ପୁଣି ବିଏମସି ଜାରି କଲା ୧୯୨୯ ହେଲପ ଲାଇନ ନମ୍ବର

ବିଏମସି ଜାରି କଲା ୧୯୨୯ ହେଲପ ଲାଇନ ନମ୍ବର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ କରୋନା ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲମାନଙ୍କ‌ରେ କୋଭିଡ ବେଡର ବ୍ୟବସ୍ଥା କରାଯାଇଥିଲା। ଏହି ବେଡ ସଂଖ୍ୟା ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯାଉଛି ବୋଲି ବିଏମସି କମିସନରର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ କୁହାଯାଇଛି କି, ହସ୍ପିଟାଲରେ କୌଣସି ପ୍ରକାର ବେଡର ଅସୁବିଧା ନାହିଁ। ହସ୍ପିଟାଲଗୁଡ଼ିକରେ ଯଥେଷ୍ଟ ପରିମାଣରେ ବିଭିନ୍ନ ବିଭାଗ ଅନୁଯାୟୀ ବେଡ ମହଜୁଦ ରହିଛି। ତେବେ ବେଡରେ ଭର୍ତ୍ତି ହେବା ପାଇଁ ୧୯୨୯ ହେଲପଲାଇନ ନମ୍ବର କାର୍ଯ୍ୟକାରୀ ହେଉଛି। ଆରଆରଟି ମାଧ୍ୟମରେ ବି ଅନେକ ଲୋକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କିଛିଦିନ ତଳେ ୧୯୨୯ ହେଲପଲାଇନ ନମ୍ବରରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହା କିଛି ସମୟ ପାଇଁ କାମ ଦେଇ ନଥିଲା। ତେବେ ଏସବୁ ତ୍ରୁଟିର ସମାଧାନ ହୋଇଯାଇଛି। ଏଣିକି ଭୁବନେଶ୍ବର ବାସିନ୍ଦା ୧୯୨୯ ହେଲପଲାଇନ ନମ୍ବର ସେବାର ଲାଭ ଉଠାଇ ପାରି‌ବେ। ସ୍ବର୍ଗ ଦ୍ବାରକୁ ବାହାର ଜିଲ୍ଲା ଲୋକ ଯାଇପାରିବେ ନାହିଁ ବୋଲି ଘୋଷଣା ହେବା ପରେ ଲୋକେ ଭୁବନେଶ୍ବର ଉପରେ ନିର୍ଭର କରିବେ। ଏଥିପାଇଁ ପ୍ରସ୍ତୁତି କିଛି ହୋଇଛି କି ନାହିଁ ବୋଲି ପ୍ରଶ୍ନ ଉଠିଥିଲା। ତେବେ ଏସବୁ ଦିଗ ପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯାଇଛି। ଏଥିସହିତ ସଲମ ଏରିଆରେ କ୍ରିମାଟୋରିୟମକୁ ଯଥାଶୀଘ୍ର ଆରମ୍ଭ କରାଯିବ ବୋଲି ବିଏମସି ପକ୍ଷରୁ ପ୍ରକାଶ।

Share Now:

Kalinga News Beuro

Next Post

ଲୋକାର୍ପିତ ହେଲା ଓଡ଼ିଆ ଆଲବମ୍‌ ‘ମୁଁ ଓଡ଼ିଆ ଘରର ଝିଅ’

Mon Apr 26 , 2021
ଭୁବନେଶ୍ବର: ମ୍ୟୁଜିକ୍‌ କମ୍ପାନି ‘ସୁର ଭାଇବ୍ରେସନ୍’ ଦ୍ଵାରା ପ୍ରସ୍ତୁତ ଓଡ଼ିଆ ଆଲବମ୍ ଗୀତ ‘ମୁଁ ଓଡ଼ିଆ ଘରର ଝିଅ ଲୋ’ କୋଭିଡ୍‌ ନିୟମକୁ ପାଳନ କରି ନିରାଡ଼ମ୍ବର ଭାବେ ମୁକ୍ତିଲାଭ କରିଛି। ଏହା ଏବେ ସୁର ଭାଇବ୍ରେସନ୍‌ ମ୍ୟୁଜିକ୍‌ର ୟୁ-ଟ୍ୟୁବ୍‌ ଚ୍ୟାନେଲରେ ଉପଲବ୍ଧ ହୋଇଛି। ଓଡ଼ିଶାର ଅନେକ ଲୋକକଳା ବିଲୁପ୍ତ ହେବାକୁ ବସିଥିବା ବେଳେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ‘କଣ୍ଢେଇ ନାଚ’ ଭଳି ଲୋକକଳା ଓ କଳାକାରଙ୍କୁ ଲୋକଲୋଚନକୁ ଆଣିବାକୁ […]
ଲୋକାର୍ପିତ ହେଲା ଓଡ଼ିଆ ଆଲବମ୍‌ ‘ମୁଁ ଓଡ଼ିଆ ଘରର ଝିଅ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial