ଗୁରୁପ୍ରିୟା ସେତୁ ନଷ୍ଟ କରିବା ଯୋଜନାରେ ମାଓବାଦୀ! ହାଇ ଅଲର୍ଟ ଜାରି

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ଯୋଡିବା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ହେଉଛି। ତେବେ ଏହି ନିର୍ମାଣଧିନ ଗୁରୁପ୍ରିୟା ସେତୁକୁ ନଷ୍ଟ କରିବା ପାଇଁ ମାଓବାଦୀଙ୍କ ଟାର୍ଗେଟରେ ରହିଛି ଏବଂ ଏବେ ଗୁରୁପ୍ରିୟା ସେତୁ ଅଞ୍ଚଳରେ ମାଓବାଦୀମାନେଙ୍କ ଚଳପ୍ରଚଳ କରୁଥିବା ଟିକିନିଖି କାର୍ଯ୍ୟ ଉପରେ ନଜର ରଖୁଥିବା ନେଇ ଗୁଇନ୍ଦାବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସଂପୃକ୍ତ ଅଞ୍ଚଳରେ ହାଇ ଅଲର୍ଟ ଜାରି ହୋଇଛି। ଏଥିସହ ଯବାନମାନେ ଗୁରୁପ୍ରିୟା ସେତୁ ଅଞ୍ଚଳରେ ୨୪ ଘଣ୍ଟିଆ କମ୍ବିଂ ଅପରେସନ ଆରମ୍ଭ କରି ଦେଇଛନ୍ତି। ଏବେ ଗୁରୁପ୍ରିୟା ସେତୁ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ଏହି ସେତୁ ନିର୍ମାଣ ହେଲେ ବିଚ୍ଛିନ୍ନାଞ୍ଚଳ ଯୋଡ଼ି ହୋଇଯିବ ସେନେଇ ମାଓବାଦୀମାନେ ସେତୁକୁ ନଷ୍ଟ କରିବା ସହିତ କ୍ଷତି ପହଞ୍ଚାଇବାକୁ ଯୋଜନା କରୁଥିବା ଗୁଲନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ପରେ ସେତୁକୁ କିପରି ମାଓବାଦୀଙ୍କ ଆକ୍ରମଣରୁ ରକ୍ଷା କରାଯାଇ ପାରିବ ସେନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ୧୪ ବର୍ଷର ବାଳକ

Sun Apr 22 , 2018
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ମହାକାଳପଡା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗତ ୨୦ତାରିଖରେ ନାବାଳିକା ଜଣକ ପାଖ ଗାଁକୁ ହନୁମାନ ଯଜ୍ଞ ଦେଖିବାକୁ ଯାଇଥିଲେ। ସେ ସମୟରେ ତାଙ୍କୁ ଏକୁଟିଆ ପାଇ ୧୪ ବର୍ଷୀୟ ନାବାଳକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା। ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରି ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial