ଛାଲ ସମେତ ୧୩୬ କିଲୋ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମହୁପଦର ଗ୍ରାମର ନାଗେଶ୍ୱର ମାଝି, ନାହୁସନ ମଲ୍ଲିକ ଏବଂ ସଉଲା ମାଝି। ସୂଚନା […]
ଭୁବନେଶ୍ୱର: ରାଜଧାନୀରେ ଜମି ଦଲାଲ୍ ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଏହି ଗ୍ୟାଙ୍ଗର ୭ ଜଣଙ୍କୁ କମିସନରେଟ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନକୁଳ ମହାକୁଡ, ଆଶିଷ ଜେନା, ଦୀପକ କୁମାର ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ କୁମାର ବଳିଆର ସିଂହ ଓ ଆଶିଷ କୁମାର ରାୟ। ଅଭିଯୁକ୍ତମାନଙ୍କର ଘର ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ। ନୟାପଲ୍ଲୀ ପୁଲିସ କହିଛି ଅଭିଯୁକ୍ତମାନେ […]
ଭୁବନେଶ୍ବର: ଏନ୍କାଉଣ୍ଟର୍ର ଶିକାର ହୋଇଥିବା ଅପରାଧୀ ଜିତେନ୍ଦ୍ର ପଲ୍ଲାଇ ଓରଫ୍ ଜିତୁର କୁଖ୍ୟାତ ଟିଟୋ ଗ୍ୟାଙ୍ଗ୍ ସହ ଲିଙ୍କ୍ ଅଛି। କମିସନରେଟ୍ ପୁଲିସ୍ ହାତରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହାତରେ ଲାଗିଛି। ଛୋଟମୋଟ ଚୋରି, ଛିନ୍ତାଇ କରୁଥିବା ଜିତୁ କେବେ ଓ କେମିତି ଟିଟୋ ଗ୍ୟାଙ୍ଗ୍ ସହ କେବେ ଓ କେମିତି ହାତ ମିଳାଇଲା, ତା’ର ଗୁମର ଖୋଲିଛି ପୁଲିସ। ପୁଲିସ୍ ସୂତ୍ରରୁ ଜଣାଯାଇଛି ଯେ ଜିତୁର ବାପା ଜଣେ […]
ଭୁବନେଶ୍ବର: ଆଜି ଶୂନ୍ୟକାଳରେ ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ରହିଛି। ଏହି ମାମଲାରେ ୧୯ ଜଣ ଗିରଫ ହେଲେଣି। ଏହା ଅନ୍ୟ ଜିଲ୍ଲାକୁ ମଧ୍ୟ ମାଡ଼ିଛି। ଏଥିରେ ଆଉ କେତେ ଜଣ ଗିରଫ ହେବେ ତାହା ଆକଳନ ବାହାରେ।ବାହାର ଜିଲ୍ଲା ଓ ରାଜ୍ୟରେ ତଦନ୍ତ କରିବା ପାଇଁ ପୁଲିସର କ୍ଷମତା […]
ଭୁବନେଶ୍ବର: ଗତ ୧୦ ତାରିଖରେ ଝିଅର ବାହାଘର କରିଥିଲେ। ପରମ୍ପରା ଅନୁସାରେ ବାହାଘରକୁ ଆସିଥିବା ସ୍ବତନ୍ତ୍ର ଅତିଥିମାନଙ୍କୁ ଲୁଗା ଦେବାକୁ ମନସ୍ଥିର କରିଥିଲେ। ଏଥିପାଇଁ ଭୁବନେଶ୍ବରକୁ ଲୁଗା କିଣିବାକୁ ଆସିଥିଲେ। କିନ୍ତୁ ଲୁଗା କିଣିବା ପୂର୍ବରୁ ପାଖରେ ରଖିଥିବା ୫୦ ହଜାର ଟଙ୍କା ‘ମୋ ବସ୍’ରେ ମଙ୍ଗଳବାର ଲୁଟ୍ ହୋଇଥିବା ନେଇ ଜଣେ ବ୍ୟକ୍ତି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଚୋରିର ଶିକାର ହୋଇଛନ୍ତି କଟକ ଜିଲ୍ଲା ବାଙ୍କୀ ଥାନା […]
ସୁନ୍ଦରଗଡ଼: ଏକବିଂଶ ଶତାଦ୍ଦୀରେ ଓଡ଼ିଶା ହେଉ କି ଭାରତ, ଅନେକ ପରିବର୍ତ୍ତନ ହୋଇସାରିଛି। ଆମେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛେ ସତ, କିନ୍ତୁ ଆମର ସମାଜରୁ ସଂପୂର୍ଣ୍ଣ ରୂପେ ଅନ୍ଧବିଶ୍ବାସ ଦୂର ହୋଇପାରି ନାହିଁ। ଏହି ଅନ୍ଧବିଶ୍ବାସକୁ କେନ୍ଦ୍ର କରି ରାଜ୍ୟରେ ବିଭିନ୍ନ ସମୟରେ ହିଂସା କାଣ୍ଡ ମଧ୍ୟ ଘଟୁଥିବାର ନଜିର ରହିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଅନ୍ଧବିଶ୍ବାସ ଏବେବି ଯାଇନାହିଁ। ସୁନ୍ଦରଗଡ଼ ଜିଲ୍ଲା କିଂଜିରକେଲା ଥାନା ଅନ୍ତର୍ଗତ […]
କାନପୁର: ବିଳମ୍ବିତ ରାତିରେ ଟ୍ରେନରେ ଯାଉଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ପରେ ଟ୍ରେନର ଅନ୍ୟ ବଗିରେ ଲୁଚିଥିବା ଯୁବକକୁ ଯାତ୍ରୀମାନେ ଧରି ପୁଲିସର ଜିମା ଦେଇଛନ୍ତି। କାନପୁରରେ ଏଭଳି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ କାନପୁର ସହରରେ ରହୁଥିବା ଜଣେ ଓକିଲ ତାଙ୍କ ପରିବାର ସହିତ ମାତା ଵୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଜମ୍ମୁ ଯାଇଥିଲେ। ଆଉ ଦର୍ଶନ ପରେ ସେ ବୁଧବାର ଦିନ ପରିବାର […]
ଭୁବନ: ଏନଏସି ଭଦଳିଆପଶି ଗ୍ରାମର କାଳନ୍ଦୀ ଚରଣ ସାହୁଙ୍କ ଘରୁ ପ୍ରାୟ ୧୨ଲକ୍ଷ ଟଙ୍କାର ସୁନା ଓ ରୁପା ନଗଦ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି। ଘର ମାଲିକ କାଳନ୍ଦୀ ଚରଣ ସାହୁ ପୁରୀ ଜଗନାଥ ଦର୍ଶନ କରିବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ତାଡି ଆଲମିରାରୁ ତାଲା ଖୋଲି ୧୨ଭରି ସୁନା ୧୭ଭରି ରୁପା ନଗଦ ୧.୪୦ଲକ୍ଷ ଟଙ୍କା ଚୋରି କରି ନେଇଥିବା […]
ଭୁବନେଶ୍ୱର: ଦୈତ୍ବ ନଗରୀ କଟକ ଓ ଭୁବନେଶ୍ୱରରେ ସକ୍ରିୟ ଥିବା ତାମିଲନାଡ଼ୁର ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି କମିସନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ। ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, କଟକ ଓ ଭୁବନେଶ୍ୱରରେ ମାତିଥିବା ଏହି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ ଗତ ୩ ମାସ ଧରି ଲୁଟପାଟ କରୁଥିଲେ। ଏହି ଗ୍ୟାଙ୍ଗକୁ ଗ୍ୟାଙ୍ଗର ସମସ୍ତ ସଦସ୍ୟ ରାଜ୍ୟ ବାହାରର। ସେମାନେ ଅଭିନବ ଢଙ୍ଗରେ କରୁଥିଲେ ଲୁଟ। […]