ଚଣ୍ଡିଗଡ଼ରେ ଚାଲିଥିବା ୫ମ ସିନିୟର ନ୍ୟାସନାଲ କ୍ରିକେଟ ଚମ୍ପିଅନସିପ ଉଦଯାପିତ

ଟେନିସ କ୍ରିକେଟ ଆସୋସିଏସନ

ଭୁବନେଶ୍ୱର : ଟେନିସ କ୍ରିକେଟ ଆସୋସିଏସନ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ୫ମ ସିନିୟର ନ୍ୟାସନାଲ କ୍ରିକେଟ ଚମ୍ପିଅନସିପ ଚଣ୍ଡିଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ୧୬ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ। ୪ଟି ଗୃପରେ ଭାଗହୋଇଥିବା ଏହି ପ୍ରତିଯୋଗିତାରେ ଓଡିଶା ‘ଏ’ ଗୃପରେ ସ୍ଥାନ ପାଇଥିଲା। ଓଡିଶା ସହିତ ଏହି ଗୃପରେ ଆନ୍ଧ୍ରପ୍ରଦେଶ , ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସାମିଲ ଥିଲେ। ଓଡିଶା ନିଜର ପ୍ରଥମ ମ୍ୟାଚରେ ଆନ୍ଧ୍ରପ୍ରଦେଶ ଠାରୁ ୬ ଵିକେଟରେ ପରାସ୍ତ ହୋଇଥିଲା। ଦ୍ଵିତୀୟ ମ୍ୟାଚରେ ମହାରାଷ୍ଟ୍ର ଠାରୁ ୩୬ ରନରେ ବିଜୟୀ ହୋଇଥିଲା ଏବଂ ଶେଷ ଲିଗ ମ୍ୟାଚରେ ମଧ୍ୟପ୍ରଦେଶ ୩ ଵିକେଟରେ ବିଜୟୀ ହୋଇଥିଲା। ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ହିମାଚଳ ପ୍ରଦେଶ ପଞ୍ଜାବକୁ ସହଜରେ ପରାସ୍ତ କରି ପ୍ରଥମ ଥର ପାଇଁ ଚମ୍ପିୟାନ ହୋଇଥିଲା। ଓଡିଶା ଟିମ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଖେଳୁଆଡ଼ ମନୋଭାବ ନେଇ ଖେଳି ଚଣ୍ଡିଗଡ଼ରୁ ଟ୍ରେନ ଯୋଗେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ ଟେନିସ କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରତିଷ୍ଠାତା ଶକ୍ତି ମହାନ୍ତି , ଉପେନ୍ଦ୍ର ମହାନ୍ତି , ସଭାପତି ବିଜୟ କେତନ ମିଶ୍ର , ସମ୍ପାଦକ କିଶୋର ନାୟକ ଏବଂ ସମସ୍ତ କର୍ମକର୍ତ୍ତା ଖେଳାଳି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ।

Share Now:

Kalinga News Beuro

Next Post

ଚନ୍ଦାହାଣ୍ଡିରୁ କୃଷକଙ୍କ ରଣହୁଙ୍କାର, ଆରମ୍ଭ ହେଲା ପଦଯାତ୍ରା

Wed Mar 3 , 2021
ଚନ୍ଦାହାଣ୍ଡି : ମଣ୍ଡି ଦୁର୍ନୀତି ପ୍ରତିବାଦରେ ଆଜି ଚାଷୀ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୩୦ କିମି ଏକ କିଷାନ୍ ପଦଯାତ୍ରା ଆଜି ଆରମ୍ଭ ହୋଇଛି। ଆଜି ଶତାଧିକ ଚାଷୀ ଚନ୍ଦାହାଣ୍ଡି ଲେମ୍ପ୍ସ ଠାରେ ଏକତ୍ରିତ ହୋଇ ପଦଯାତ୍ରାରେ ଭାଗ ନେଇଥିଲେ। ଗ୍ରାମ୍ୟ ପୂଜାରୀ ସ୍ଥାନୀୟ ପେଣ୍ଡ୍ରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରା ଝରିଗାଁ, ଉମରକୋଟ, […]
ଚନ୍ଦାହାଣ୍ଡିରୁ କୃଷକଙ୍କ ରଣହୁଙ୍କାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial