ଜର୍ମାନ୍‌ ଚାନ୍‌ସେଲର୍‌ ମର୍କେଲ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା

ବର୍ଲିନ୍‌: ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜର୍ମାନ୍‌ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ୍‌ଙ୍କ ସହ ତାଙ୍କର ସାକ୍ଷାତ୍‌କାର ଥିଲା ଅତି ଚମତ୍କାର। ଦ୍ୱିପାକ୍ଷିକ ସହଯୋଗ ବିଭିନ୍ନ ଦିଗ ଏବଂ ବିଶ୍ୱ ସମସ୍ୟା ଉପରେ ଉଭୟେ ଆଲୋଚନା କରିଛନ୍ତି। ଇଂଲଣ୍ଡ୍‌ ଗସ୍ତ ପରେ ପରେ ବର୍ଲିନ୍‌ ଠାରେ ସଂକ୍ଷିପ୍ତ ରହଣି ସମୟରେ ମୋଦି ମର୍କେଲ୍‌ଙ୍କୁ ସାକ୍ଷାତ୍‌ କରିଥିଲେ। ଏହା ଥିଲା ମୋଦିଙ୍କ ତ୍ରି-ରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ଚରଣ। ସେ ଇଂଲଣ୍ଡ, ସ୍ୱିଡେନ୍‌ ଏବଂ ଜର୍ମାନ୍‌ ଗସ୍ତ କରିଥିଲେ। ଦୁଇ ନେତା ଭାରତ-ଜର୍ମାନ୍‌ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପାୟ ସଂକ୍ରାନ୍ତରେ ଆଲୋଚନା କରିଥିଲେ ବୋଲି ମିନିଷ୍ଟ୍ରି ଅଫ୍‌ ଏକ୍‌ଷ୍ଟର୍‌ନାଲ୍‌ ଆଫେୟାର୍ସର ମୁଖପାତ୍ର ରବୀଶ କୁମାର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ମୋଦଙ୍କ ଗସ୍ତ ସାମରିକ ସହଯୋଗ ମଜଭୁତ ଲାଗି ପାରସ୍ପରିକ ସହଯୋଗ କଥା ମଧ୍ୟ ଦର୍ଶାଉଛି। ଗତ ମାସରେ ଜର୍ମାନ୍‌ର ରାଷ୍ଟ୍ରପତି ଫ୍ରାଙ୍କ୍‌-ଓ୍ଵାଲ୍‌ଟର୍‌ ଷ୍ଟିନ୍‌ମିୟର୍‌ଙ୍କ ଭାରତ ଗସ୍ତ ପରେ ମୋଦି ଓ ମର୍କେଲ୍‌ଙ୍କ ସାକ୍ଷାତ୍‌ ହୋଇଛି। ଏହା ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ସାମରିକ ଅଭିବୃଦ୍ଧି ଉପରେ କେନ୍ଦ୍ରୀଭୂତ ହୋଇଥିଲା। ଇଉରୋପିୟାନ୍‌ ୟୁନିୟନ୍‌ ବ୍ଲକ୍‌ରେ ଜର୍ମାନ ହେଉଛି ଭାରତର ସବୁଠୁ ବଡ଼ ବ୍ୟବସାୟିକ ଅଂଶୀଦାର।

Share Now:

Kalinga News Beuro

Leave a Reply

Next Post

ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

Sat Apr 21 , 2018
ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉଇଲଗା ଜଙ୍ଗଲରେ ଥିବାଏକ ଆମ୍ବ ଗଛରେ ଆଜି ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଠାବ କରାଯାଇଛି। ମୃତ ଯୁବକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ମୃତଦେହ ଝୁଲୁଥିବା ସ୍ଥାନ ଠାରୁ ଅଳ୍ପ ଦୂରରେ ଓଆର ୦୨ ବି ଇ ୪୭୦୯ ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ ରହିଛି। ସେହିିପରି ନିକଟରେ ଏକ ବ୍ୟାଗ୍‌ ମଧ୍ୟ ପଡ଼ିଛି। ଯୁବକ ଜଣକ ସୁନ୍ଦରଗଡ଼ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial