କୁଆଖାଇ ନଦୀରେ ବୁଡ଼ିଗଲେ ଚାରି ନାବାଳକ: ଅଳ୍ପକେ ବର୍ତ୍ତିଗଲେ ତିନି, ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର

କୁଆଖାଇ ନଦୀରେ ବୁଡ଼ିଗଲେ ଚାରି ନାବାଳକ

ଭୁବନେଶ୍ବର: ବଙ୍କୁଆଳ କୁଆଖାଇ ନଦୀରେ ବୁଡ଼ିଗଲେ ଚାରି ନାବାଳକ। ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଅଞ୍ଚଳର ୪ ଜଣ ସାଙ୍ଗ ଆଜି କୁଆଖାଇରେ ଗାଧୋଇବାକୁ ଯାଇଥିଲେ। ସମସ୍ତେ ସାଙ୍ଗ ହୋଇ ନଦୀ ପାର ହେଉଥିବା ବେଳେ ସାଗର ପୃଷ୍ଟି ନାମକ ଜଣେ ନାବାଳକ ଅଚାନକ ବୁଡ଼ିଯାଇଥିଲେ। ସେ ବୁଡ଼ି ଯାଉଥିବା ଦେଖି ଅନ୍ୟ ସାଥୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, ହେଲେ ସଫଳ ହୋଇନଥିଲେ। ପରେ ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ବହୁ ଖୋଜାଖୋଜି ପରେ ଶେଷରେ ବୁଡ଼ିଯାଇଥିବା ନାବାଳକ ସାଗର ପୃଷ୍ଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

Share Now:

Kalinga News Beuro

Next Post

କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଲେ ରତନ ଟାଟା

Sat Mar 13 , 2021
ନୂଆଦିଲ୍ଲୀ: ଆଜି କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେବା ପରେ ଟାଟା କମ୍ପାନିର ଅଧ୍ୟକ୍ଷ ରତନ ଟାଟା କହିଲେ, ଟିକା ନେବା ଅତି ସହଜ ତଥା ଯନ୍ତ୍ରଣାହୀନ। ଅବିଳମ୍ବେ ସମସ୍ତେ ଏହି ଟିକା ନେଇ ସୁରକ୍ଷିତ ରହି ପାରିବେ ବୋଲି ରତନ ଟାଟା ଆଶା ପ୍ରକାଶ କରିଛନ୍ତି। ଟିକା ନେଇଥିବା କଥା ତାଙ୍କ ଅଫିସିୟାଲ୍‌ ଟୁଇଟର୍‌ରେ ଘୋଷଣା କରି ସେ ଲେଖିଛନ୍ତି, ଆଜି ଟିକାକରଣର ପ୍ରଥମ ଡୋଜ୍‌ ନେଇ ଧନ୍ୟ […]
କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଲେ ରତନ ଟାଟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial