୨ ମାସର ପୁତ୍ରକୁ ହତ୍ୟାକଲା ନାବାଳକ ପିତା

ନୂଆଦିଲ୍ଲୀ: ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ପୁଅକୁ ମାରି ଦେଲା ନାବାଳକ ସ୍ୱାମୀ। ଏମିତି ଏକ ଘଟଣା ଘଟିଛି ଦିଲ୍ଲୀର ମଙ୍ଗଲପୁରୀ ଅଞ୍ଚଳରେ। ଅଭିଯୁକ୍ତକୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ସେ ତା’ର ଦୁଇ ମାସର ପୁଅକୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି। ତା’ ସ୍ତ୍ରୀ ବି ନାବାଳିକା। ତାଙ୍କୁ ମାତ୍ର ୧୬ ବର୍ଷ ହୋଇଛି। ଅଭିଯୁକ୍ତର ତା’ ସ୍ତ୍ରୀ ଉପରେ ସନ୍ଦେହ ଥିଲା। ସେ ଭାବୁଥିଲା ତା’ ସ୍ତ୍ରୀର ଅନ୍ୟ କାହା ସହ ସଂପର୍କ ଅଛି ଓ ସେହି ସଂପର୍କରୁ ଉକ୍ତ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ଅତିରିକ୍ତ ଡିସିପି ରାଜେନ୍ଦ୍ର ସିଂହ ସାଗର କହିଛନ୍ତି,“ଛୁଆଟିକୁ ତା’ ମାଆ ସଞ୍ଜୟ ଗାନ୍ଧୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଛୁଆଟିର ବେକରେ ଦାଗ ଥିବା ଡାକ୍ତରମାନେ ଦେଖିବାକୁ ପାଇଥିଲେ। ସେତେବେଳକୁ ଛୁଆଟି ମରି ସାରିଥିଲା। ଡାକ୍ତରମାନେ ପୋଲିସ୍‌କୁ ଏନେଇ ସୂଚନା ଦେଇଥିଲେ। ପଚରାଉଚରା ବେଳେ ଯୁବତୀ ଜଣଙ୍କ କହିଥିଲେ ଯେ ତାଙ୍କ ସ୍ୱାମୀ ହିଁ ତାଙ୍କ ପୁଅକୁ ମାରିଥାଇପାରନ୍ତି। ସେ ନିଜ ସ୍ୱାମୀଙ୍କ ଉପରେ ହିଁ ସନ୍ଦେହ କରିଥିଲେ।”

ଅଭିଯୁକ୍ତ ଫେରାର ହୋଇଯାଇଛି। ତା’ ନାଁରେ ହତ୍ୟା ମାମଲା ରୁଜୁ କରିଛି। ତାକୁ ଖୋଜିବାକୁ ଜଣେ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀ ଗତବର୍ଷ ବିବାହ କରିଥିଲେ। ସେମାନେ ଏକ ମନ୍ଦିରରେ ବିବାହ କରିଥିଲେ। ଯୁବତୀଙ୍କ ପରିବାର ଲୋକେ ଏହି ବିବାହକୁ ପ୍ରଥମେ ବିରୋଧ କରିଥିଲେ। ତେବେ ସେ ଗର୍ଭବତୀ ହେବା ପରେ ସେମାନେ ତାଙ୍କୁ ଆପଣାଇ ନେଇଥିଲେ। ଯୁବତୀ ଜଣଙ୍କ ଏକ କସ୍‌ମେଟିକ୍ ଦୋକାନରେ ସେଲ୍‌ସ ପର୍ସନ ଭାବେ କାର୍ଯ୍ୟ କରନ୍ତି। ସେଠାରେ ତାଙ୍କର ଜଣେ ସହକର୍ମୀଙ୍କ ସହ ସଂପର୍କ ଥିବା ତାଙ୍କ ସ୍ୱାମୀ ସନ୍ଦେହ କରୁଥିଲେ। ଏଥିପାଇଁ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା।

Share Now:

Kalinga News Beuro

Leave a Reply

Next Post

ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

Sun Apr 22 , 2018
ମିଳିଲାନି ରୁମ୍‌ ଚାବି, ପ୍ଲାଷ୍ଟିକ ଚେୟାରରେ ବସି ହସ୍ପିଟାଲର ଦୁରାବସ୍ଥା ଦେଖି ଫେରିଲେ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କ୍ୟାପିଟାଲ ହସ୍ପିଟାଲକୁ ନିଜର ଦାନ୍ତ ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ତାଙ୍କର ସ୍ୱତନ୍ତ୍ର ଡାକ୍ତର ଦିଲ୍ଲୀ ଗସ୍ତରେ ଥିବାରୁ ହସ୍ପିଟାଲରୁ ଫେରି ଯାଇଥିଲେ। ତେବେ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କୁ ଉପଯୁକ୍ତ ସେବା ମିଳି ନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ଦିନ ସାଢ଼େ ୯ଟାରେ ମୁଖ୍ୟମନ୍ତ୍ରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial