ରାକ୍ଷସ ପାଲଟିଗଲା ଭିଣୋଇ: ୨ଦିନ ବଳାତ୍କାର ପରେ ରାସ୍ତାରେ ଛାଡ଼ି ଚାଲିଗଲା

ଭବାନୀପାଟଣା: ମଣିଷ ଯେବେ ପଶୁ ପାଲଟିଯାଏ ସେତେବେଳେ ସେ ନିଜର ହିତାହିତ ଜ୍ଞାନ ହରାଇ ବସେ। କ’ଣ ଠିକ୍‌, କ’ଣ ଭୁଲ ସେ ଜାଣିପାରେନା। ଯାହାକୁ ନେଇ ଆମ ସମାଜରେ ଘଟିଯାଏ ଅଭାବନୀୟ ଘଟଣା। ଯେମିତି ଘଟିଛି ଭବାନୀପାଟଣାରେ। ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଇଦିନ କାଳ ଦୁଷ୍କର୍ମ ପରେ ରାସ୍ତାରେ ଅଭିଯୁକ୍ତ ଛାଡ଼ି ପଳାଇଛି। ଏନେଇ ପରିବାର ଲୋକ ଥୁଆମୂଳ ରାମପୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ପୀଡ଼ିତା ଏକୋଇଶିଆ ଭୋଜି ଖାଇବାକୁ ବଡ଼ବାପାଙ୍କ ଘରକୁ ଯାଇଥିଲେ। ସେଠାରୁ ଜଣେ ସମ୍ପର୍କୀୟ ଭିଣୋଇ ତାଙ୍କୁ ଅପହରଣ କରି ନେଇଥିଲେ। ୨ ଦିନ କାଳ ଅଟକ ରଖି ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିବା ପରେ ଗତକାଲି ସଂଧ୍ୟାରେ ଛାଡ଼ି ପଳାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

Share Now:

Kalinga News Beuro

Leave a Reply

Next Post

ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ: କେନ୍ଦ୍ର ସରକାର ପକ୍‌ସୋ ଆଇନ୍‌ରେ କରିବେ ପରିବର୍ତ୍ତନ

Fri Apr 20 , 2018
ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ଓ ବିଚାର ୬ ମାସ ମଧ୍ୟରେ ଶେଷ ହେବା ନୂଆଦିଲ୍ଲୀ: କଠୁଆ ନାବାଳିକା ଗଣଦୁଷ୍କର୍ମ ମାମଲା ଏବେ ଦେଶବ୍ୟାପି ତୀବ୍ର ଉତ୍ତେଜନା ଓ ପ୍ରତିକ୍ରିୟା ସୃଷ୍ଟି କରିବା ପରେ କେନ୍ଦ୍ର ସରକାର, ପ୍ରୋଟେକ୍‌ସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍‌ସେସ୍‌/ ପିଓସିଏସ୍‌ଓ (ପକ୍‌ସୋ) ଆଇନ୍‌ରେ ପରିବର୍ତ୍ତନ ଆଣି ଦୁଷ୍କର୍ମକାରୀମାନଙ୍କ ପାଇଁ ମୁତ୍ୟୁଦଣ୍ଡର ବ୍ୟବସ୍ଥା ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial