ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮୮ ନୂଆ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରେ ସର୍ବାଧିକ ୧୦୫

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮୮ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଦିନକୁ ଦିନ ଓଡ଼ିଶାରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ନୂତନ କୋଭିଡ ପଜିଟିଭଙ୍କ ସଂଖ୍ୟା ୫୭୩କୁ ବଢ଼ିଥିବା ବେଳେ ଆଜି ୫୮୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୨ ଜଣ କ୍ଵାରାଣ୍ଟିନରେ ଥିବାବେଳେ ୨୪୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଆଜି ଅନୁଗୁଳରେ ୫ ଜଣ,ବାଲେଶ୍ୱରରେ ୧୩ ଜଣ, ବରଗଡ଼ରେ ୨୧ ଜଣ, ଭଦ୍ରକରେ ୯ ଜଣ, ବଲାଙ୍ଗୀରରେ ୧୧ ଜଣ, କଟକରେ ୩୦ ଜଣ, ଦେବଗଡ଼ରେ ୪, ଢେଙ୍କାନାଳରେ ୬ ଓ ଜଗତସିଂହପୁରରେ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଗଜପତିରେ ୧ ଜଣ, ଗଞ୍ଜାମରେ ୨୭ ଜଣ, ଯାଜପୁରରେ ୧୫ ଜଣ, ଝାରସୁଗୁଡ଼ାରେ ୩୧ ଜଣ, କଳାହାଣ୍ଡିରେ ୬୪ ଜଣ, କନ୍ଧମାଳରେ ୩ ଜଣ, କେନ୍ଦୁଝରରେ ୨ ଜଣ, ଖୋର୍ଦ୍ଧାରେ ୧୦୫ ଜଣ, କୋରାପୁଟରେ ୯ ଜଣ, ମୟୁରଭଞ୍ଜରେ ୯ ଜଣ, ନବରଙ୍ଗପୁରରେ ୮ ଜଣ, ନୟାଗଡ଼ରେ ୭ଜଣ, ନୂଆପଡ଼ାରେ ୨୯ ଜଣ, ପୁରୀରେ ୨୪ ଜଣ, ରାୟଗଡ଼ାରେ ୬ ଜଣ, ସମ୍ବଲପୁରରେ ୨୮ ଜଣ, ସୋନପୁରରେ ୧୧ ଜଣ, ସୁନ୍ଦରଗଡ଼ରେ ୮୪ ଜଣ, ଷ୍ଟେଟ ପୁଲରେ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩, ୪୩,୮୫୬। ଏମାନଙ୍କ ଭିତରୁ ସୁସ୍ଥ ହେଲେଣି ୩, ୩୮, ୧୫୦। ଏବେ ବି ୩୭୩୧ଜଣ ସକ୍ରିୟ ଅଛନ୍ତି।

Share Now:

Kalinga News Beuro

Next Post

ମତଦାନର ଦିନକ ପୂର୍ବରୁ ଭୋଟର ଲିଷ୍ଟରୁ କଟିଗଲା ଶଶିକଳାଙ୍କ ନାମ

Tue Apr 6 , 2021
ଚେନ୍ନାଇ: ତାମିଲନାଡୁର ପୂର୍ବତନ ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିଶ୍ୱସ୍ତ ଭାବେ ପରିଚିତ ବି.କେ ଶଶିକଳାଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି। ଆଜି ରାଜ୍ୟ ବିଧାନସଭାର ଆସନ ପାଇଁ ଭୋଟଦାନ ଚାଲିଥିବାବେଳେ ଶଶିକଳାଙ୍କ ଓକିଲ ଏନ.ରାଜା ଏସ୍ ପାଣ୍ଡିଆନ୍ ସୂଚନା ଦେଇ କହିଛନ୍ତି ଯେ ନାମ କଟିବା ଘଟଣାକୁ ନେଇ ଶଶିକଳା ଅସନ୍ତୁଷ୍ଟ ଅଛନ୍ତି। ମିଳିଥିବା ସୂଚନା ମୁତାବକ ଚେନ୍ନାଇର ଥାଉଜେନ୍ଡ ଲାଇଟ୍ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରୁ ଶଶିକଳାଙ୍କ […]
ଭୋଟର ଲିଷ୍ଟରୁ କଟିଗଲା ଶଶିକଳାଙ୍କ ନାମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial