ଦେଶରେ କରୋନା ଟିକାକରଣ ଅଭିଯାନରେ ଓଡ଼ିଶା ପ୍ରଥମ

ଟିକାକରଣ ଅଭିଯାନରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର: ଦେଶରେ କରୋନା ଟିକାକରଣ ଅଭିଯାନରେ ପ୍ରଥମ ସ୍ଥାନରେ ଓଡ଼ିଶା। ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ କରୋନା ଟିକାକରଣ ହାରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶାରେ ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଛନ୍ତି। ୧ ଲକ୍ଷ ୪୪ ହଜାର ୬୪୨ ଜଣ ଟିକା ନେବାକୁ ବାକି ରହିଛନ୍ତି। ରାଜ୍ୟରେ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଜାନୁଆରୀ ୩୧ରୁ ଫେବୃଆରୀ ୨ ତାରିଖ ଯାଏ ଚାଲିବ। ତେଣୁ ଏହି ତିନି ଦିନ କୋଭିଡ୍‌ ଟିକାକରଣ ବନ୍ଦ ରହିବ। ଫେବୃଆରୀ ୧୦ ତାରିଖ ସୁଦ୍ଧା ପ୍ରଥମ ଡୋଜ୍‌ ସମସ୍ତଙ୍କୁ ଦିଆ ସରିବ। ଟିକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି। ଯେଉଁମାନଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିଲା ସେମାନେ ଏବେ ସୁସ୍ଥ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସସ୍‌ କେସ୍‌ ୨୮ ରହିଛି। ନୂଆପଡ଼ାରୁ ସର୍ବାଧିକ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

୩୧ରୁ ପଲ୍‌ସ ପୋଲିଓ : ୟୁନିଟ୍‌-୪ରେ ହେବ ଉଦ୍‌ଘାଟନ

Sat Jan 30 , 2021
ଭୁବନେଶ୍ବର : କରୋନା ଟିକାକରଣ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିଥିବା ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖରେ ଆରମ୍ଭ ହେବ। ଜ‌ାନୁଆରି ୩୧ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପୋଲିଓ ବୁନ୍ଦା ଦିଆଯିବ। ୟୁନିଟ୍‌-୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ […]
୩୧ରୁ ପଲ୍‌ସ ପୋଲିଓ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial