ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ: ଆଉ କେତେ ପିଢ଼ି ଧରି ସଂରକ୍ଷଣ ଚାଲିବ?

ଆଉ କେତେ ପିଢ଼ି ଧରି ସଂରକ୍ଷଣ ଚାଲିବ-1

ନୂଆଦିଲ୍ଲୀ : ମରାଠା କୋଟା ମାମଲାର ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟ ଜାଣିବାକୁ ଚାହିଛନ୍ତି ଯେ ଦେଶରେ ଆଉ କେତେ ପିଢ଼ି ଧରି ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ। ଅଦାଲତ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ସ୍ଥିତିରେ ଉତ୍ପନ୍ନ ହେବାକୁ ଥିବା ଅସମାନତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠକୁ କହିଥିଲେ ଯେ ମଂଣ୍ଡଳ ମାମଲାରେ ସୁପ୍ରିମ୍‌ କୋର୍ଟ ଯେଉଁ ରାୟ ଦେଇଥିଲେ ପରିବର୍ତ୍ତିତ ପରିସ୍ଥିତିରେ ତାହାର ପୁନର୍ବିଚାର ହେବା ଆବଶ୍ୟକ। ସେ କହିଥିଲେ ଯେ ସଂରକ୍ଷଣ/କୋଟା ଧାର୍ଯ୍ୟ କରିବା ଦାୟିତ୍ବ ରାଜ୍ୟମାନଙ୍କ ଉପରେ ଛାଡ଼ି ଦିଆଯିବା ଉଚିତ।

Share Now:

Kalinga News Beuro

Next Post

ରାଜଧାନୀରେ ଚାଞ୍ଚଲ୍ୟ : ଲକ୍ଷ୍ମୀସାଗର ଥାନା ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ

Sun Mar 21 , 2021
ପୁଲିସର ତନାଘନା, ଚାଲିଛି ପ୍ରମାଣ ଖୋଜା ଭୁବନେଶ୍ବର : ଥାନା ନିକଟରେ ଜଣେ ମହିଳାଙ୍କୁ ଦୁଇଥର ଗଣଦୁଷ୍କର୍ମ କରାଯିବା ନେଇ ଅଭିଯୋଗ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୁଲିସ୍‌ ଏତଲା ରଖୁ ନଥିବାରୁ ପୀଡ଼ିତାଜଣଙ୍କ ପୁଲିସ୍‌ କମିସନର୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରେ ବାଧ୍ୟ ହୋଇ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। କିନ୍ତୁ […]
ଥାନା ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial