ପଶ୍ଚିମବଙ୍ଗ ଲୋକଙ୍କୁ ଖଣ୍ଡେ କାଗଜ ଦେଖାଇ ଭୁଁଆ ବୁଲାଉଛନ୍ତି ମମତା ଦିଦି: ଶାହା

ଗୃହମନ୍ତ୍ରୀ ଅମିତ ଶାହା

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ବିଜେପି ପକ୍ଷରୁ ହାଓଡାରେ ଆଜି ଏକ ରାଲିର ଆୟୋଜନ କରାଯାଇଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ରାଲିରେ ଶାହା କହିଛନ୍ତି ଯେ ମମତା ବାନାର୍ଜୀ ପଶ୍ଚିମବଙ୍ଗଙ୍କୁ ଆଗକୁ ନେବା ବଦଳରେ ପଛକୁ ନେଇଯାଇଛନ୍ତି। ଶାହା ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗରେ ଯଦି ବିଜେପି ସରକାର ଗଠନ କରିବ ତେବେ କ୍ୟାବିନେଟର ପ୍ରଥମ ବୈଠକରେ ଆୟୁଷ୍ମାନ ଭାରତକୁ ଲାଗୁ କରାଯିବ। ଶାହା କହିଛନ୍ତି ଯେ,’ଦିଦି ପଶ୍ଚିମବଙ୍ଗର ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଦେଉନାହାନ୍ତି। କାରଣ ଏହି ଯୋଜନା ମୋଦୀ ସରକାର ଆରମ୍ଭ କରିଛନ୍ତି। କିଛି ଦିନ ତଳେ ମମତା ଦିଦି ଏକ ଚିଠି ପଠାଇ କିସାନ ସମ୍ମାନ ନିଧି ଯୋଜନା ଲାଗୁ କରିବାକୁ କହିଥିଲେ। ଦିଦି ଆପଣ କାହାକୁ ଭୁଆଁ ବୁଲାଉଛନ୍ତି। କିସାନ ସମ୍ମାନ ନିଧି ଯୋଜନା ଲାଗୁ କରିବାକୁ ହେଲେ କେବଳ ଖଣ୍ଡେ କାଗଜ ନ ପଠାଇ କୃଷକଙ୍କ ତାଲିକା, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆବଶ୍ୟକ। କିନ୍ତୁ ଦିଦି କିଛି ପଠାଇନାହାନ୍ତି’। ଅନୁପ୍ରବେଶ ମାମଲାରେ ତୃଣମୂଳ କଂଗ୍ରେସ ସରକାରକୁ ଟାର୍ଗେଟ କରି ଶାହା କହିଛନ୍ତି ଯେ;’ ମମତା ଦିଦି ପଶ୍ଚିମବଙ୍ଗର ମାଟିକୁ ରକ୍ତରଞ୍ଜିତ କରିଛନ୍ତି। ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କୁ ପ୍ରବେଶ କରାଇବାରେ ମମତା ଦିଦି ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି। ଏହି ସବୁ ଅନୁପ୍ରବେଶକାରୀଙ୍କୁ ରୋକିବାରେ କେବଳ ବିଜେପି ସରକାର ହିଁ ସଫଳ ହେବ’।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ପୁଣି ୧୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

Sun Jan 31 , 2021
ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୬୮ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୪୬ଜଣ ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ଅନୁଗୁଳରୁ ୮ଜଣ, ବାଲେଶ୍ବରରୁ ୭ଜଣ, ବରଗଡ଼ରୁ ୧୧ଜଣ, ବଲାଙ୍ଗୀରରୁ ୩ ଜଣ, ବୌଦ୍ଧରୁ ଜଣେ, କଟକରୁ ୭ଜଣ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ […]
ଆଜି ରାଜ୍ୟରେ ପୁଣି ୧୧୪ଜଣ ନୂଆ କରୋନା ଆକ୍ରାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial