କରୋନା ପାଇଁ ଆନ୍ତଃରାଜ୍ୟ ବସ ଯାତାୟତ ଉପରେ କଟକଣା

ଆନ୍ତଃରାଜ୍ୟ ବସ ଯାତାୟତ ଉପରେ କଟକଣା

ସୋମବାରଠାରୁ ବାହାର ରାଜ୍ୟକୁ ଗଡିବନି ବସ୍

ଭୁବନେଶ୍ବର: କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି। ବି‌‌ଶେଷ କରି ରାଜ୍ୟ ବାହାରକୁ ଯାଉଥିବା ବସର ଗମନାଗମନ ଉପରେ କଡା କଟକଣା ଲଗାଇଛନ୍ତି। ପୂର୍ବରୁ ଛତିଶଗଡ ଯାଉଥିବା ବସଗୁଡିକର ଯାତାୟତ ଉପରେ ସରକାର ରୋକ ଲଗାଇଥିବା ବେଳେ ଆସନ୍ତା ୧୯ରୁ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ରାଜ୍ୟ ଭିତରେ ପୂର୍ବଭଳି ବସ ଚଳାଚଳ ଚାଲୁ ରହିବ। ତେବେ ରାଜ୍ୟରେ ବସ ଗଡିବ କିନ୍ତୁ ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ। ସିଟ୍ ଠାରୁ ଅଧିକ ଯାତ୍ରୀଙ୍କୁ ଛିଡା କରି ଆଣିପାରିବନି ବସ୍। ଏପରି କଲେ ବସଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଅଟୋରିକ୍ସା ଓ ଟ୍ୟାକ୍ସି ଯାତାୟତ ଉପରେ ମଧ୍ୟ କିଛି କଟକଣା ଲଗାଯାଇଛି। ଏଥିରେ ସର୍ବାଧିକ ୨ ଜଣ ଯାତ୍ରୀ ଯାଇପାରିବେ। ଡ୍ରାଇଭରଙ୍କୁ ଛାଡି ଆଉ ମାତ୍ର ଦୁଇ ଜଣ ଯାତ୍ରୀ ଯାଇପାରିବେ। ତେବେ ମାଲବାହୀ ଗାଡ଼ି ଉପରେ କୌଣସି କଟକଣା ଲଗାଯାଇ ନଥିବା ବେଳେ ଛତିଶଗଡ଼ ଯାଉଥିବା ବସର ଲାଇସେନ୍ସ ରଦ୍ଦ କରାଯାଇଥିବା ଜଣାପଡ଼ିଛି। ସେହିଭଳି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବ। ୫୦ ପ୍ରତିଶତ ସିଟରୁ ଅଧିକ ଲୋକଙ୍କୁ ସିନେମା ହଲ ଭିତରକୁ ଅନୁମତି ମିଳିବନି। ମୀନାବଜାରରେ ୨୦୦ ଲୋକ, ଯାତ୍ରା ଓ ଥିଏଟରରେ ମାତ୍ର ୧୦୦୦ ଲୋକଙ୍କୁ ଅନୁମତି ମିଳିବ। ଆଉ ଯାତ୍ରା ଟେଣ୍ଟ ଭିତରେ ପ୍ରତି ଦର୍ଶକ ୬ ଫୁଟ ଦୂରତା ବଜାୟ ରଖିବେ।

Share Now:

Kalinga News Beuro

Next Post

ନନ୍ଦନକାନନରେ ନୂଆ ଅତିଥି: ବାଘୁଣୀ ମେଘା କୋଳରେ ୩ ଶାବକ

Thu Apr 15 , 2021
ବାରଙ୍ଗ : ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ନନ୍ଦନକାନନରେ ଖେଳିଯାଇଛି ଖୁସିର ଲହରି। ରାଜ୍ୟବାସୀଙ୍କୁ ନନ୍ଦନକାନନ ଦେଇଛି ଏକ ଖୁସି ଖବର। ପ୍ରାଣୀ ଉଦ୍ୟାନର ବାଘ ଖୁଆଡ଼ରେ ମା’ ବାଘୁଣୀ ମେଘା ୩ ନୂଆ ଶାବକକୁ ଜନ୍ମ ଦେଇଛି। ଆଖି ଫିଟି ନ ଥିବା ୩ ସଦ୍ୟଜାତ ବାଘ ଶାବକ ମା’ ମେଘା କୋଳରେ ଖେଳିବା ଆରମ୍ଭ କରିଦେଇଛନ୍ତି। ଏଯାଏ ନବଜାତକମାନଙ୍କର ଲିଙ୍ଗ ଚିହ୍ନଟ ହୋଇପାରିନାହିଁ। ତେବେ […]
ନନ୍ଦନକାନନରେ ନୂଆ ଅତିଥି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial