ଅଞ୍ଜନା ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ : ଅପରେସନ୍ ସାଇଲେଣ୍ଟ ଭାଇପରକୁ ସଫଳତା

୨୨ ବର୍ଷ ପରେ ଅଭିଯୁକ୍ତ ବିବନ ଗିରଫ

କଟକ: ୧୯୯୯ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁ‌ର୍ଷ୍କମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଛି କମିସନରେଟ ପୁଲିସ। ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମା‌ଇଣ୍ତ କୁହାଯାଉଥିବା ବିବନ ବିଶ୍ବାଳଙ୍କୁ ମୁମ୍ବାଇରୁ କମିସନରେଟ ପୁଲିସ ଗିରଫ କରିଥିବା ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ ବାରଙ୍ଗ ଥାନା ଅଞ୍ଚଳ‌ରେ ଘଟିଥିବା ଏହି ଲୋମହର୍ଷଣକାରୀ ଗଣଦୁର୍ଷ୍କମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ପୀଡ଼ିତା ଜଣକ ଏକ ଆମ୍ବାସଡର କାରରେ ନିଜ ବନ୍ଧୁଙ୍କ ସହ ଏକ ଢ଼ା‌ବା‌ରେ ଚା’ ପିଇବା ସମୟରେ ତାଙ୍କୁ ତିନି ଜଣ ଅଭିଯୁକ୍ତ ସେଠାରେ ଦେଖିଥିଲେ। ପରେ ପୀଡ଼ିତା ତାଙ୍କ କାରରେ ଭୁବନେଶ୍ବର ବାହାରିବା ସମୟରେ ଅଭିଯୁକ୍ତମାନେ ଉକ୍ତ କାରଟିକୁ ଅଟକାଇ ‌ତାଙ୍କ ବନ୍ଧୁଙ୍କୁ ମାଡ଼ମାରି ପୀଡ଼ିତାଙ୍କୁ ନିଜ ସାଥୀରେ ନେଇ ଯାଇଥିଲେ। ବେଲଗାଛିଆ ମହଲା ପାଖ ଓ ଭାଲୁକା ଜଙ୍ଗଲରେ ପୀଡ଼ିତାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ପ୍ରାୟ ତିନି ଚାରି ଘଣ୍ଟା ଧରି ପୀଡ଼ିତାଙ୍କ ସହ ଅପରାଧୀମାନେ ଏହି ଜଘନ୍ୟ କାଣ୍ତ ଘଟଣାଇଥିଲେ। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ୧୦ ଜାନୁଆରିରେ କଟକ ମହିଳା ଥାନାରେ କେସ ନମ୍ବର ୩ ରୁଜୁ କରାଯାଇଥିଲା। ୧୨ ତାରିଖ ଦିନ ଘଟଣାର ତଦନ୍ତ ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚଙ୍କୁ ଦିଆଯାଇଥିଲା। ପ୍ରଥମେ ଅଭିଯୁକ୍ତ ବ୍ୟବହାର କରିଥିବା ସ୍କୁଟରଟିକୁ ପୁଲିସ ଠାବ କରିଥିଲା। ପରେ ୨୬ ଜାନୁଆରିରେ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ(ପଦିଆ) ଓ ଧୀରେନ୍ଦ୍ର ମହାନ୍ତ(ଟୁନିଆ)ଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପରେ ୨୬ ଫେବୃଆରିରେ ମାନ୍ୟବର ହାଇକୋର୍ଟ ଘଟଣା‌ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଦାୟିତ୍ବ ସିବିଆଇକୁ ଦେଇଥିଲେ।

୨ ବର୍ଷ ପ‌ରେ ଏହି ବହୁଚର୍ଚ୍ଚିତ ମାମଲାର ପୁଣି ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ତିନି ମାସ ପୂର୍ବେ ଏହି ଘଟଣା‌ର ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ କମିସନରେଟ ପୁଲିସ ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମଟିର ନାମ ‘ସାଇଲେଣ୍ଟ ଭାଇପର ବା ନିରବ ବୋଡ଼ା ସାପ’ ରଖାଯାଇଥିଲା। ପୁଲିସ ସିପି ନିଜେ ଏହି ଅପରେସନର ପରିଚାଳନା କରିଛନ୍ତି। ଏହାସହ ୪ ଜଣ ପୁଲିସ ଅଧିକାରୀ କଟକ ଡ଼ିସିପି ପ୍ରତୀକ ସିଂହ, ଆଡ଼ିସନାଲ ଡ଼ିସିପି ପ୍ରମୋଦ ରଥ, ଇନ୍ସପେକ୍ଟର ସ୍ପେସାଲ ସ୍କ୍ବାଡ଼ ଅଜୟ ଦାଶ, ବାରଙ୍ଗ ଥାନା ଆଇଆଇସି ଶଶିକାନ୍ତ ରାଉତ ଏହି ଅପରେସନ ବିଷୟରେ ଅବଗତ ରହିଥିଲେ। ତଦନ୍ତ ଲାଗି ଗଠିତ ଟିମ୍‌ ଜାଣିବାକୁ ପାଇଥିଲା ଯେ ଉକ୍ତ ମୁଖ୍ୟ ଅଭିଯୁକ୍ତ ଜଣକ ମୁମ୍ବାଇ ପୁଣେ ରାସ୍ତାର ଲୋନାୱାଲାସ୍ଥିତ ଆମ୍ବିୱାଲିରେ ରହୁଥିବାବେଳେ ନିଜର ପରିଚୟ ବଦଳାଇ ନୂଆ ନାମ ଜଳନ୍ଧର ସ୍ବାଇଁ ରଖି କାମ କରିଆସୁଛି ଏବଂ ନିଜ ପ୍ରକୃତ ପରିଚୟ ବା ଗ୍ରାମ ନାମ ନରଣପୁର ରଖିଥିବା ଜଣାପଡ଼ିଥିଲା। ଏହାସହ ଅତି ଚତୁରତାର ସହ ଅନ୍ୟମାନଙ୍କ ଜରିଆରେ ନିଜ ପରିବାରର ସହ ସମ୍ପର୍କ ରଖିବା ସହ ଆର୍ଥିକ ସହାୟତା ମଧ୍ୟ କରିଆସୁଥିଲା। ଏହାସହ ପରିବାର ଲୋକେ ମଧ୍ୟ ଉକ୍ତ ବିବନର ଡ଼େଥ୍‌ ସାର୍ଟିଫିକେଟ ହାସଲ ପାଇଁ ବହୁ ବାର ଚେଷ୍ଟା କରିଥିବା ଜଣାପଡ଼ିଛି। ସମସ୍ତ ତଥ୍ୟ ହାସଲ କରିବା ପରେ ଗଠିତ ଚାରି ଜଣିଆ ଟିମ ମୁମ୍ବାଇ ଯାଇ ଉକ୍ତ ବ୍ୟକ୍ତିକୁ ଗିରଫ କରି ଓଡ଼ିଶା ଆଣି ଚିହ୍ନଟ କରିବା‌ ପରେ ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି।

Share Now:

Kalinga News Beuro

Next Post

ମାଲକାନଗିରି କଦଳିବନ୍ଧାରେ ବିପୁଳ ବିସ୍ଫୋରକ ଜବତ କଲେ ବିଏସଏଫ ଯବାନ

Tue Feb 23 , 2021
ମାଲକାନଗିରି: ସର୍ଚ୍ଚ ଅପରେସନ ସମୟରେ ଜବତ ହେଲା ପ୍ରେସର ବୋମା ଓ ଟିଫିନ ବୋମା। ଚିତ୍ରକୋଣ୍ଡା ସ୍ଵଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା। ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନରେ ଯିବା ସମୟରେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଏକ ବ୍ୟାଗ ପଡିଥବାର ଦେଖିଥିଲେ ଓ ସେହି ବ୍ୟାଗକୁ ସର୍ଚ୍ଚ କରିବା ପରେ ସେଥିରୁ ୨ଟି […]
ବିପୁଳ ବିସ୍ଫୋରକ ଜବତ କଲେ ବିଏସଏଫ ଯବାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial