କୋଭିଡ୍‌-୧୯ର ‘ବିଧ୍ବଂସ୍ତ ସ୍ମାରକ’ ହେଉଛି ଭାରତର କୋଭିଡ୍‌-୧୯ ପରିସ୍ଥିତି: ‘ଡବ୍ଲୁଏଚ୍‌ଓ’ ମୁଖ୍ୟ

ଭୂତାଣୁ କ’ଣ କରିପାରେ

ନୂଆଦିଲ୍ଲୀ: ଭୂତାଣୁ କ’ଣ କରିପାରେ ତା’ର ‘ବିଧ୍ବଂସ୍ତ ସ୍ମାରକ’ ଭାରତର କୋଭିଡ୍‌-୧୯ ପରିସ୍ଥିତି ବୋଲି ଶୁକ୍ରବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଡାକ୍ତର ଟେଡ୍‌ରସ୍‌ ଆଧାନୋମ୍‌ ଗେବ୍ରିୟେସସ୍‌ ଭାରତର ବିପର୍ଯ୍ୟସ୍ତ କୋଭିଡ୍‌-୧୯ ଅବସ୍ଥା ସଂକ୍ରାନ୍ତରେ ମନ୍ତବ୍ୟ ଦେଇ କହିଛନ୍ତି। ଟେଡ୍‌ରସ୍‌ ମଧ୍ୟ କହିଛନ୍ତି ଯେ, ସମ୍ପ୍ରତି ଭାରତରେ ବଢ଼ି ଚାଲିଥିବା କରୋନାଭାଇରସ୍‌ ସଂକ୍ରମଣ ମାମଲା ଏବଂ ମୃତ୍ୟୁ ଯୋଗୁଁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଗଭୀର ଉଦ୍‌ବିଗ୍ନ। କୋଭିଡ୍‌-୧୯ ସଂକ୍ରାନ୍ତ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ, ଆମେ ଜାଣୁ ଅବସ୍ଥା ଜଟିଳ। ଏହାର ମୁକାବିଲା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ପ୍ରକାରର ଉପାୟ ଲୋଡ଼ା। ସାମାଜିକ ମିଳାମିଶା ହ୍ରାସ ଏବଂ ଟିକା ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ମୁଁ ସ୍ବାଗତ କରୁଛି। ସେ ଆହୁରି ମଧ୍ୟ କହିଲେ, ପ୍ରିୟ ପରିଜନଙ୍କୁ ହରାଇଥିବା ପ୍ରତ୍ୟେକ ଭାରତୀୟଙ୍କ ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ‘ଏସିଟି ଏକ୍ସିଲେରାଟର୍‌’ରେ ଆମର ଅଂଶୀଦାରମାନେ ଭାରତ ସରକାର ଓ ଭାରତବାସୀଙ୍କୁ ସହାୟତା ଯୋଗାଇ ଦେବା ସହ ଯଥା ସମ୍ଭବ ଜୀବନ ରକ୍ଷା କରିବାକୁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବେ ବୋଲି ମୁଁ ଦୃଢ଼ ପ୍ରତିକର। ସୂଚନାଯୋଗ୍ୟ, ଗତ ୧୭ ଦିନ ମଧ୍ୟରେ ଭାରତରେ କୋଭିଡ୍‌-୧୯ ମାମଲା ତିନିଗୁଣ ହୋଇଯାଇଛି।

Share Now:

Kalinga News Beuro

Next Post

ମେ’ ୧୫ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ: ସଂକ୍ରମଣ ନିୟନ୍ତ୍ରଣ ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପ‌ରେ ଲାଗିଲା କଟକଣା

Sat Apr 24 , 2021
ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଆଖି ଆଗରେ ରଖି ବଡ଼ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ସଂକ୍ରମଣକୁ କମ କରିବା ପାଇଁ ମେ’ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ‌ଶ୍ରୀମନ୍ଦିରରେ କେବଳ ମହାପ୍ରଭୁଙ୍କ ନୀତିକାନ୍ତି କରାଯିବ। ଆଜିର ଭର୍ଚୁଆଲ୍ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ସେବାୟତଙ୍କ ସହ ଆଲୋଚନା କରିବା ପରେ ଏହି […]
ମେ’ ୧୫ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial