ରାଜଧାନୀରେ କାୟା ବିସ୍ତାର କରୁଛି କରୋନା: ୭ ଦିନରେ ୨୧୪ ଆକ୍ରାନ୍ତ

କୋଭିଡ୍‌ ନେଲାଣି ୧୨ରୁ ଅଧିକ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଉପରେ ରହୁଥିବା ବେଳେ କେତେକ ଜିଲ୍ଲାରେ ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ରାଜଧାନୀର କରୋନା ଗ୍ରାଫ୍ ଏବେ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ସପ୍ତାହକ ମଧ୍ୟରେ ରାଜଧାନୀରୁ ୨୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଗରେ ରହିଛି। ୫ରୁ ଅଧିକ ଶିକ୍ଷାନୁଷ୍ଠାନରୁ ଆକ୍ରାନ୍ତ ବାହାରି ଥିବାରୁ ସହରରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାରଠାରୁ ସ୍କୁଲ ଓ କଲେଜ ହଷ୍ଟେଲରେ ରହୁଥିବା ପିଲାଙ୍କ ନମୁନା ଟେଷ୍ଟକୁ ଅଧିକ ପ୍ରାଥମିକତା ଦିଆଯିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନା ଅନୁଯାୟୀ, ଗତ ୭ ଦିନ ମଧ୍ୟରେ ସହରରୁ ୨୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ ତାରିଖରେ ୧୪ ଜଣ ବାହାରିଥିବା ବେଳେ ୨୪ ତାରିଖରେ ୨୩, ୨୫ରେ ୨୪, ୨୬ରେ ୨୦ ଜଣ ଆକ୍ରାନ୍ତ ବାହାରିଥିଲେ। ତେବେ ୨୭ ଓ ୨୮ ତାରିଖ ଆକ୍ରାନ୍ତ ଏବେ ଚିନ୍ତା ବଢ଼ାଇଛି। ୨୭ ତାରିଖରେ ଚିହ୍ନଟ ହୋଇଥିବା ୫୦ ଜଣଙ୍କ ମଧ୍ୟରେ ୪୬ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିଲେ। ୨୮ତାରିଖ ତଥା ଗତକାଲି ରାଜଧାନୀରୁ ୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଭିତରୁ ୪୫ଜଣ ଲୋକାଲ୍ କେସ୍ ବା ସ୍ଥାନୀୟ ସଂକ୍ରମଣ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ରାଜଧାନୀକୁ ପୁଣି ଥରେ ଡରାଇବା ଆରମ୍ଭ କରିଦେଇଛି କରୋନା। ଗତକାଲି ଚିହ୍ନଟ ସଂକ୍ରମିତଙ୍କ ଭିତରେ ୫ଜଣ କ୍ୱାରାଣ୍ଟିନ୍‌ରୁ ଚିହ୍ନଟ ହୋଇଥିଲେ। ଲୋକାଲ୍ ସଂକ୍ରମିତଙ୍କ ଭିତରେ ଗଜପତି ନଗରରେ ଥିବା ଏକ ଇନଷ୍ଟିଚ୍ୟୁଟ୍‌ରୁ ୨୫ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆଜି ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଚିନ୍ତାଜନକ ରହିଛି। କାରଣ ଖୋର୍ଦ୍ଧା ଜିଲ୍ଲାରୁ ୩୩ ଆକ୍ରାନ୍ତ ବାହାରିଥିବା ବେଳେ କେବଳ ଭୁବନେଶ୍ୱରରୁ ୩୨ଜଣ ରହିଛନ୍ତି। ୬ଜଣ କ୍ୱାରାଣ୍ଟିନ୍‌ ସେଣ୍ଟର୍‌ରୁ ବାହାରିଥିବା ବେଳେ ୨୬ଜଣ ସ୍ଥାନୀୟ ସଂକ୍ରମଣ ହୋଇଛନ୍ତି। ଏହାକୁ ମିଶାଇ ଆଜି ସୁଦ୍ଧା ରାଜଧାନୀରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪୧ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିନଗର ନିକଟରେ ଥିବା ଏକ ଶିକ୍ଷାନୁଷ୍ଠାନରୁ ୭ଜଣ ଚିହ୍ନଟ ହୋଇଥିବା ବେଳେ ଝାରପଡ଼ାରୁ ୬, ଚନ୍ଦ୍ରଶେଖରପୁରରୁ ୪, ପଟିଆସ୍ଥିତ ଏକ ଘରୋଇ ସ୍କୁଲରୁ ୩, ନୂଆପଲ୍ଲୀରୁ ୨, ପାହାଳରୁ ୩, ପଟିଆ, ବାଣୀବିହାର, ଶୈଳଶ୍ରୀ ବିହାର, ଗାଡକଣରୁ ଜଣେ ଲେଖାଏଁ ବାହାରିଛନ୍ତି।

Share Now:

Kalinga News Beuro

Next Post

ଦେଶରେ କରୋନା ସ୍ଥିତି ସାଂଘାତିକକ ଆଡ଼କୁ ଗତି କରୁଛି-ସ୍ବାସ୍ଥ୍ୟ ମନ୍ତ୍ରାଳୟ

Tue Mar 30 , 2021
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ କେନ୍ଦ୍ର ସରକାର ଏହା ସ୍ବୀକାର କରିଛନ୍ତି। ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଭି.କେ. ପଲ କହିଛନ୍ତି ଯେ ଦେଶର କେତେକ ଜିଲ୍ଲାରେ ଆମେ ଅତି ଗୁରୁତର ସ୍ଥିତିର ସାମନା କରୁଛୁ। କିନ୍ତୁ ସମଗ୍ର ଦେଶ ପାଇଁ ବିପଦର ଆଶଙ୍କା ବଢିଯାଇଛି। ଭୁତାଣୁକୁ ନିୟନ୍ତ୍ରଣ କରିବାକୁ […]
ଦେଶରେ କରୋନା ସ୍ଥିତି ସାଂଘାତିକ ଆଡ଼କୁ ଯାଉଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial