ହସ୍ପିଟାଲ୍‌ରେ ଶବ ଅଦଳ ବଦଳ: ଚିତାରେ ନସିର୍‌, କବରସ୍ତାନରେ ରାମପ୍ରସାଦ

ହସ୍ପିଟାଲ୍‌ରେ ଶବ ଅଦଳ ବଦଳ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁରଦାବାଦରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କରୋନାରେ ମୃତ୍ୟୁ ଘଟିଥିବା ଭିନ୍ନ ସମ୍ପ୍ରଦାୟର ଦୁଇଟି ଶବ ଅଦଳ ବଦଳ ହୋଇଯିବା ପରେ ଏହାକୁ ନେଇଉତ୍ତେଜନା ପ୍ରକାଶ ପାଇଥିଲା। ଜଣେ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତିଙ୍କ ଶବକୁ କବର ଦିଆଯିବା ଏବଂ ଅନ୍ୟଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶବକୁ ଅନ୍ତିମ ସଂସ୍କାର କରାଯିବା ପୂର୍ବରୁ ଘଟଣା ଜଣାପଡ଼ିଥିଲା। ଏହାକୁ ନେଇ ମାମଲା ଉଗ୍ର ରୂପ ନେବା ପୂର୍ବରୁ ପୁଲିସ ହସ୍ତକ୍ଷେପ କରି ଉଭୟ ସମ୍ପ୍ରଦାୟର ମୃତକଙ୍କ ସମ୍ପର୍କୀୟଙ୍କୁ ବୁଝାଶୁଝା କରିଥିଲା ଏବଂ ସୁରୁଖୁରୁରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ମୁରାଦାବାଦ-ହରିଦ୍ବାର ଷ୍ଟେଟ୍‌ ହାଇୱେସ୍ଥିତ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ବିଳମ୍ବତ ରାତିରେ ଏହି ଘଟଣା ଘଟିଥିଲା। କରୋନାରେ ପ୍ରାଣ ହରାଇଥିବା ରାମପ୍ରସାଦଙ୍କ ମୃତଦେହକୁ ନେଇ ତାଙ୍କ ପୁଅ ରାମଗଙ୍ଗା ବିହାରସ୍ଥିତ ଶ୍ମଶାନରେ ପହଞ୍ଚିଥିଲେ। ଶବ ଗୁଡ଼ା ହୋଇଥିବା ପଲିଥିନ୍‌ ହଟାଇବା ପରେ ଜଣାପଡ଼ିଥିଲା ଶବଟି ରାମପ୍ରସାଦଙ୍କର ନୁହେଁ ଅନ୍ୟ କେହି। ରାମପ୍ରସାଦଙ୍କ ସମ୍ପର୍କୀୟମାନେ ଏ ବାବଦରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ହସ୍ପିଟାଲରେ ଖୋଳତାଡ଼ ପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମୃତ ନସିର୍‌ଙ୍କ ସମ୍ପର୍କୀୟଙ୍କ ସହ ଯୋଗା‌ଯୋଗ କରିଥିଲା। ସେତେବେଳେକୁ ନାସିରଙ୍କ ଶବକୁ କବର ଦିଆଯାଇ ସାରିଥିଲା। ପୁଲିସ ଏ ଖବର ଶୁଣିବା ପରେ ଘଟଣାସ୍ଥଳକୁ ଯାଇ କବର ଭିତରୁ ରାମପ୍ରସାଦଙ୍କ ଶବକୁ ବାହାର କରିଥିଲା। ଉଭୟ ଶବ ଚିହ୍ନଟ କରାଯିବା ପରେ ପୁଲିସ ଉପସ୍ଥିତିରେ ଅନ୍ତିମ ସଂସ୍କାର ହୋଇଥିଲା।

Share Now:

Kalinga News Beuro

Next Post

୪୮ ଘଣ୍ଟା ଯାଏ କାଳବୈଶାଖୀ: ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ

Thu Apr 22 , 2021
ଭୁବନେଶ୍ବର : ଆସନ୍ତା ୨୪ ତାରିଖ ସକାଳ ତଥା ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି। ସ୍ଥାନେ ସ୍ଥା‌ନେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୨୨ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଅର୍ଧାଧିକ […]
୪୮ ଘଣ୍ଟା ଯାଏ କାଳବୈଶାଖୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial