ଓଡ଼ିଶାରେ ମେଟ୍ରୋ ରେଳ ନେଟ୍‌ୱାର୍କ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମିଳିନାହିଁ: ହରଦୀପ ସିଂହ ପୁରୀ

ଓଡ଼ିଶାରେ ମେଟ୍ରୋ ରେଳ ନେଟ୍‌ଓ୍ଵାର୍କ

ନୂଆଦିଲ୍ଲୀ: ଓଡ଼ିଶାରେ ମେଟ୍ରୋ ରେଳ ନେର୍ଟୱାର୍କ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମଳିନାହିଁ ବୋଲି ଆଜି ରାଜ୍ୟସଭାରେ ଗୃହନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଓଡ଼ିଶାରେ ମେଟ୍ରୋ ରେଲ୍‌ ନେଟ୍‌ଓ୍ଵାର୍କ ନିମନ୍ତେ କୌଣସି ଯୋଜାନ ଅଛି କି, ଏବଂ ଯଦି ଅଛି ତାହା କେବେ ଆରମ୍ଭ ହେବ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଶ୍ନର ଉତ୍ତର ଦେଇ ହରଦୀପ ସିଂହ ପୁରୀ କହିଲେ, ନଗରାଞ୍ଚଳ ବିକାଶର ସମନ୍ଵିତ ଅଂଶ ନଗରାଞ୍ଚଳ ପରିବହନ ହେଉଛି ରାଜ୍ୟର ବ୍ୟାପାର। ସୁତରାଂ, ଏହାର ଆରମ୍ଭ, ବିକାଶ ଏବଂ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଦାୟିତ୍ୱ। ପରିବର୍ଦ୍ଧିତ ନୀତି ଆଧାରରେ, ପ୍ରସ୍ତାବର ଉପଯୋଗିତା ଏବଂ ମିଳୁଥିବା ସମ୍ବଳକୁ ଆଧାର କରି କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁରୋଧକୁ ଚାହିଁ ସହର ଏବଂ ସହରାଞ୍ଚଳରେ ମେଟ୍ରୋ ରେଳ ଯୋଜନାକୁ ଆର୍ଥିକ ସହାୟତା ଯୋଗାଇଥାଏ। କିନ୍ତୁ, ଓଡ଼ିଶା ସରକାରଙ୍କ ଠାରୁ ଏ ପର୍ଯ୍ୟନ୍ତ ସେଭଳି କୌଣସି ପ୍ରସ୍ତାବ ଆସିନାହିଁ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ପୁରୀ ତାଳବଣିଆ ଥାନାର ଏଏସ୍‌ଆଇ ନିଲମ୍ବିତ

Wed Feb 10 , 2021
ପୁରୀ: ନିଶାସକ୍ତ ଅବସ୍ଥାରେ ଡିୟୁଟି କରୁଥିବା ତାଳବଣିଆ ଥାନାର ଏଏସ୍‌ଆଇଙ୍କୁ ଗତରାତିରେ ନିଲମ୍ବନ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ବେଳେ ଏଏସ୍‌ଆଇ ଲକ୍ଷ୍ମଣ ସୋରେନ୍‌ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ଅନ୍ତର୍ଗତ ଗ୍ରିଡ୍‌ ଷ୍ଟେସନ୍‌ ଛକରେ ମୋଟର ଯାନ (ଏମ୍‌ଭି) ଯାଞ୍ଚ କରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଶାପାନ […]
ପୁରୀ ତାଳବଣିଆ ଥାନାର ଏଏସ୍‌ଆଇ ନିଲମ୍ବିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial