ଢାକା: ଆଜି ସକାଳେ ବାଂଲାଦେଶର ରାଜଧାନୀ ଢାକା ଅଭିମୁଖେ ଯାଉଥିବା ଗୋଟାଏ ବସ୍ ପଦ୍ମାସେତୁର ଉଠାଣି ରାସ୍ତାରେ ବିପରୀତ ଦିଗକୁ ବୁଲିଯାଇ ତଳକୁ ଗଡ଼ିପଡ଼ିବାରୁ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି। ଏହି ବସ୍ ଦୁର୍ଘଟଣା ମଦାରିପୁର ଅନ୍ତର୍ଗତ ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଘଟିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଥିବା ବେଳେ ବାକି ଯାତ୍ରୀମାନଙ୍କର ହଠାତ୍ ପରିଚୟ ମିଳିପାରି ନାହିଁ। […]
ବିଦେଶ
ସିଓଲ୍: ଯୁକ୍ତରାଷ୍ଟ୍ର ଆମେରିକା ବିପକ୍ଷରେ ଲଢ଼େଇ କରିବା ଲାଗି ସ୍ବ-ଇଚ୍ଛାରେ ଦେଶର ସେନାବାହିନୀରେ ଯୋଗ ଦେବା ଲାଗି ୮,୦୦୦୦୦ ନାଗରିକ ପ୍ରତିବଦ୍ଧ ବୋଲି ଆଜି ଉତ୍ତର କୋରିଆର ରାଷ୍ଟ୍ରାୟତ ଖବରକାଗଜ ରିପୋର୍ଟ କରିଛି। ରାଷ୍ଟ୍ରାୟତ ଖବରକାଗଜ ‘ରୋଡୋଙ୍ଗ୍ ସିନ୍ମୁନ୍’ ରିପୋର୍ଟ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା ସଙ୍ଗେ ମୁକାବିଲା କରିବାକୁ କେବଳ ଶୁକ୍ରବାର ଦିନ ସମଗ୍ର ଦେଶରୁ ପ୍ରାୟ ୮,୦୦୦୦୦ ଶିକ୍ଷାର୍ଥୀ ଓ କର୍ମଜୀବୀ ତାଲିକାଭୁକ୍ତ ହେବାକୁ ଅଥବା ପୁନଃତାଲିକାଭୁକ୍ତ ହେବାକୁ […]
ସିଓଲ୍: ଅଳ୍ପଦିନ ତଳେ ଝିଅ ସହିତ ମିଶି ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ପ୍ରତ୍ୟକ୍ଷ ଭାବେ ଦେଶର ସବୁଠୁ ଶକ୍ତିଶାଳୀ ‘ଇଣ୍ଟର୍କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍’ର ବ୍ୟବହାରିକ ଉତ୍କ୍ଷେପଣର ପର୍ଯ୍ୟବେକ୍ଷଣ କରିଥିବା ସମୟ ଫଟୋ ରାଷ୍ଟ୍ରାୟାତ ଗଣମାଧ୍ୟମ ପ୍ରକାଶ କରିଛି। ଗୁରୁବାର ଦିନ ଉତ୍କ୍ଷେପଣ କରାଯାଇଥିବା ‘ହ୍ବାସୋଙ୍ଗ୍-୧୭’ କ୍ଷେପଣାସ୍ତ୍ରଟି ହେଉଛି ଚଳିତ ବର୍ଷ ପିୟୋଗ୍ୟାଙ୍ଗ୍ର ଦ୍ବିତୀୟ ‘ଆଇସିବିଏମ୍’ ପରୀକ୍ଷଣ ବୋଲି ରାଷ୍ଟ୍ରାୟାତ ‘କୋରିୟାନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି’ (କେସିଏନ୍ଏ) […]
ଲଣ୍ଡନ୍: ସର୍ବସାଧାରଣଙ୍କ ନିମନ୍ତେ ମେ’ ମାସରେ ଉନ୍ମୁକ୍ତ ହେବାକୁ ଥିବା ‘ଟାୱାର୍ ଅଫ୍ ଲଣ୍ଡନ୍’ରେ ବ୍ରିଟେନ୍ ରାଜାଙ୍କ ରତ୍ନର ନୂତନ ପ୍ରଦର୍ଶନରେ ‘ବିଜୟର ପ୍ରତୀକ’ ଭାବେ ‘କୋହିନୂର୍’ ହୀରା ପ୍ରଦର୍ଶନ କରାଯିବ। ବ୍ରିଟେନ୍ ରାଜପ୍ରାସାଦଗୁଡ଼ିକର ପରିଚାଳନା କରୁଥିବା ଦାତବ୍ୟ ସଂସ୍ଥାନ ‘ହିଷ୍ଟୋରିକ୍ ରୟାଲ୍ ପାଲେସେସ୍’ ଚଳିତ ସପ୍ତାହରେ କହିଛି ଯେ, ଅନ୍ୟାନ୍ୟ ସାମଗ୍ରୀ ଓ ‘ଭିଜୁଆଲ୍ ପ୍ରୋଜେକ୍ସନ୍’ ଜରିଆରେ ନୂତନ ‘ଜୁଏଲ୍ ହାଉସ୍’ ପ୍ରଦର୍ଶନୀ ‘କୋହିନୂର’ର ଇତିବୃତ୍ତ ବ୍ୟାଖ୍ୟା କରିବ। […]
ଜାକର୍ତ୍ତା: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାସ୍ଥିତ ଏକ ତୈଳ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୬ ଜଣ ନିଖୋଜ ଅଛନ୍ତି। ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ କମ୍ପାନି ପର୍ଟାମିନା ଦ୍ୱାରା ପରିଚାଳିତ ପର୍ଟାମିନାର ପ୍ଲମ୍ପାଙ୍ଗ ଇନ୍ଧନ ଭଣ୍ଡାର ଉତ୍ତର ଜାକର୍ତ୍ତାର ତାନାହମେରା ଅଞ୍ଚଳର ଏକ ଜନବହୁଳ ଅଞ୍ଚଳ ନିକଟରେ ଅବସ୍ଥିତ। ଏହା ଇଣ୍ଡୋନେସିଆର ଆବଶ୍ୟକତାର ୨୫ ପ୍ରତିଶତ ଇନ୍ଧନ ଯୋଗାଉଛି।ଅଗ୍ନିଶମ ବାହିନୀ ପକ୍ଷରୁ […]
ଇସଲାମାବାଦ: ପାକିସ୍ତାନର ବାଲୋଚିସ୍ତାନରେ ବିସ୍ଫୋରଣ ନେଲା ୪ଜୀବନ। ରବିବାର ଦିନ ବାଲୋଚିସ୍ତାନର ବରଖାନର ଏକ ବଜାର ଭିତରେ ବିସ୍ଫୋରଣ ହେବାରୁ ଅତି କମରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି। ବରଖାନ ଡେପୁଟି କମିଶନର ଅବଦୁଲ୍ଲା ଖୋସୋ କହିଛନ୍ତି ଯେ ରାଖନୀ ବଜାର ଅଞ୍ଚଳରେ ଏକ ମୋଟରସାଇକେଲରେ ଲଗାଯାଇଥିବା ଆଇଡି ବିସ୍ଫୋରଣ ହେବାରୁ ବଜାରରେ ନିଆଁ ଲାଗିଥିଲା।ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା […]
ମସ୍କୋ: ଖୁବ୍ ଶୀଘ୍ର ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ମସ୍କୋ ଗସ୍ତରେ ଆସିବେ ବୋଲି ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ସୂଚନା ଦେଇଛନ୍ତି। ଚୀନ୍ର ପଦସ୍ଥ କୂଟନୀତିଜ୍ଞ ୱାଙ୍ଗ୍ ୟିଙ୍କୁ କ୍ରେମ୍ଲିନ୍କୁ ସ୍ୱାଗତ କରିବା ବେଳେ ପୁଟିନ୍ କହିଛନ୍ତି, ଜିନ୍ପିଙ୍ଗ୍ଙ୍କ ଗସ୍ତକୁ ଚାହିଁବସିଛୁ। ଏଥିପାଇଁ ଦୁଇ ଦେଶ ମଧ୍ୟରେ ବ୍ୟବସ୍ଥା କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ସବୁ ଜିନିଷ ପ୍ରଗତି କରୁଛି, ଉନ୍ନତି କରୁଛି। ଆମେ […]
ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋପନ ୟୁକ୍ରେନ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବାଇଡେନଙ୍କ ଗୋପନ ଗସ୍ତ ସୋମବାର ମଧ୍ୟରାତ୍ରିରେ ୱାଶିଂଟନ ବାହାରେ ଥିବା ଏକ ସାମରିକ ବିମାନବନ୍ଦର ହ୍ୟାଙ୍ଗରରୁ ଆରମ୍ଭ ହୋଇଥିଲା। ସକାଳେ ଜୋ ବାଇଡେନ୍ ବାୟୁସେନାର ବୋଇଂ ୭୫୭ ବିମାନରେ ଚଢ଼ିଥିଲେ, ଯାହାକୁ ସି-୩୨ କୁହାଯାଏ। ଆମେରିକା ରାଷ୍ଟ୍ରପତିଙ୍କ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଏହି ବିମାନ ବ୍ୟବହାର କରାଯାଏ। ପନ୍ଦର ମିନିଟ୍ ପରେ […]
ମସ୍କୋ : ପାଶ୍ଚାତ୍ୟ ଦେଶମାନେ ହିଁ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। କିନ୍ତୁ ଯୁଦ୍ଧରେ ରୁଷକୁ ହରାଇବା ଅସମ୍ଭବ ବୋଲି ସେ ଦାବି କରିଛନ୍ତି। ରାଷ୍ଟ୍ରପତି ପୁଟିନ୍ ମଙ୍ଗଳବାର ମସ୍କୋରେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ ମାନଙ୍କ ସହ ଆଲୋଚନା ଏବଂ କୂଟନୀତିର ମାର୍ଗକୁ ଆଗକୁ ବଢ଼ାଇବା ପାଇଁ ରୁଷ୍ ପ୍ରସ୍ତୁତ ଅଛି। ସେ ନାଟୋର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରି ସେ […]
ନୂଆଦିଲ୍ଲୀ : ଆସନ୍ତା ୨୪ ତାରିଖରେ ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଏକ ବର୍ଷ ପୂରଣ ହେବ। ଏହା ପୂର୍ବରୁ ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନ ପଛରେ ନିଜର ସମର୍ଥନକୁ ପ୍ରମାଣିତ କରିବାକୁ ପୋଲାଣ୍ଡର ଓ୍ବାର୍ସାଠାରେ ଏକାଠି ହୋଇଛନ୍ତି। ଏହି ବୈଠକରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାରଦିନ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି। କିନ୍ତୁ ପୋଲାଣ୍ଡରୁ ସେ ଗୋପନରେ ୟୁକ୍ରେନର ରାଜଧାନୀ କିବ୍ ଗସ୍ତ କରିଥିବା ଆଲୋଚନା ହେଉଛି। […]