ଆଜି ରାଜ୍ୟରେ ପୁଣି ୧୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜ୍ୟରେ ପୁଣି ୧୧୪ଜଣ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୬୮ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୪୬ଜଣ ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ଅନୁଗୁଳରୁ ୮ଜଣ, ବାଲେଶ୍ବରରୁ ୭ଜଣ, ବରଗଡ଼ରୁ ୧୧ଜଣ, ବଲାଙ୍ଗୀରରୁ ୩ ଜଣ, ବୌଦ୍ଧରୁ ଜଣେ, କଟକରୁ ୭ଜଣ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ୫ଜଣ, ଜଗତସିଂହପୁରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୬ଜଣ, ଝାରସୁଗୁଡ଼ାରୁ ୨ଜଣ, ଖୋର୍ଦ୍ଧାରୁ ୯ଜଣ, ମୟୁରଭଞ୍ଜରୁ ୫ଜଣ, ନବରଙ୍ଗପୁରୁ ଜଣେ, ନୂଆପଡ଼ାରୁ ୮ଜଣ, ପୁରୀରୁ ୮ଜଣ, ରାୟଗଡ଼ାରୁ ୩ ଜଣ, ସମ୍ବଲପୁରରୁ ୪ଜଣ, ସୁବର୍ଣ୍ଣପୁରରୁ ଜଣେ, ସୁନ୍ଦରଗଡ଼ରୁ ୨୧ଜଣ ଓ ଷ୍ଟେଟପୁଲରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୫୦୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୧୯୬୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ୧୧୫୧ଟି ସକ୍ରିୟ କରୋନା ମାମଲା ରହିଛି।

Share Now:

Kalinga News Beuro

Next Post

କାହିଁକି ଝରାଫୁଲଙ୍କ ମୃତଦେହକୁ ରାସ୍ତାକଡ଼ରେ ଫିଙ୍ଗିଦେଲା ଅଭିଯୁକ୍ତ ରାକେଶ

Sun Jan 31 , 2021
ଭୁବନେଶ୍ବର: ଝରାଫୁଲଙ୍କ ମୃତଦେହକୁ କାହିଁକି ରାସ୍ତାକଡ଼ରେ ଫିଙ୍ଗିଦେଇ ଚାଲିଯାଇଥିଲା ଅଭିଯୁକ୍ତ ରାକେଶ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାକେଶ ଓ ତାର ବନ୍ଧୁ ଝରାଫୁଲଙ୍କୁ ସ୍କୁଟରରେ ନେଇ ଯାଉଥିବା ବେଳେ ଝରାଫୁଲଙ୍କ ଗୋଡ଼ ରାସ୍ତାରେ ଘୁଷୁଡ଼ୁଥିଲା। ଏହା ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ନଜରରେ ପଡ଼ିବା ପରେ ସନ୍ଦେହ ହୋଇଥିଲା। ତେବେ ରାକେଶ ପୁଲିସକୁ କହିଛି, ରାସ୍ତାରେ ଯାଉଥିବା ଏକ […]
ଝରାଫୁଲଙ୍କ ମୃତଦେହକୁ କାହିଁକି ଫିଙ୍ଗିଦେଲା ଅଭିଯୁକ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial