ନାବାଳିକା ବଳାତ୍କାରୀଙ୍କ ପାଇଁ ମୃତ୍ୟୁଦଣ୍ଡକୁ ମୋହର ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କ ଦୁଷ୍କର୍ମ ପାଇଁ ମୃତ୍ୟୁ ଦଣ୍ଡାଦେଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ଲାଗିଛି ରାଷ୍ଟ୍ରପତିଙ୍କ ମୋହର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । ଗତକାଲି କେନ୍ଦ୍ର କ୍ୟାବିନେଟ POSCO ବା ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ସ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ ଆଇନରେ ପରିବର୍ତ୍ତନ ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁର କରିଥିଲା । ଏହା ପରେ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯାଇଥିଲା।
ଅଧ୍ୟାଦେଶ ଅନୁସାରେ ଏଣିକି ୧୨ ବର୍ଷରୁ କମ୍ ବୟସର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିବ । ସେହିଭଳି ୧୬ ବର୍ଷରୁ କମ୍ ବାଳିକାଙ୍କୁ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ୍ ମିଳି ପାରିବ ନାହିଁ। ୨ ମାସ ଭିତରେ ମାମଲାର ତଦନ୍ତ ଓ ପରବର୍ତ୍ତୀ ୨ ମାସ ଭିତରେ ବିଚାର ପ୍ରକ୍ରିୟା ଶେଷ କରିବାକୁ ଅଧ୍ୟାଦେଶରେ ଉଲ୍ଲେଖ ଅଛି । କାଠୁଆ ଓ ସୁରତରେ ଶିଶୁମାନଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ପରେ ସାରା ଦେଶରେ କ୍ଷୋଭ ପ୍ରକାଶ ପାଇଥିଲା । ଏଭଳି ଘଟଣା ରୋକିବା ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିଥିଲା ।

Share Now:

Kalinga News Beuro

Leave a Reply

Next Post

ଆଜି ପୃଥିବୀ ଦିବସ :ଚିନ୍ତା ବଢ଼ାଉଛି ପ୍ଲାଷ୍ଟିକ୍‌ ବର୍ଜ୍ୟ

Sun Apr 22 , 2018
ରାଜଧାନୀ ପରିବେଶ ପ୍ରତି ବଡ଼ ବିପଦ, ଗୁରୁତର ସହ ନେଉନି ବିଏମ୍‌ସି ଭୁବନେଶ୍ୱର: ରାଜଧାନୀରେ ଦିନକୁ ବାହାରୁଛି ପାଖାପାଖି ୬୦୦ ଟନ୍‌ କଠିନ ବର୍ଜ୍ୟବସ୍ତୁ। ସେଥିରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ ୩୫ ଟନ୍‌ରୁ ଅଧିକ। ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିବେଶ ପାଇଁ ସାଂଘାତିକ କ୍ଷତିକାରକ। ନିୟମ କହୁଛି, ଏଗୁଡ଼ିକୁ ଅଲଗା କରି ରିସାଇକ୍ଲିଂ କରିବା ଓ ଏହାର ବ୍ୟବହାରକୁ ପ୍ରୋତ୍ସାହିତ ନ କରିବା। କିନ୍ତୁ ବିଏମ୍‌ସି ଏହାକୁ ଏ ଯାଏଁ ଗୁରୁତର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial