ପ୍ରଥମ ଡୋଜ୍‌ କୋଭିଡ୍‌-୧୯ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଭିଡ୍‌-୧୯ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍‌ସ୍‌) କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଲି। କୋଭିଡ୍‌-୧୯ ବିରୋଧରେ ବୈଶ୍ୱିକ ସଂଗ୍ରାମକୁ ସୁଦୃଢ଼ କରିବାରେ ଆମ ଡାକ୍ତର ଓ ବୈଜ୍ଞାନିକମାନେ ଯେଭଳି ଦ୍ରୁତ ବେଗରେ କାର୍ଯ୍ୟ କଲେ ତାହା ଉଲ୍ଲେଖନୀୟ। ଯୋଗ୍ୟ ବିବେଚିତମାନଙ୍କୁ ଟିକା ନେବା ଲାଗି ମୋର ନିବେଦନ। ଚାଲନ୍ତୁ, ସଭିଏଁ ମିଶି ଭାରତକୁ କୋଭିଡ୍‌-୧୯ ମୁକ୍ତ କରିବା। ଆଜି ପ୍ରଧାନମନ୍ତ୍ରୀ ମୋଦୀ ନେଇଥିବା ଟିକାଟି ହେଉଛି ‘ଭାରତ ବାୟୋଟେକ୍‌’ ଏବଂ ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ (ଆଇସିଏମ୍‌ଆର୍‌) ଦ୍ୱାରା ସ୍ୱଦେଶରେ ପ୍ରସ୍ତୁତ ‘କୋଭାକ୍ସିନ୍‌’। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟିକା ଦିଆଯିବା ସହ ଆଜି ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ଏହି ଅଭିଯାନରେ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନେ ଟିକା ନେବେ। ଏଥିପାଇଁ ଲୋକେ ସୋମବାର ଅର୍ଥାତ୍‌ ଆଜି ସକାଳ ୯ଟାରେ ଖୋଲିବାକୁ ଥିବା ସରକାରଙ୍କ Co-WIN2.0 ପୋର୍ଟାଲ୍‌ରେ (‘କୋ-ଓ୍ଵିନ୍‌୨.୦) ନାମ ପଞ୍ଜିକରଣ କରାଇପାରିବେ।

Share Now:

Kalinga News Beuro

Next Post

ମହାରାଷ୍ଟ୍ରରେ କରୋନା ଅନିୟନ୍ତ୍ରିତ: ପୁଣେରେ ମାର୍ଚ୍ଚ ୧୪ ଯାଏଁ କର୍ଫ୍ୟୁ, ଶିକ୍ଷାନୁଷ୍ଠାନ ବନ୍ଦ

Mon Mar 1 , 2021
ମୁମ୍ବାଇ : ମହାରାଷ୍ଟ୍ରରେ ଏବେ କୋଭିଡ୍‌ ସଂକ୍ରମଣ ପୁଣି ଅନିୟନ୍ତ୍ରିତ ହୋଇପଡ଼ିଛି। ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି ଏବଂ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ସ୍ଥିତି ଉଦ୍‌ବେଗଜନକ ହେଉଛି। ଅମରାବତୀ ପରେ ଏବେ ହିଙ୍ଗୋଲିରେ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ମାର୍ଚ ୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ନାଗପୁରରେ ମଧ୍ୟ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆ କଟକଣା ଲାଗୁ ହୋଇଛି। ଭିଡ଼ ନ କରିବାକୁ […]
ମହାରାଷ୍ଟ୍ରରେ ପୁଣି କରୋନା ଅନିୟନ୍ତ୍ରିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial