ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉଇଲଗା ଜଙ୍ଗଲରେ ଥିବାଏକ ଆମ୍ବ ଗଛରେ ଆଜି ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଠାବ କରାଯାଇଛି। ମୃତ ଯୁବକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ମୃତଦେହ ଝୁଲୁଥିବା ସ୍ଥାନ ଠାରୁ ଅଳ୍ପ ଦୂରରେ ଓଆର ୦୨ ବି ଇ ୪୭୦୯ ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ ରହିଛି। ସେହିିପରି ନିକଟରେ ଏକ ବ୍ୟାଗ୍‌ ମଧ୍ୟ ପଡ଼ିଛି। ଯୁବକ ଜଣକ ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମାଣାଧିନଏନଟିପିସିରେ ଜଣେ ଠିକା ଶ୍ରମିକ ହୋଇଥାଇ ପାରନ୍ତି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ତେବେ ଏ ନେଇ ପୁଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ।

Share Now:

Kalinga News Beuro

Leave a Reply

Next Post

ଢେଙ୍କାନାଳରେ ହାତୀ ଆତଙ୍କ:ବନବିଭାଗର କାର୍ଯ୍ୟ ଶୂନ

Sat Apr 21 , 2018
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସତ୍ୟବତୀ ସ୍ୱାଇଁ। ଆଜି ସକାଳୁ ସତ୍ୟବତୀ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ପାଦରେ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏକ ହାତୀ ଆଖପାଖ ଅଞ୍ଚଳରେ ବୁଲୁଛି। ତା’ ଶରୀରର ପଛ ପାଖରେ କ୍ଷତ ଚିହ୍ନ ରହିଛି। ରେଳଧାରଣା ଅତିକ୍ରମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial