ଉତ୍ତରାଖଣ୍ଡ ବନ୍ୟା ବିଭୀଷିକା: ଧୋଇଗଲା ଋଷିଗଙ୍ଗା ପ୍ରକଳ୍ପ

ଉତ୍ତରାଖଣ୍ଡ ବନ୍ୟା ବିଭୀଷିକା

ଗଙ୍ଗା ତଟବର୍ତ୍ତୀ ୩୫୦ ଗ୍ରାମ ବିପଦରେ, ଜଳବିଦ୍ୟୁତ ପ୍ରକଳ୍ପ ବନ୍ଧ ଭାଙ୍ଗିବାରୁ ବଢ଼ିଲା ସମସ୍ୟା,ଗଙ୍ଗା ତଟକୁ ନଯିବାକୁ ଚେତାବନୀ

ଡେରାଡୁନ୍: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ଅନ୍ତର୍ଗତ ତପୋବନ ଅଞ୍ଚଳରେ ଆଜି ଗ୍ଲାସିୟର ଫାଟି ଅତଡ଼ା ଧସିବା ପରେ ତଳ ଅଞ୍ଚଳରେ ନାହିଁ ନଥିବା ବିପର୍ଯ୍ୟୟ ଘଟିଛି। ଏହାକୁ ନେଇ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ଗଙ୍ଗା ନଦୀ ତଟବର୍ତ୍ତୀ ୩୫୦ ଗ୍ରାମ ପାଇଁ ବିପଦ ଆଶଙ୍କା ରହିଛି। ତଟ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ନଦୀ ପାଖକୁ ନଯିବା ପାଇଁ କୁହାଯାଇଛି। ପ୍ରଶାସନ ତେହରି ଡ୍ୟାମ୍‌ରୁ ଜଳ ପ୍ରବାହ ବନ୍ଦ ରଖିଛି ଏବଂ ଯଥା ସମ୍ଭବ ଡ୍ୟାମ୍‌ରେ ପାଣି ଅଟକାଯିବାକୁ ନିଷ୍ପତ୍ତି ନିଆଯାଇଛି। ରୁଦ୍ରପ୍ରୟାଗରେ ହାଇ ଆଲର୍ଟ ଜାରି ହେବା ସହ ଲୋକଙ୍କୁ ବିଭିନ୍ନ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଛି। ଋଷିକେଶ ଏବଂ ହରିଦ୍ବାରରେ ଲୋକଙ୍କୁ ଗଙ୍ଗା ତଟକୁ ନଯିବା ପାଇଁ ଚେତାବନୀ ଜାରି କରାଯାଇଛି। ହରିଦ୍ବାରରେ କୁମ୍ଭମେଳା ଆୟୋଜନ ପାଇଁ ଭିଡ଼ ଜମିଥିବାରୁ ଲୋକଙ୍କୁ ନିର୍ଦ୍ଧାରିତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଆଗାମୀ ୭୨ ଘଣ୍ଟା ମଧ୍ୟରେ ଗଙ୍ଗାର ଜଳସ୍ତର ବଢ଼ିବା ଆଶଙ୍କା ଥିବାରୁ ଅଧିକ ସମ୍ବେଦନଶୀଳ ଅଞ୍ଚଳରୁ ଗ୍ରାମବାସୀଙ୍କୁ ଖାଲି କରାଯାଇଛି। ଗ୍ଲାସିୟର ଫାଟିବା ପରେ ରାଇନି ଗ୍ରାମ ନିକଟରେ ଋଷିଗଙ୍ଗା ତପୋବନ ଜଳବିଦ୍ୟୁତ ପ୍ରକଳ୍ପର ବନ୍ଧ ଭାଙ୍ଗିଯିବାରୁ ବନ୍ୟ ସଙ୍କଟ ଭୟାନକ ରୂପ ନେଇଥିବା ଜଣାପଡ଼ିଛି। ଏହି ବନ୍ଧ ଭାଙ୍ଗିଯିବା ପରେ ଧଉଳି ଗଙ୍ଗା ନଦୀରେ ଅଚାନକ ଭୀଷଣ ବନ୍ୟା ଆସିବାରୁ କ୍ଷୟକ୍ଷତି ବଢ଼ିଯାଇଛି। ଚମୋଲି ଜିଲ୍ଲାରେ ଶତାଧିକ ଘର ନିଶ୍ଚିହ୍ନ ହୋଇଯାଇଥିବା ଆଶଙ୍କା କରାଯାଉଛି। ରାଇନିରୁ ଯୋଶୀମଠ ପର୍ଯ୍ୟନ୍ତ ଅଞ୍ଚଳରେ ଘଟିଥିବା ବଡ଼ ବିପର୍ଯୟର ଆକଳନ ପାଇଁ ଅନେକ ଦିନ ଲାଗିଯିବ ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ସହାୟତା କରିବାକୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ

Mon Feb 8 , 2021
ଲଣ୍ଡନ୍‌: ଉତ୍ତରାଖଣ୍ଡରେ ଭାସମାନ ତୁଷାରଖଣ୍ଡ (ଗ୍ଲାସିଆ) ଧସିପଡ଼ିବାଜନିତ ବନ୍ୟା ବିତ୍ପାତ ଘଟଣାରେ ଭାରତକୁ ସାହାଯ୍ୟ କରିବା ଲାଗି ରବିବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି। ଟୁଇଟ୍‌ କରି ଜନ୍‌ସନ୍‌ କହିଛନ୍ତି, ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟାଜନିତ ଅଘଟଣରେ ଭାରତକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଇଂଲଣ୍ଡ୍‌ ପ୍ରସ୍ତୁତ। ସେ ଲେଖିଛନ୍ତି, ଉତ୍ତରାଖଣ୍ଡରେ ତୁଷାରଖଣ୍ଡ ଧସି ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ମୁକାବିଲା କରୁଥିବା ଉଦ୍ଧାରକାରୀ କର୍ମୀ ଓ ଭାରତବାସୀଙ୍କ […]
ବିପର୍ଯ୍ୟୟରେ ସହାୟତା କରିବାକୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial