ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍: ଆସାମ, ପଶ୍ଚିମବଙ୍ଗରେ ସୁରକ୍ଷା କଡ଼ାକଡ଼ି

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍

ନୂଆଦିଲ୍ଲୀ : ଆଜି ପଶ୍ଚିମବଙ୍ଗ ଏବଂ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୩୦ ଆସନରେ ଭୋଟ୍‌ ଗ୍ରହଣ ହେବ। ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ମୋଟ୍‌ ୭.୩୨ କୋଟି ଭୋଟର ୧,୦୧,୯୧୬ ନିର୍ବା‌ଚନୀ ବୁଥ୍‌ରେ ଭୋଟ୍‌ ଦେବେ। ତେବେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷରୁ ଅଧିକ ଭୋଟର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ନିର୍ବାଚନ ଥିବା ଜିଲ୍ଲାମାନଙ୍କରେ ୬୮୪ କମ୍ପାନି କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଛନ୍ତି। ଟିଏମ୍‌ସି ଏବଂ ବିଜେପି ମଧ୍ୟରେ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ୨୦୧୬ ବିଧାନସଭା‌ ନିର୍ବାଚନରେ ଟିଏମ୍‌ସି ଏହି ୩୦ ଆସନରୁ ୨୭ଟିରେ ଜିତିଥିଲା। ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ୮ ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବ। ଅନ୍ୟପକ୍ଷେ ମେ’ ୨ ତାରିଖରେ ଫଳାଫଳ ଆସିବ। ଆସାମରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାର ୪୭ ଆସନରେ ଭୋଟ୍‌ ଗ୍ରହଣ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୮୧,୦୯,୮୧୫ ଭୋଟର ଭୋଟ୍‌ ‌ଦେବେ। ଏମାନଙ୍କ ମଧ୍ୟରୁ ୪୦,୭୭,୨୧୦ ଜଣ ପୁରୁଷ ଏବଂ ୪୦,୩୨,୪୮୧ ଜଣ ମହିଳା। ୧,୧୫୩୭ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ହେବ। ଆସାମରେ ବିଜେପି କ୍ଷମତାରେ ଅଛି। ୨୦୧୬ ଆସାମ ବିଧାନସଭା ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଏଜିପି ୪୭ ଆସନରୁ ୩୫ଟିରେ ଜିତିଥିଲେ। ବିଜେପି ଏକାକୀ ୨୭ ଆସନରେ ଜିତିଥିଲା। ଚଳିତ ନିର୍ବାଚନରେ କଂଗ୍ରେସ ବିଜେପିକୁ ମାତ୍‌ ଦେବାପାଇଁ ଏଆଇୟୁଡିଏଫ୍‌ ସହ ମେଣ୍ଟ କରିଛି। ଉଲ୍ଲେଖଯୋଗ୍ୟ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ପାଇଁ ୩ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେଉଛି। ୨୭ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଥିବାବେଳେ ଏପ୍ରିଲ୧ରେ ଦ୍ବିତୀୟ ଏବଂ ୬ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅଛି।

Share Now:

Kalinga News Beuro

Next Post

ବାହାରେ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ: ପୁଲିସ କମିସନର

Sat Mar 27 , 2021
ଭୁବନେଶ୍ବର : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସରକାର ହୋଲି ଖେଳ ଉପରେ କଟକଣା ଲଗାଇଛନ୍ତି। କେବଳ ଘରେ ଖେଳିବା ପାଇଁ ନିର୍ଦ୍ଦେଶ ରହିଛି। ବାହାରେ ଖେଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତ୍ୟେକ ଗଳିକନ୍ଦିରେ ପିସିଆର ଭ୍ୟାନ୍‌ ବୁଲିବା ସହ ପ୍ରତ୍ୟେକ ଥାନା ସ୍ବତନ୍ତ୍ର ଟିମ୍‌ କରି ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ […]
ବାହାରେ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial