କରୋନା ସଂକ୍ରମଣ ରୋକିବାକୁ ବଡ଼ ନିଷ୍ପତ୍ତି : ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ

କରୋନା ସଂକ୍ରମଣ ରୋକିବାକୁ ବଡ଼ ନିଷ୍ପତ୍ତି

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଲାଗୁ କରିଛନ୍ତି। ବି‌ଶେଷ କରି ପଡ଼ୋଶୀ ଛତିଶଗଡ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ କଟକଣାକୁ କଡାକଡି କରାଯାଇଛି। କରୋନାର ଦ୍ରୁତ ସଂକ୍ରମଣକୁ ରୋକିବାକୁ ୧୦ ସୀମାନ୍ତବର୍ତ୍ତୀ ଜିଲ୍ଲାର ସହରାଞ୍ଚଳକୁ ସଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ରହିବ। ଅର୍ଥାତ ସପ୍ତାହର ଶେଷ ଦୁଇ ଦିନ ଶନି-ରବିବାର ଉକ୍ତ ୧୦ ଜିଲ୍ଲାର ସହରାଞ୍ଚଳ ସଟଡାଉନ ରହିବ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି କଟକଣା ରହିବ। ତେବେ ଗ୍ରାମାଞ୍ଚଳରେ ପୂର୍ବଭଳି ନିୟମ ଲାଗୁ ରହିବ। ଏହାବାଦ୍ ଏହି ୧୦ ଜିଲ୍ଲା ସହରାଞ୍ଚଳରେ ନାଇଟ କର୍ଫ୍ୟୁର ସମୟ ସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ଏହି ନାଇଟକର୍ଫ୍ୟୁ ଲାଗୁ ରହିବ। ତେବେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ପଡୋଶୀ ଛତିଶଗଡରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର।

Share Now:

Kalinga News Beuro

Next Post

କରୋନା ପାଇଁ ଆନ୍ତଃରାଜ୍ୟ ବସ ଯାତାୟତ ଉପରେ କଟକଣା

Thu Apr 15 , 2021
ସୋମବାରଠାରୁ ବାହାର ରାଜ୍ୟକୁ ଗଡିବନି ବସ୍ ଭୁବନେଶ୍ବର: କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି। ବି‌‌ଶେଷ କରି ରାଜ୍ୟ ବାହାରକୁ ଯାଉଥିବା ବସର ଗମନାଗମନ ଉପରେ କଡା କଟକଣା ଲଗାଇଛନ୍ତି। ପୂର୍ବରୁ ଛତିଶଗଡ ଯାଉଥିବା ବସଗୁଡିକର ଯାତାୟତ ଉପରେ ସରକାର ରୋକ ଲଗାଇଥିବା ବେଳେ ଆସନ୍ତା ୧୯ରୁ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। […]
ଆନ୍ତଃରାଜ୍ୟ ବସ ଯାତାୟତ ଉପରେ କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial