ବିଜେପିରେ ଯୋଗ ଦେବା ପରେ ମଧ୍ୟ ମିଥୁନଙ୍କୁ ମିଳିଲାନି ଟିକେଟ

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲାନି ଟିକେଟ-1

କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାର କିଛି ଦିନ ପରେ ଗତକାଲି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଭୋଟର ଭାବେ ତାଙ୍କର ନାମ ପଞ୍ଜୀକରଣ କରିଥିଲେ। ପୂର୍ବରୁ ମୁମ୍ବାଇର ଭୋଟର ଥିବା ଏହି ଅଭିନେତା ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ କରିଥିଲେ। ଭୋଟର ଭାବେ ନାମ ପଞ୍ଜୀକରଣ କରିବା ପରେ ଅଭିନେତା ମିଥୁନ୍‌ ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ଜୋର ଧରିଥିଲା। ହେଲେ ଆଜି ସେହି ଆଲୋଚନା ଉପରେ ପୂର୍ଣ୍ଣଛେଦ ପଡ଼ିଛି। କୋଲକାତା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ନିଜର ଶେଷ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ସେଥିରେ ମିଥୁନ ଚକ୍ରବର୍ତ୍ତୀଙ୍କ ନାଁ ନଥିବା ଦେଖାଯାଇଛି। ତେବେ ଚଳିତ ନିର୍ବାଚନରେ ମିଥୁନ ଚକ୍ରବର୍ତ୍ତୀ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଦଳ ତାଙ୍କୁ କେଉଁ ଦାୟିତ୍ବ ଦେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ମିଥୁନ ଚକ୍ରବର୍ତ୍ତୀ ମାର୍ଚ୍ଚ ୩୦ରେ ସୁଭେନ୍ଦୁ ଆଧିକାରୀଙ୍କ ପାଇଁ ନନ୍ଦିଗ୍ରାମରେ ପ୍ରଚାର କରିବେ। ସେହି ରୋଡ୍ ସୋ’ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଏବଂ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

Tue Mar 23 , 2021
ଭୁବନେଶ୍ବର: ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି, ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶାର ଏକ ବିଶେଷ ସ୍ଥାନ ଥିଲା। ମହାତ୍ମା ୮ ଥର ଓଡ଼ିଶା ଗସ୍ତ କରିଥିଲେ ଏବଂ ମୁଁ ଖୁସି ଯେ ବିଧାନସଭା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶତବାର୍ଷିକୀକୁ ସ୍ମରଣ କରୁଛି। ମହାତ୍ମା ଗାନ୍ଧୀ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-3

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial