ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ୍

ପୁରୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ ଆଜି ପବିତ୍ର ମାଘସପ୍ତମୀ ଅବସରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା କଙ୍ଗନା ରାନାୱତ ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଞ୍ଚିଥିଲେ। ଏଠାରେ ସେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ। କଙ୍ଗନା ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା କରିଛନ୍ତି। ପୂର୍ବରୁ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ଘୋଷଣା କରିଥିଲେ କଙ୍ଗନା। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ମନ୍ତବ୍ୟ ଦେଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ କଙ୍ଗନା। ସେ ମୁମ୍ବାଇରେ ବହୁ ସଂଘର୍ଷ କରି ସଫଳତା ପାଇଛନ୍ତି। ନିଜ ଅଭିନୟ ଦକ୍ଷତା ଲାଗି ଫିଲ୍ମ ଫେୟାର ଆୱାର୍ଡଠାରୁ ଆରମ୍ଭ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପର୍ଯ୍ୟନ୍ତ ବହୁ ସମ୍ମାନ ଲାଭ କରିଛନ୍ତି କଙ୍ଗନା। ବିଭନ୍ନ ପ୍ରସଙ୍ଗରେ ଶାଣିତ ମନ୍ତବ୍ୟକୁ ନେଇ ସେ ଅଧିକାଂଶ ସମୟରେ ବିବାଦୀୟ ହୋଇ ଆସିଛନ୍ତି।

Share Now:

Kalinga News Beuro

Next Post

ବିଧାନସଭା ପାଇଁ ପୁଲିସ କଟକଣା : ଆର୍‌ବିଆଇ ପଛ ପାର୍ଶ୍ବ ରାସ୍ତା ଜାମ

Fri Feb 19 , 2021
ଭୁବନେଶ୍ବର : ବିଧାନସଭା ଅଧିବେଶନ ପାଇଁ କମିସନରେଟ୍‌ ପୁଲିସ ସଚିବାଳୟ ମାର୍ଗରେ ଯାତାୟା‌ତ ଉପରେ କଟକଣା ଲଗାଇଛି। ଅଧିବେଶନ ଚାଲିଥିବା ସମୟରେ କେହି କେଶରୀ ଟକିଜ୍‌ ପାର୍ଶ୍ବରୁ ଜୟଦେବ ଭବନ ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ କରିପାରିବେନି। ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ରୁଟ୍‌ ସ୍ଥିର କରାଯାଇଥିବା ବେଳେ କେଶରୀ ଟକିଜ୍ ନିକଟରୁ ପିଏମ୍‌ଜି ପାର୍ଶ୍ବକୁ ଏବଂ ଆଇଜି ପାର୍କ ନିକଟରୁ କେଶରୀ ଟକିଜ୍ ପାର୍ଶ୍ବକୁ ଆସୁଥିବା ରୁଟ୍‌ରେ ଅସମ୍ଭାଳ ଭିଡ଼ […]
ଆର୍‌ବିଆଇ ପଛ ପାର୍ଶ୍ବ ରାସ୍ତା ଜାମ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial