ମାଲକାନଗିରି କଦଳିବନ୍ଧାରେ ବିପୁଳ ବିସ୍ଫୋରକ ଜବତ କଲେ ବିଏସଏଫ ଯବାନ

ବିପୁଳ ବିସ୍ଫୋରକ ଜବତ କଲେ ବିଏସଏଫ ଯବାନ

ମାଲକାନଗିରି: ସର୍ଚ୍ଚ ଅପରେସନ ସମୟରେ ଜବତ ହେଲା ପ୍ରେସର ବୋମା ଓ ଟିଫିନ ବୋମା। ଚିତ୍ରକୋଣ୍ଡା ସ୍ଵଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା। ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନରେ ଯିବା ସମୟରେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଏକ ବ୍ୟାଗ ପଡିଥବାର ଦେଖିଥିଲେ ଓ ସେହି ବ୍ୟାଗକୁ ସର୍ଚ୍ଚ କରିବା ପରେ ସେଥିରୁ ୨ଟି ପ୍ରେସର ବୋମା, ୧ଟି ଟିଫିନ ବୋମା,କିଛି ପ୍ରେଗନେସି କିଟ,ମେଡ଼ିସିନ,ବେଲ୍ଟ,ଡ୍ରେସ ସାବୁନ ମିଳିଥିଲା। ତୁରନ୍ତ ସେଠାରେ ବିଏସଏଫର ବୋମା ନିରୋଧକ ସ୍କ୍ୱାର୍ଡ ଆସି ଏହି ବୋମାକୁ ନିଷ୍କ୍ରିୟ କରିଥିଲେ। ସୂଚନା ଅନୁଯାୟୀ କିଛି ଦିନ ଧରି ସ୍ଵଭିମାନ ଅଞ୍ଚଳରେ ବିଏସଏଫ ଯବାନ ବାରମ୍ବାର ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦୀଙ୍କ ଯୋଜନାକୁ ଭଂଡୁର କରି ଆସୁଛନ୍ତି। ଏହି ପ୍ରେସର ବୋମା ବିଏସଏଫ ଯବାନଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ସୂଚନା ମିଳିଛି। କିନ୍ତୁ ଯବାନଙ୍କ ସାହାସ ଓ ଚତୁରତା ଯୋଗୁଁ ବାରମ୍ବାର ମାଓବାଦୀ ବିଫଳ ହେଉଛନ୍ତି।

Share Now:

Kalinga News Beuro

Next Post

ବିଏମ୍‌ସିର ଅଜବ ଟିକସ ନୀତି : ହୋର୍ଡିଂ ପାଇଁ ଟିକସ ଅଛି, ମୋବାଇଲ୍‌ ଟାୱାର୍‌ ପାଇଁ ନାହିଁ

Tue Feb 23 , 2021
ଟେଲିକମ୍‌ ସଂସ୍ଥାଙ୍କୁ ବିଏମ୍‌ସିର ଅନୁକମ୍ପା ଭୁବନେଶ୍ବର : ରାଜଧାନୀରେ ଯେଉଁଠି ଆଖି ପଡ଼ିବ ସେଠାରେ ମାଳମାଳ ମୋବାଇଲ୍‌ ଟାୱାର। କେଉଁଠି ଖୋଲା ଜାଗାରେ ତ କେଉଁଠି ଛାତ ଉପରେ। ଏମିତି ରାଜଧାନୀରେ ପ୍ରାୟ ୫୯୩ଟି ମୋବାଇଲ୍‌ ଟାୱାର ବସିଛି। ହେଲେ ବିଏମ୍‌ସି ଏଥିରୁ ଯେତିକି ରାଜସ୍ବ ଆଦାୟ କରିବା କଥା କରୁନି। ଫଳରେ ବର୍ଷକୁ କୋଟି କୋଟି ରାଜସ୍ବ ହରାଉଛି। ଏପରିକି ଯେଉଁ ଘରର ଛାତ ଉପରେ ମୋବାଇଲ୍‌ ଟାୱାର […]
ରାଜଧାନୀରେ ମାଳମାଳ ମୋବାଇଲ୍‌ ଟାୱାର୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial