ବିଏମସି କମିସନର ନେଲେ କରୋନା ଟିକା

ବିଏମସି କମିସନର ନେଲେ କରୋନା ଟିକା

ଭୁବନେଶ୍ବର: ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକା ଗ୍ରହଣ କରିଛନ୍ତି। ଟିକା ନେବା ପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଯାଉଛି କି ନାହିଁ, ତାହା ଜାଣିବା ପାଇଁ ହସ୍ପିଟାଲରେ ଅଧଘଣ୍ଟା ଅବଜରଭେସନରେ ରହିଛନ୍ତି। ଏହା ପୂର୍ବରୁ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଟିକା ଗ୍ରହଣ କରିଥିଲେ। ସେପଟେ, ପହିଲାରୁ ବୟସ୍କ ଓ ଅନ୍ୟାନ୍ୟ ଜଟିଳ ଶାରୀରିକ ସମସ୍ୟା ଥିବା ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର କେ‌ଉଁ ତାରିଖରୁ ଆରମ୍ଭ ହେବ, ତାହା ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି। ତେଣୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସ୍ବାସ୍ଥ୍ୟ ଓ ୱେଲନେସ୍‌ କେନ୍ଦ୍ର ଓ ସବ୍-ସେଣ୍ଟରଗୁଡ଼ିକ ଏଥିପାଇଁ ପ୍ରସ୍ତୁତ କରିବା ଲାଗି କୁହାଯାଇଛି।

Share Now:

Kalinga News Beuro

Next Post

ବକ୍ସ ଡ୍ରେନ୍ ଭେଳିକି: ୮ ବର୍ଷରେ ୨୦ ପ୍ରତିଶତ କାମ

Thu Feb 25 , 2021
ସାନି ଟେଣ୍ଡରରେ ଅଟକିଛି ଯୋଜନା, ଇଭାଲୁଏସନ୍‌ ଆଳରେ ସମୟ ଗଡ଼ାଉଛି ଜାଇକା କଟକ: ସହର ମୁଖ୍ୟ ଡ୍ରେନର ରୂପ ବଦଳିବ। ବଡ ନାଳ ଉପରେ ତିଆରି ହେବ ରାସ୍ତା। ସହରର ଟ୍ରାଫିକ ସମସ୍ୟା ସହିତ ଜଳବନ୍ଦୀ ଓ ନାଳ ଦୁର୍ଗନ୍ଧ ସମସ୍ୟାରୁ ରକ୍ଷା ପାଇବେ ସହରବ‌ାସୀ। ୨୦୧୨ରେ ବକ୍ସ ଡ୍ରେନ ପ୍ରକଳ୍ପକୁ ନେଇ କଟକିଆଙ୍କୁ ଏମିତି କିଛି ରଙ୍ଗିନ ସ୍ବପ୍ନ ଦେଖା ଯାଇଥିଲା। ୩ ବର୍ଷ ମଧ୍ୟରେ କାମ ଶେଷ […]
ବକ୍ସ ଡ୍ରେନ୍ ଭେଳିକି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial