କରୋନା ସଂକ୍ରମଣରୁ ବଞ୍ଚିବାକୁ ସତର୍କତା

କରୋନା

ନୂଆଦିଲ୍ଲୀ: କରୋନା ଭାଇରସ୍‌ଜନିତ ମହାମାରୀ ବ୍ୟାପିବାରେ ଲାଗିଛି। ତେଣୁ ସରକାର ବାରମ୍ବାର ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ଏଥିସହିତ ବାରମ୍ବାର ହାତ ଧୋଇବା ସହିତ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଉଛି। ଆବଶ୍ୟକ ନଥିଲେ ବାହାରକୁ ବାହାରିବା ପାଇଁ ବାରଣ କରାଯାଉଛି। ଏପରି ପରିସ୍ଥିତିରେ କିଛି ସ୍ଥାନ ଅଛି ଯେଉଁ ସ୍ଥାନକୁ ଗଲେ ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ସ୍ଥାନକୁ ଯିବାରୁ ନିଜକୁ ଓ ନିଜ ପିଲାଙ୍କୁ ନିବୃତ୍ତ ରଖନ୍ତୁ।
୧. ଗରମ ଦିନ ଆସିବା ମାତ୍ରେ ପିଲାମାନଙ୍କୁ ପିତା-ମାତା ସୁଇମିଂ କ୍ଲାସ ଛାଡ଼ି ଥାଆନ୍ତି। ତେଣୁ ବର୍ତ୍ତମାନର ପରିସ୍ଥିତିକୁ ଦେଖି ପିଲାଙ୍କୁ ଏଥିରୁ ନିବୃତ୍ତ ରଖନ୍ତୁ।
୨. ସେହିପରି କ୍ରିକେଟ, ଫୁଟବଲ, ଟେନିସ ତଥା ଅନ୍ୟ ଖେଳ‌ରେ ଭାଗ ନେବାକୁ ନିଜ ପିଲାକୁ ମନା କରନ୍ତୁ। ଏହି କିଛିଦିନ ଆମ ସମସ୍ତଙ୍କ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। ନିଜେ ସତର୍କ ରହିବା ସହିତ ଅନ୍ୟକୁ ବି ସତର୍କ ରହିବାକୁ ପରାମର୍ଶ ଦେବା। ତା’ହେଲେ ଯାଇ ଆମେ କରୋନାକୁ ହରାଇ ପାରିବା।
୩. ପାର୍ଟି ଓ ପଙ୍କସନକୁ ଆଦୌ ଯାଆନ୍ତୁ ନାହିଁ, ଯଥା ସମ୍ଭବ ଘରେ ରୁହନ୍ତୁ। କରୋନା ସଂକ୍ରମଣକୁ ବୃଦ୍ଧି ହେବାକୁ ଦିଅନ୍ତୁ ନାହିଁ।
୪. ଏଥିସହିତ ମାଲ, ମାର୍କେଟ, ଜିମ, ଫିଟନେସ ସେଣ୍ଟର, ପାର୍କ, ପ୍ଲେ ଗ୍ରାଉଣ୍ଡ ଓ ଟୁଇରିଷ୍ଟ ଡେଷ୍ଟିନେସନ ଆଦିକୁ ଆଦୌ ଯାଆନ୍ତୁ ନାହିଁ।

Share Now:

Kalinga News Beuro

Next Post

କରୋନା ସଂକ୍ରମଣ ରୋକିବାକୁ ବଡ଼ ନିଷ୍ପତ୍ତି : ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ

Thu Apr 15 , 2021
ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଲାଗୁ କରିଛନ୍ତି। ବି‌ଶେଷ କରି ପଡ଼ୋଶୀ ଛତିଶଗଡ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ କଟକଣାକୁ କଡାକଡି କରାଯାଇଛି। କରୋନାର ଦ୍ରୁତ ସଂକ୍ରମଣକୁ ରୋକିବାକୁ ୧୦ ସୀମାନ୍ତବର୍ତ୍ତୀ ଜିଲ୍ଲାର ସହରାଞ୍ଚଳକୁ ସଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ରହିବ। ଅର୍ଥାତ […]
କରୋନା ସଂକ୍ରମଣ ରୋକିବାକୁ ବଡ଼ ନିଷ୍ପତ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial