ସେବାୟତଙ୍କୁ କରୋନା ଆକ୍ରାନ୍ତ : ତିନିଦିନ ଲାଗି ଆଖଣ୍ଡଳମଣି ମନ୍ଦିର ବନ୍ଦ

ତିନିଦିନ ଲାଗି ଆଖଣ୍ଡଳମଣି ମନ୍ଦିର ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ମନ୍ଦିରରୁ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତିନିଦିନ ଲାଗି ଆଖଣ୍ଡଳମଣି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛ ପ୍ରଶାସନ। ଏନେଇ ଉପଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଆଜି ଦିନ ୧୨ଟାରୁ ଆଖଣ୍ଡଳମଣି ମନ୍ଦିର ଯିବାକୁ ବାରଣ କରାଯାଇଛି। ଆଗାମୀ ୧୭ ତାରିଖ ଯାଏ ଆଖଣ୍ଡଳମଣି ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ବନ୍ଦ ରହିବ। ଏହି ସମୟରେ ମନ୍ଦିରରେ ସେବାୟତମାନେ କେବଳ ରୀତିନୀତି ଅନୁସାରେ ପୂଜା କରିପାରିବେ। ମନ୍ଦିର ଚାରିପାଖକୁ ସାନିଟାଇଜ୍ କରାଯିବା ସହ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀ ସ୍ଥିତି ବିଗିଡ଼ୁଛି: ନିଦ ହଜାଇଲାଣି ଦ୍ରୁତ ସଂକ୍ରମଣ

Thu Apr 15 , 2021
ଭୁବନେଶ୍ବର : ବୁଧବାର ରାଜଧାନୀରେ ୩୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକାଥରେ ଶତକରୁ ତ୍ରିଶତକକୁ ଡେଇଁଛି। ଗତବର୍ଷ ‌ସେପ୍ଟେମ୍ବରରେ କରୋନା ଯେତେବେଳେ ଶୀର୍ଷରେ ଥିଲା ସେତେବେଳେ ରାଜଧାନୀରୁ ଦିନକୁ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏବେ ପୁଣି ଏହି ସ୍ଥିତି ଉପୁଜିଛି। କିନ୍ତୁ ଏହା ଅତ୍ୟନ୍ତ ଦ୍ରୁତ ଗତିରେ ଆସିଛି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକରେ ହଠାତ୍ ପୂର୍ବ ଦିନ ଅପେକ୍ଷା ଶହେରୁ ଅଧିକ […]
ନିଦ ହଜାଇଲାଣି ଦ୍ରୁତ ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial