ଦିଲ୍ଲୀରେ ଦ୍ରୁତ କୋଭିଡ୍‌ ସଂକ୍ରମଣ ବୃଦ୍ଧି: ଆଜି କ୍ୟାବିନେଟ୍‌ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍

ଦିଲ୍ଲୀରେ ଦ୍ରୁତ କୋଭିଡ୍‌ ସଂକ୍ରମଣ ବୃଦ୍ଧି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବିସ୍ତାର କରୁଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କ୍ୟାବିନେଟ୍‌ ବୈଠକ ଡକାଇଛନ୍ତି। ଅନ୍ୟାନ୍ୟ ମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ସୁଦ୍ଧା ଶେଷ ହୋଇଥିବା ୨୪ଘଣ୍ଟା ମଧ୍ୟରେ ଜାତୀୟ ରାଜଧାନୀରେ ୨୪,୦୦୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ଦିଲ୍ଲୀ ସରକାର ଅମ୍ଳଜାନ ଓ କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଦିଆଯାଉଥିବା ଅତ୍ୟାବଶ୍ୟକ ଔଷଧ ରେମ୍‌ଡେସିଭିୟର୍‌ ଅଭାବ କଥା ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଉଠାଇଥିଲେ। ଏହାଛଡ଼ା, ହସ୍ପିଟାଲ୍‌ରେ ଶଯ୍ୟାସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ଦିଲ୍ଲୀ ସରକାର ସାଧ୍ୟମତେ ଉଦ୍ୟମ କରୁଥିବା କଥା ସେ ଜଣାଇଥିଲେ। କେଜ୍ରିଓ୍ଵାଲ୍‌ କହିଥିଲେ ଯେ, ପରିସ୍ଥିତି ଖୁବ୍‌ ସାଙ୍ଘାତିକ ଏବଂ ଜଟିଳ। ବାସ୍ତବରେ ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇଛି। ସେହି ଅଳ୍ପ କେତେ ଦିନ ତଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ବୋଲି ପ୍ରତୀୟମାନ ହେଉଥିବା ବେଳେ ଆଜି ସବୁ ଜିନିଷର ଅଭାବ ପରିଲକ୍ଷିତ ହେଉଛି। କିନ୍ତୁ, ଯେଉଁ ବେଗରେ କରୋନାଭାଇରସ୍‌ ବୃଦ୍ଧି ପାଉଛି, କେବେ ଏହା ଶିଖରରେ ପହଞ୍ଚିବ ତାହା କେହି ଜାଣନ୍ତି ନାହିଁ।

Share Now:

Kalinga News Beuro

Next Post

୫ ଦିନ ପାଇଁ ସଟଡାଉନ ଘୋଷଣା ହେଲା ନବରଙ୍ଗପୁର ସୀମାନ୍ତ ଚନ୍ଦାହାଣ୍ଡି ବ୍ଲକ

Sun Apr 18 , 2021
ନବରଙ୍ଗପୁର: ୫ ଦିନ ପାଇଁ ସଟଡାଉନ୍ ଘୋଷଣା ହେଲା ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଚନ୍ଦାହାଣ୍ଡି ବ୍ଲକ। ଚନ୍ଦାହାଣ୍ଡି ବ୍ଲକରେ ଗତ ୧୦ ଦିନ ମଧ୍ୟରେ ୧୬୦ରୁ ଉର୍ଦ୍ଧ୍ବ କରୋନାରେ ସଂକ୍ରମିତ ହେଲେଣି। ଛତିଶଗଡ ସୀମାନ୍ତରେ ଥିବା ଚନ୍ଦାହାଣ୍ଡି ବ୍ଲକର ୨ଟି ମୁଖ୍ୟ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ବେଳେ ୫୦ରୁ ଉର୍ଦ୍ଧ୍ବ ଗଳାବାଟ ରହିଛି, ଯାହାକୁ ସିଲ୍ କରିବା ସହଜ ନୁହେଁ। ଚନ୍ଦାହାଣ୍ଡି ବ୍ଲକବାସୀଙ୍କ ସହିତ ପଡ଼ୋଶୀ ଛତିଶଗଡର […]
ସଟଡାଉନ ଘୋଷଣା ହେଲା ନବରଙ୍ଗପୁର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial