ବିଶିଷ୍ଟ ସାମ୍ବାଦିକ-ସାହିତ୍ୟିକ ତଥା ପରିବେଶବିତ୍ ଅଭୟ ସିଂହଙ୍କ ଦେହାନ୍ତ

ବିଶିଷ୍ଟ ସାମ୍ବାଦିକ-ସାହିତ୍ୟିକ ଅଭୟ ସିଂହଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ସାମ୍ବାଦିକ,ଲେଖକ,ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ଦେହାନ୍ତ ହୋଇଯାଇଛି। କିଛି ଦିନ ଧରି ଅସୁସ୍ଥ ଥିବା ଶ୍ରୀ ସିଂହଙ୍କର ପୁରୁଣା ଭୁବନେଶ୍ବରର ମହତାବରୋଡସ୍ଥିତ ଆନନ୍ଦାଶ୍ରମ ଜରାନିବାସରେ ପରଲୋକ ହୋଇଛି। ଓଡ଼ିଆ ଫିଚର ସାହିତ୍ୟକୁ ଏକ ନୂଆ ଦିଗ ଦେବାରେ ଶ୍ରୀଯୁକ୍ତ ସିଂହଙ୍କର ଥିଲା ଅନନ୍ୟ ଅବଦାନ। ତାଙ୍କ ସମ୍ପାଦନାରେ ଚେନ୍ନାଇର ‘ଚନ୍ଦାମାମା ପ୍ରକାଶନୀ’ ପକ୍ଷରୁ ପ୍ରକାଶିତ ହେଉଥିବା ମାସିକ ସାଂସ୍କୃତିକ ପତ୍ରିକା ‘ସଚ୍ଚିତ୍ର ବିଜୟା’ ଖୁବ୍ ଲୋକପ୍ରିୟ ଥିଲା। ସେ ଥିଲେ ଏହାର ପ୍ରତିଷ୍ଠାତା ସଂପାଦକ। ଏଥିସହ ଜଣେ ପ୍ରତିଷ୍ଠିତ ଲେଖକ, ସ୍ତମ୍ଭକାର ଏବଂ ପରିବେଶବିତ୍ ଭାବେ ସେ ରାଜ୍ୟର ସାରସ୍ବତ ମହଲରେ ବେଶ୍ ପରିଚିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବାରିମୁଣ୍ଡରେ ୧୯୫୩ ମସିହା ଜାନୁଆରି ପହିଲାରେ ଜନ୍ମିତ ଅଭୟ ସିଂହ ଜଣେ ବିଶିଷ୍ଟ ସମ୍ପାଦକ, ଲେଖକ ଭାବେ ସୁପରିଚିତ ଥିଲେ। ଭୁବନେଶ୍ବରସ୍ଥିତ ‘ରିଜିଓନାଲ୍‌ କଲେଜ୍‌ ଅଫ୍‌ ଏଜୁକେସନ୍‌’ରୁ ଶିକ୍ଷାପ୍ରାପ୍ତ ଶ୍ରୀ ସିଂହ ‘ସମବାୟ ସମାଚାର’ ପତ୍ରିକାର ସେ ସହ-ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଏହାଛଡ଼ା, ସେ ‘ପ୍ରଭା’ ନାମରେ ଅନ୍ୟ ଏକ ପତ୍ରିକାର ମଧ୍ୟ ପ୍ରତିଷ୍ଠାତା ସମ୍ପାଦକ ଥିଲେ। ସେ ‘ଜୀବନ’ ନାମକ ଏକ ସଙ୍ଗଠନ ପ୍ରତିଷ୍ଠା କରି ପରିବେଶ ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରିଥିଲେ। ଦୀର୍ଘ ଦିନର ଅସୁସ୍ଥତା ପରେ ଭୁବନେଶ୍ୱରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ରାଜ୍ୟର ସାରସ୍ବତ ମହଲରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ ଲାଗି ଆନନ୍ଦାଶ୍ରମ ଜରାନିବାସରେ ପହଞ୍ଚିଛନ୍ତି।

Share Now:

Kalinga News Beuro

Next Post

ଗରିବ ଲୋକଙ୍କ ଲାଗି ସରକାରୀ ଯୋଜନା ଅପହଞ୍ଚ: ବାପାମା' ଛେଉଣ୍ଡ ଦୁଇ ନାବାଳିକ କାଟୁଛନ୍ତି ଦୁର୍ବିଷହ ଜୀବନ

Sat Feb 13 , 2021
ନୂଆପଡ଼ା: ସରକାର ଲୋକଙ୍କ ପାଇଁ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଆରମ୍ଭ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରାଜନେତା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏହି ଯୋଜନା ଗରିବ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଆନ୍ତରିକତା ଅଭାବ ହେତୁ ସରକାରଙ୍କ ଯୋଜନା ଯୋଜନାରେ ହିଁ ରହିଯାଇଛି। ଏହି ଯୋଜନାରେ ଗରିବଲୋକ ପ୍ରକୃତିରେ ଲାଭବାନ ହୋଇପାରୁ ନଥିବାରୁ ଦେଖିବାକୁ ମିଳୁଛି। ନୂଆପଡ଼ା […]
ସରକାରୀ ଯୋଜନା ଅପହଞ୍ଚ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial