ଦେଶ ବିରୋଧୀ ଷଡ଼ଯନ୍ତ୍ରକାରୀଙ୍କୁ ଉଚିତ ଜବାବ ଦିଆଯିବ: ମୋଦୀ

ଦେଶ ବିରୋଧୀ ଷଡ଼ଯନ୍ତ୍ରକାରୀଙ୍କୁ ଉଚିତ ଜବାବ ଦିଆଯିବ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ମୋଦୀ ଆଜି ହଳଦିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ମୋଦୀ ତାଙ୍କ ଭାଷଣରେ ପ୍ରଥମରେ କହିଥିଲେ ଯେ ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନ ସ୍ଥିତି ଉପରେ ନଜର ରଖିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି। ମୋଦୀ ତାଙ୍କ ଅଭିଭାଷଣରେ ଚଳିତ ବଜେଟରେ ପଶ୍ଚିମବଙ୍ଗକୁ ଦିଆଯାଇଥିବା ଅନୁଦାନ ଓ ଯୋଜନା ବାବଦରେ ବଖାଣିଥିଲେ। ଜନସଭାରେ ଆଜି ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବି ଟାର୍ଗେଟ କରିଥିଲେ। ମୋଦୀ କହିଥିଲେ ଯେ ଅନ୍ୟ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗ କାହିଁକି ପଛରେ ପଡିଛି ? ଗତ ୧୦ ବର୍ଷ ଧରି ମମତାଙ୍କ ସରକାର କେତେ ଶିଳ୍ପ ସ୍ଥାପନ କରିଛନ୍ତି। ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ କଂଗ୍ରେସ ଶାସନରେ ଥିଲା। କଂଗ୍ରେସ ଭ୍ରଷ୍ଟାଚାର କରିଥିବାବେଳେ ବାମ ଦଳ ସରକାର ଭ୍ରଷ୍ଟାଚାର ଓ ଅତ୍ୟାଚାର କରିଥିଲା। ବାମଦଳର ପୁନର୍ଜୀବନ ଭାବେ ମମତା ଉଭା ହୋଇଛନ୍ତି। ଦେଶ ବିରୋଧରେ ଯିଏ କହିଲେ ବି ମମତା ଦିଦିଙ୍କୁ କୌଣସି ଫରକ ପଡେ ନାହିଁ। ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ଷଡ଼ଯନ୍ତ୍ରକାରୀଙ୍କୁ ମୁଁ କହିବାକୁ ଚାଁହୁଛି ଦେଶ ଏହି ଷଡ଼ଯନ୍ତ୍ରକାରୀଙ୍କୁ ପୁରା ସାହସର ସହିତ ଜବାବ ଦେବ। ମା, ମାଟି, ମଣିଷ କହୁଥିବା ଦିଦିଙ୍କ ପାଖରେ ଆଜି ଭାରତ ମା ପାଇଁ ସ୍ୱର ଉଠାଇବାର ସାହସ ନାହିଁ। ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ବି ଏଠାକାର ସରକାର ଦୁର୍ନୀତି କରିବାର ବାଟ ଖୋଜିଛନ୍ତି। ସୂଚନା ଥାଉ କି ୧୫ ଦିନ ମଧ୍ୟରେ ମୋଦୀଙ୍କର ଏହା ଦ୍ଵିତୀୟ ପଶ୍ଚିମବଙ୍ଗ ଗସ୍ତ ହୋଇଥିବାବେଳେ ଆଜି ତାଙ୍କର ପ୍ରଥମ ନିର୍ବାଚନୀ ସଭା ବୋଲି କୁହାଯାଉଛି। ଆଉ ରାଜ୍ୟ ବିଜେପି ପକ୍ଷରୁ ହଳଦିଆ ଜନସଭାରେ ୨ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାର କୁହାଯାଇଛି।

Share Now:

Kalinga News Beuro

Next Post

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା : ସତ ମାନିଲା ସୁରେଶ, ୬ ଗିରଫ

Mon Feb 8 , 2021
ଯୌନ ସୁଖ ଉପଭୋଗ କରୁଥିଲେ ଅଫିସର,କଲିକତାରୁ ଆସୁଥିଲେ ଯୁବତୀ ଭୁବନେଶ୍ବର : ପ୍ରଥମେ ସବୁ ଅଭିଯୋଗକୁ ବାଏଁ ବାଏଁ ଫାଙ୍କି ଉଡ଼ାଇ ଦେଉଥିବା ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଶେଷର ସତ ଉଗାରିଛି। ପୁଲିସର ଘନଘନ ଜେରା ଓ ସିସିଟିଭି ଫୁଟେଜ୍‌ ପ୍ରମାଣ ଆଗରେ ସେ ହାର୍‌ ମାନିବାକୁ ବାଧ୍ୟ ହୋଇଛି। ଜେରା ଆରମ୍ଭରୁ କିଛି ମାନୁନଥିବା ସୁରେଶ ଧୀରେଧୀରେ ଅନୁଷ୍ଠାନର କଳା କାହାଣୀ ବଖାଣିଛି। ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ […]
ଦିବ୍ୟାଙ୍ଗ ଯୁବତୀ ଯୌନ ନିର୍ଯାତନା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial