୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ୧୪ ବର୍ଷର ବାଳକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ମହାକାଳପଡା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଗତ ୨୦ତାରିଖରେ ନାବାଳିକା ଜଣକ ପାଖ ଗାଁକୁ ହନୁମାନ ଯଜ୍ଞ ଦେଖିବାକୁ ଯାଇଥିଲେ। ସେ ସମୟରେ ତାଙ୍କୁ ଏକୁଟିଆ ପାଇ ୧୪ ବର୍ଷୀୟ ନାବାଳକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା। ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରି ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣାକୁ ଗାଁରେ ସମାଧାନ ଲାଗି ଚେଷ୍ଟା କରାଯାଇଥିଲା ହେଲେ ବିଫଳ ହେବାରୁ ଆଜି ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ।

Share Now:

Kalinga News Beuro

Leave a Reply

Next Post

କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ:ଦୁଷ୍କର୍ମ ମାମଲା ରୋକା ଯାଇ ପାରିବ ନାହିଁ

Sun Apr 22 , 2018
ନୂଆଦିଲ୍ଲୀ: ଆଜି ଏକ ବିବାଦୀୟ ମନ୍ତବ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର୍‌ କହିଛନ୍ତି ଯେ ଭାରତ ଭଳି ବଡ଼ ଦେଶରେ ଗୋଟିଏ ବା ଦୁଇଟି ଦୁଷ୍କର୍ମ ମାମଲାକୁ ପ୍ରଘଟ କରିବା ଅନୁଚିତ। ସେ କହିଛନ୍ତି: ଏ ଭଳି ଘଟଣା ଦୁଃଖଦାୟକ। ସେ ଯାହାହେଉ, ବେଳେ ବେଳେ ସେ ସବୁକୁ ରୋକି ହୁଏ ନାହିଁ। ସରକାର ସବୁଆଡ଼େ ଜାଗ୍ରତ, ତଦନ୍ତ ଚାଲିଛି। ଭାରତ ଭଳି ଏ ବଡ଼ ରାଷ୍ଟ୍ରରେ ଗୋଟିଏ ବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial