ମାରାତ୍ମକ ଏନ୍‌୪୪୦କେ ଭୂତାଣୁ ପୁନଃସଂକ୍ରମଣ କରିପାରେ

କୋଭିଡ୍‌ ନେଲାଣି ୧୨ରୁ ଅଧିକ ସାମ୍ବାଦିକଙ୍କ ଜୀବନ

ହାଇଦ୍ରାବାଦ : କରୋନାଭୂତାଣୁର ଏନ୍‌୪୪୦କେ ନାମକ ରୂପାନ୍ତରିତ ପ୍ରଜାତି ଯୋଗୁଁ ଲୋକଙ୍କ ଠାରେ ପୁନଃସଂକ୍ରମଣର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। କୋଭିଡ୍‌-୧୯ରୁ ଆରୋଗ୍ୟଲାଭ କରିଥିବା ପୀଡ଼ିତଙ୍କ ଶରୀରର ରୋଗପ୍ରତିରୋଧକ ପ୍ରଣାଳୀକୁ ସହଜରେ ଧୋକା ଦେଇ ଏହି ପ୍ରଜାତିର ଭୂତାଣୁମାନେ ଖସିଯିବା ସହ ପୁନଃସଂକ୍ରମଣର କାରଣ ସାଜିବେ ବୋଲି କୁର୍ଣ୍ଣଲ ମେଡିକାଲ କଲେଜର ଗବେଷକ ଏବଂ ଅନ୍ୟମାନେ ମତ ରଖିଛନ୍ତି। ଏହି ଏନ୍‌୪୪୦କେ ପ୍ରଜାତି ଦ୍ବାରା ସଂକ୍ରମିତ ଏକ ମାମଲାର ଅନୁଧ୍ୟାନ କରି ଏହା ମହାମାରୀ କୋଭିଡ୍‌ ଭୂତାଣୁର ଅନ୍ୟତମ ସାଂଘାତିକ ପ୍ରଜାତି ବୋଲି ସେମାନେ ନିଶ୍ଚିତ ହୋଇଛନ୍ତି।

Share Now:

Kalinga News Beuro

Next Post

ପ୍ରଥମ ଡୋଜ୍‌ କୋଭିଡ୍‌-୧୯ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ

Mon Mar 1 , 2021
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍‌ସ୍‌) କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଲି। କୋଭିଡ୍‌-୧୯ ବିରୋଧରେ ବୈଶ୍ୱିକ ସଂଗ୍ରାମକୁ ସୁଦୃଢ଼ କରିବାରେ ଆମ ଡାକ୍ତର ଓ ବୈଜ୍ଞାନିକମାନେ ଯେଭଳି ଦ୍ରୁତ ବେଗରେ କାର୍ଯ୍ୟ କଲେ ତାହା ଉଲ୍ଲେଖନୀୟ। ଯୋଗ୍ୟ ବିବେଚିତମାନଙ୍କୁ ଟିକା ନେବା ଲାଗି […]
କୋଭିଡ୍‌-୧୯ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial