ଅମାନିଆଙ୍କୁ ଜଗିବ କମିସନରେଟ୍‌ ପୁଲିସ: ସବୁ ଥାନା ଅଞ୍ଚଳରେ ହେବ ପାଟ୍ରୋଲିଂ

ଅମାନିଆଙ୍କୁ ଜଗିବ କମିସନରେଟ୍‌ ପୁଲିସ

୨୫ ଚେକ୍ ପୋଷ୍ଟ, ୧୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର : କୋଭିଡ୍ ଦ୍ବିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣକୁ ରୋକିବା ଲାଗି ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ। ରାଜଧାନୀରେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା ନାଇଟ୍ କର୍ଫ୍ୟୁ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଆଜି ଏକ ସମୀକ୍ଷା ବୈଠକରେ ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି କରିବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ରାଜଧାନୀର ରସୁଲଗଡ଼, ବାଣୀବିହାର, ରୂପାଲି, ଆଚାର୍ଯ୍ୟବିହାର, ରାଜମହଲ, କଳ୍ପନା, ରବି ଟକିଜ୍, ନାଲକୋ, ପଟିଆ ଭଳି ୨୫ଟି ଛକରେ ଚେକ୍ ପୋଷ୍ଟ କରାଯିବ। ଏଥିରେ ପ୍ରାୟ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ସେହିପରି ସ୍ଥାନୀୟ ଥାନା ପୁଲିସ ନିଜ ନିଜ ଅଞ୍ଚ​ଳରେ ପାଟ୍ରୋଲିଂ କରିବେ। ରାତିରେ ଫେରୁଥିବା ଜରୁରି କାମରେ ନିୟୋଜିତ କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ଦେଖାଇବେ। କୌଣସି ବାହାନା କରି କେହି ଯାଇପାରିବେ ନାହିଁ। ତେଣୁ କେବଳ ମେଡିକାଲ ଭଳି ଗୁରୁତ୍ବପୂର୍ଣ୍ଣ କାମ ଥିଲେ ଘରୁ ବାହାରନ୍ତୁ ବୋଲି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଡିସିପି ଉମାଶଙ୍କର ଦାଶ। ସମସ୍ତେ ସହଯୋଗ କଲେ ଦ୍ବିତୀୟ ଲହର ସଂକ୍ରମଣରୁ ରକ୍ଷା ମିଳିପାରିବ ବୋଲି ଶ୍ରୀ ଦାଶ କହିଛନ୍ତି।

Share Now:

Kalinga News Beuro

Next Post

କୋଟିପତି ଯାଯାବର ଲୁଟେରା ଗିରଫ: ଲୁଟ୍‌ ଟଙ୍କାରେ କିଣିଛି ଏକାଧିକ ପ୍ଲଟ୍

Sat Apr 17 , 2021
ଜଟଣୀ : ଖାଇବାକୁ ପାଉ ନଥିବା କହି ଯାହାକୁ ଲୋକେ ଦୟାରେ ଖାଦ୍ୟ ପୁଡ଼ିଆ ଦେଉଥିଲେ, ସେ ଜଣେ କୋଟିପତି ଏବଂ ଏକାଧିକ ବାସଗୃହ ଜମିର ମାଲିକ। କେବଳ ସେତିକି ନୁହେଁ, ସେ ଜଣେ କୁଖ୍ୟାତ ଲୁଟେରା ମଧ୍ୟ। ଜଟଣୀ ଆର୍‌ପିଏଫ୍‌ କାର୍ଯ୍ୟାଳୟ ସମୁଖରେ ଦୀର୍ଘ ଦିନ ହେଲା ରହି ଆସୁଥିବା ଯାଯାବର ଭଗିଆ ଶବରର ଏହା ଅସଲ ଚେହେରା। ଖୋର୍ଦ୍ଧାରୋଡ୍‌ ରେଲୱେ ପୁଲିସ ତାକୁ ଗିରଫ କରିବା ପରେ […]
କୋଟିପତି ଯାଯାବର ଲୁଟେରା ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial