ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଏୟାରପୋର୍ଟ ଥାନାରେ ଅଟକ

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା

ଭୁବନେଶ୍ବର: ରାଜଧାନୀରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଏୟାରପୋର୍ଟ ଥାନାରେ ଅଟକ ଥିବାର ଖବର ମିଳିଛି। ଏୟାରପୋର୍ଟ ଥାନା ପୁଲିସ୍ ସୁରେଶ ବେହେରାଙ୍କୁ ପଚରାଉଚୁରା କରୁଛି। ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଅଭିଯୋଗ ମୁତାବକ, ଭିନ୍ନକ୍ଷମମାନଙ୍କୁ ତାଲିମ୍ ଦେଇ ଆତ୍ମନିର୍ଭରଶୀଳ କରିବା ପାଇଁ ପଳାସପଲ୍ଲୀଠାରେ ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ନାମକ ଅନୁଷ୍ଠାନ କାମ କରୁଛି। ସୁରେଶ ବେହେରା ଏଠାରେ ପୂର୍ବରୁ କୋଷାଧ୍ୟକ୍ଷ ଥିଲେ। ପରେ ସେ ସମ୍ପାଦକ ପଦ ମାଡ଼ି ବସିଥିଲେ। ସେ ସମ୍ପାଦକ ହେବା ପରେ ତାଙ୍କ ବିରୋଧରେ ଅର୍ଥ ହେରଫେରଠୁ ନେଇ ଯୌନ କେଳେଙ୍କାରୀ ପର୍ଯ୍ୟନ୍ତ ବାରମ୍ବାର ନାନା ଅଭିଯୋଗ ଆସିଥିଲା। ଏହି ଅନୁଷ୍ଠାନକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ମିଳୁଥିଲା। ଲକ୍ଷଲକ୍ଷ ଟଙ୍କାର ଅନୁଦାନ ସହ ଘରୋଇ ଦାନ ମଧ୍ୟ ରହିଥିଲା। ଏହି ସବୁ ମୋଟା ଅଙ୍କର ଅର୍ଥ ହେରଫେର ହେଉଥିଲା। ସୁରେଶ ବେହେରା ଏହି ସବୁ ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ ରହିଥିଲା। ଉଭୟ ସରକାରଙ୍କ ଅଧିକୃତ ବାବୁମାନେ ଯାଞ୍ଚ କରିବାକୁ ଆସୁଥିଲେ। ହେଲେ ସେମାନଙ୍କୁ ଖୁସି କରାଇ ସ୍ବାର୍ଥ ହାସଲ କରିବାକୁ ସୁରେଶ ବେହେରା ସାଂଘାତିକ ଯୋଜନା କରିଥିଲେ। ଏଠାରେ ପ୍ରଶିକ୍ଷଣ ପାଉଥିବା ଦିବ୍ୟାଙ୍ଗ ଯୁବତୀମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ସଂପୃକ୍ତ ବାବୁମାନଙ୍କ ସହ ରାତି କଟାଇବାକୁ ପଠାଉଥିଲେ। ଏପରିକି ଗୋଟିଏ ରାତି ପାଇଁ ଯୁବତୀମାନଙ୍କୁ ୫ ହଜାର ଟଙ୍କା ଦିଆଯାଉଥିଲା ବୋଲି ଅଭିଯୋଗ ଆସିଛି। ବର୍ଷ ବର୍ଷ ଧରି ଏହି କୁତ୍ସିତ କାରବାର ଚାଲୁଥିଲା। ଏହି ସବୁ କାମରେ ମହିଳା ଟେଲରିଂ ମାଷ୍ଟର ମଧୁମଞ୍ଜରୀ ତାଙ୍କୁ ସହାୟତା କରୁଥିବା ଅଭିଯୋଗ ହୋଇଛି। ମୁଖ୍ୟତଃ ମଧୁମଞ୍ଜରୀ ହିଁ ବିଭିନ୍ନ ପ୍ରକାରେ ଫୁସୁଲାଇ ଦିବ୍ୟାଙ୍ଗ ଯୁବତୀମାନଙ୍କୁ ଏଥିପାଇଁ ବାଧ୍ୟ କରୁଥିଲେ। କେବଳ ସେତିକି ନୁହେଁ, ପୁରୁଣା କର୍ମଚାରୀଙ୍କୁ ଏଠାରୁ ହଟାଇବାରେ ସୁରେଶଙ୍କୁ ସେ ସହାୟତା କରୁଥିଲେ। ତେଣୁ କୋଭିଡ୍ ସମୟରେ ଏଠାରୁ ସମସ୍ତଙ୍କୁ ତଡ଼ି ଦିଆଯାଇଥିବା ବେଳେ କେବଳ ମଧୁମଞ୍ଜରୀଙ୍କୁ ହିଁ ରହିବା ପାଇଁ ସୁଯୋଗ ଦେଇଥିଲେ ସୁରେଶ। ଜଣେ ଯୁବତୀ ଏଭଳି ଅଭିଯୋଗ ଆଣିବା ପରେ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଥିଲା ଏବଂ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା।

Share Now:

Kalinga News Beuro

Next Post

ମହଙ୍ଗା ମାଡ଼: ବଢ଼ିଲା ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ

Fri Feb 5 , 2021
ନୂଆଦିଲ୍ଲୀ: ଦେଶର ଗୃହିଣୀଙ୍କୁ ମହଙ୍ଗା ମାଡ଼। ପୁଣି ଥରେ ବଢ଼ିଛି ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ। ସମସ୍ତ ମେଟ୍ରୋ ସହରରେ ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ଟଙ୍କା ବୃଦ୍ଧି ପାଇଛି। ଏହା ସହ ସରକାର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୟୁନିଟ୍ ପିଛା ୧୮୪ଟଙ୍କା ବୃଦ୍ଧି କରିଛନ୍ତି। ଦର ବୃଦ୍ଧି ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଏଲପିଜି ମୂଲ୍ୟ ୭୧୯ଟଙ୍କାକୁ […]
ବଢ଼ିଲା ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ମୂଲ୍ୟ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial