କୋଭିଡ୍‌ ପରୀକ୍ଷା ଓ ଟିକା କେନ୍ଦ୍ରରେ ଭିଡ଼: ସଂକ୍ରମଣ ବଢାଇବା ଆଶଙ୍କା

କୋଭିଡ୍‌ ପରୀକ୍ଷା ଓ ଟିକା କେନ୍ଦ୍ରରେ ଭିଡ଼

ଭୁବନେଶ୍ବର : ବିଏମ୍‌ସି ହସ୍ପିଟାଲର କୋଭିଡ୍‌ ପରୀକ୍ଷା କେନ୍ଦ୍ର ଓ ଟିକାଦାନ କେନ୍ଦ୍ରରେ ହେଉଥିବା ଅସମ୍ଭାଳ ଭିଡ଼କୁ ଦେଖି ଲୋକଙ୍କ ଭିତ‌ରେ ଭୟ ଖେଳିଗଲାଣି। ପ୍ରବଳ ଭିଡ ଯୋଗୁଁ ଏଠାରେ କରୋନା ସଂକ୍ରମଣ ହେବା ଆଶଙ୍କା ଥିବାରୁ ଲୋକେ ଏହି ଦୁଇ କେନ୍ଦ୍ରକୁ ପୃଥକ କରିବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ବିଏମ୍‌ସି ହସ୍ପିଟାଲର କୋଭିଡ଼୍‌ ପରୀକ୍ଷା କେନ୍ଦ୍ର ନିକଟରେ ରହିଛି ଟିକାକରଣ କେନ୍ଦ୍ର। ଏଠାରେ ପ୍ରତିଦିନ ତିନି ଶହରୁ ଚାରି ଶହ ଲୋକଙ୍କୁ ଟିକା ଦିଆଯାଉଛି। ସେହିଭଳି ପ୍ରତିଦିନ ୫୦ରୁ ଅଧିକ ଲୋକଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଉଛି। ଟିକା ନେବାକୁ ଆସିଥିବା ବ୍ୟକ୍ତିମାନେ ଲମ୍ବା ଲାଇନରେ ଠିଆ ହୋଇ ଅପେକ୍ଷା କରୁଛନ୍ତି। ଟିକା ପାଇଁ ଅପେକ୍ଷା କରିଥିବା ଏହି ଲୋକଙ୍କ ଭିତରେ କିନ୍ତୁ ସାମାଜିକ ଦୂରତା ରକ୍ଷା କରିବା ବହୁ ସମୟରେ ହେଉନାହିଁ। ବେଳେବେଳେ କୋଭିଡ୍‌ ପରୀକ୍ଷା କରାଇବା ପାଇଁ ଆସିଥିବା ଲୋକେ ଟିକା ଲାଇନ୍‌କୁ ଚାଲି ଆସୁଛନ୍ତି। ଫଳରେ ଏଥିରୁ କରୋନା ସଂକ୍ରମଣ ବ୍ୟାପିବା ଭୟ ରହିଛି। ତେଣୁ ଏହି ଦୁଇ ଲାଇନ୍‌କୁ ତୁରନ୍ତ ପୃଥକ କରିବାକୁ ଦାବି ହେଉଛି।

Share Now:

Kalinga News Beuro

Next Post

ରାଜଧାନୀରେ ଅଙ୍ଗଡ଼ାଇ ସ୍କିମ : କୋଟିଏ ଦେଲେ ଆସିବ ଦେଢ଼ କୋଟି !

Wed Apr 28 , 2021
ଭୁବନେଶ୍ୱର: ହାଓ୍ୱଲା ସ୍କାମ୍ କାରବାର ବେଳେ ରାଜଧାନୀରୁ ଧରାପଡ଼ିଲା ୧ କୋଟିର ନଗଦ ଟଙ୍କା। କୋଟିଏକୁ ଦେଢ଼ କୋଟି କରିବାର ମୋହରେ ପଡ଼ି ଜଣେ ବ୍ୟବସାୟୀ ଏହି ସ୍କାମରେ ଫସିବା ପରେ ସାମ୍ନାକୁ ଆସିଛି ଠକେଇର ଏହି ନୂଆ ଫଣ୍ଡା। ଏନେଇ କମିଶନରେଟ୍ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ରାଜଧାନୀର ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ଓୟୋ ରୁମରୁ ଜବତ ହୋଇଛି ପୁଳା ପୁଳା ଟଙ୍କା। ଲକ୍ଷେ […]
ରାଜଧାନୀରେ ଅଙ୍ଗଡ଼ାଇ ସ୍କିମ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial