ଆଜିଠୁ ଓକିଲଙ୍କୁ ଟିକା: କୋର୍ଟରେ ସାମାଜିକ ଦୂରତା ରଖିବାକୁ ନିବେଦନ

କୋର୍ଟରେ ସାମାଜିକ ଦୂରତା ରଖିବାକୁ ନିବେଦନ

ପୁରୁଣା ଭୁବନେଶ୍ୱର : ଶୁକ୍ରବାରରୁ ଓକିଲଙ୍କୁ ଦିଆଯିବ କରୋନା ଟିକା। ଏଥିପାଇଁ ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ପ୍ରଥମେ ୩୦୦ ଓକିଲଙ୍କ ତାଲିକା ପ୍ରସ୍ତୁତି ହୋଇଛି। ଶୁକ୍ରବାରରୁ ରବିବାର ୩ଦିନ ପର୍ଯ୍ୟନ୍ତ ବିଜେବିନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୪୫ବର୍ଷରୁ ଊର୍ଧ୍ବ ଓକିଲଙ୍କୁ ଟିକା ପ୍ରଦାନ କରାଯିବ। ଅପରପକ୍ଷେ କରୋନା କଟକଣା ମାନି କୋର୍ଟକୁ ଆସିବାକୁ ଓକିଲ ସଂଘ ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ବ୍ୟବହାର କରି ଅତି ଆବଶ୍ୟକ ଥିଲେ ଓକିଲମାନେ କୋର୍ଟ ପରିସରକୁ ଆସନ୍ତୁ ବୋଲି ସଂଘର ସଭାପତି ନିର୍ମଳ କୁମାର ରଥ, ସମ୍ପାଦକ ରାଜକିଶୋର ଦାସ ନିବେଦନ କରିଛନ୍ତି।

Share Now:

Kalinga News Beuro

Next Post

କାଳ ବୈଶାଖୀରେ ଉଡ଼ିଗଲା ସ୍କୁଲ ଛପର : ଶିକ୍ଷାଦାନ ବାଧାପ୍ରାପ୍ତ

Fri Apr 9 , 2021
କଣିହାଁ: ଗତକାଲି ସନ୍ଧ୍ୟାରେ ପ୍ରବଳ ଝଡ଼ତୋଫାନ ହେବା ଫଳରେ ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଶିପୁର ନନ୍ଦ କିଶୋର ହାଇସ୍କୁଲର ଆଜବେଷ୍ଟସ ଛାତ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଫଳରେ ପଠାପଢ଼ାରେ ବାଧା ସୃଷ୍ଟି ହୋଇଛି ଓ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ସ୍କୁଲଘରଗୁଡ଼ିକ ଖୋଲା ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ତେଣୁ ସ୍କୁଲ ଗୃହର ମରାମତି କରିବା ପାଇଁ ପଞ୍ଚୟତବାସୀଙ୍କ ପକ୍ଷରୁ ଦାବି ହୋଇଛି। […]
କାଳ ବୈଶାଖୀରେ ଉଡ଼ିଗଲା ସ୍କୁଲ ଛପର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial