ସଙ୍ଗୀନ ହେଉଛି ରାଜଧାନୀ ସ୍ଥିତି: ଗତକାଲି ୭୦୮ ଆକ୍ରାନ୍ତ, ତିନି ମୃତ

ସଂଗିନ ହେଉଛି ରାଜଧାନୀ ସ୍ଥିତି

ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦ହଜାର ପାର୍

ଭୁବନେଶ୍ବର : କରୋନାରେ ଚଳିତବର୍ଷ ରାଜଧାନୀରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଏପ୍ରିଲ୍‌ରେ ୪ଜଣ ମରିଛନ୍ତି। ଗୋଟିଏ ଦିନରେ ତିନି ଆକ୍ରାନ୍ତଙ୍କର ମୃତ୍ୟୁ ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ରହିଥିବାରୁ ରାଜଧାନୀବାସୀ ସତର୍କ ରହିବାକୁ ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି। ଗତକାଲି ରାଜଧାନୀରେ ୭୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୦ଜଣ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ୧୫୧ଜଣ ଚିହ୍ନଟ ହୋଇଥିବା ବେଳେ ୫୫୭ଜଣ ସ୍ଥାନୀୟ ସଂକ୍ରମିତ। ପଟିଆରୁ ସର୍ବାଧିକ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୭ଜଣ ସ୍ଥାନୀୟ ସଂକ୍ରମିତ ଓ ୧୪ଜଣ ଗୃହ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସେହିପରି ଖଣ୍ଡଗିରିରୁ ୪୦, ନୂଆପଲ୍ଲୀରୁ ୪୩, ପୋଖରୀପୁଟରୁ ୧୮, ପାତ୍ରପଡ଼ାରୁ ୧୩, ୟୁନିଟ୍‌-୩ରୁ ୧୨, ପଳାସୁଣିରୁ ୯, ନୀଳାଦ୍ରିବିହାରରୁ ୧୩, ପାତ୍ରପଡ଼ାରୁ ୯, ପୁରୁଣା ଭୁବନେଶ୍ବରରୁ ୨୨, ରସୁଲଗଡ଼ରୁ ୧୭, ମଞ୍ଚେଶ୍ବରରୁ ୨୪, ଝାରପଡ଼ାରୁ ୨୯, ଚନ୍ଦ୍ରଶେଖରପୁରରୁ ୧୭, ୟୁନିଟ୍‌-୯ରୁ ୧୭, ଆଇଗିଣିଅରୁ ୧୨, ବରମୁଣ୍ଡାରୁ ୧୩ ଓ ଡୁମଡୁମାରୁ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ସ୍ଥାନରେ ୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଆଜିର ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୬୨୮ରେ ପହଞ୍ଚିଛି। ଏଥିରୁ ୩୪୮୮୪ଜଣ ସୁସ୍ଥ ହୋଇଥିବା ବେଳେ ୨୫୫ଜଣଙ୍କର ମୃତ୍ୟୁ ହୋଇଛି। ଏବେ ରାଜଧାନୀରେ ୫୪୬୮ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

Share Now:

Kalinga News Beuro

Next Post

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

Tue Apr 27 , 2021
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଅଭାବନୀୟ ଘଟଣା। ଏଠାରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମୃତକ ହେଉଛନ୍ତି ଡାବୁଗାଁ ଥାନା ଅନ୍ତର୍ଗତ ଡ଼ୁମରଅଡା ଗ୍ରାମର ପାର୍ବତୀ ଜାନୀ। ତାଙ୍କ ସ୍ୱାମୀ ନୀଳଧର ଜାନୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ନିଜେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛି l […]
ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial