ବୁଥ୍‌ବାହୁଡ଼ା ମତକୁ ନେଇ କମ୍ପନ: ବଙ୍ଗରେ ଦିଦି ଆଗରେ

ପିପିଲି ଉପନିର୍ବାଚନ

ତାମିଲନାଡ଼ୁରେ ଡିଏମ୍‌କେ, ଆସାମରେ ବିଜେପି, କେରଳରେ ପୁଣି ଏଲ୍‌ଡିଏଫ୍‌

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସି, କେରଳରେ ବାମ ସାମୁଖ୍ୟ ଏବଂ ଆସାମରେ ବିଜେପି କ୍ଷମତା ବଜାୟ ରଖିବେ। ତାମିଲନାଡୁରେ ଆନ୍ନାଡିଏମକେକୁ ଗାଦିଚ୍ୟୁତ କରିବ ଷ୍ଟାଲିନଙ୍କ ଡି‌ଏମ୍‌କେ। ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ସର୍ଭେରୁ ଏଭଳି ସୂଚନା ମିଳିଛି। ତେବେ କିଛି ସଂସ୍ଥାଙ୍କ ରିପୋର୍ଟ କହୁଛି ଯେ ତାମିଲନାଡୁ ଏବଂ କେରଳରେ ଯଥାକ୍ରମେ ଡିଏମକେ ଓ ବାମ ସାମ୍ମୁଖ୍ୟ କ୍ଷମତା ଦଖଲ କରିବା ନିଶ୍ଚିତ। କିନ୍ତୁ ପଶ୍ଚିମବଙ୍ଗ ଏବଂ ଆସାମରେ କଡ଼ା ଟକ୍କର ରହିଛି। ପଶ୍ଚିମ ବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ କଡା ଟକ୍କର ଥିବା ବେଳେ ଆସାମରେ ବିଜେପି ଏବଂ କଂଗ୍ରେସ ମଧ୍ୟ‌ରେ କଡ଼ା ଟକ୍କର ରହିଛି। ଏହି ଦୁଇ ରାଜ୍ୟରେ ନିର୍ବାଚନ ଫଳାଫଳ ଝୁଲା ‌ହୋଇପାରେ। ପୋଲ୍‌ ଅଫ୍‌ ପୋଲ୍‌ସ ମୁତାବକ ପଶ୍ଚିମବଂଗର ୨୯୪ ଆସନରୁ ୧୪୯ ଆସନରେ ଟିଏମ୍‌ସିର ବିଜୟ ହୋଇପାରେ। ବିଜେପି ୧୧୬ ଆସନ ଦଖଲ କରିବାର ସମ୍ଭାବନା ରହିଛି। ପ୍ରାୟ ୬ଟି ଏକ୍‌ଜିଟ୍‌ ପୋଲ୍‌ରେ ମମତା ବାନାର୍ଜୀ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିବେ ବୋଲି ଦର୍ଶାଯାଇଛି। ଯଦି ଏହି ଅନୁମାନ ଠିକ୍‌ ହୁଏ ତା’ହେଲେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ହ୍ୟାଟ୍ରିକ୍‌ କରିବେ। ସେହିଭଳି ଏବିପି ଏବଂ ସି-ଭୋଟର୍‌ ଏକ୍‌ଜିଟ୍‌ ପୋଲ୍‌ ମୁତାବକ ତାମିଲନାଡ଼ୁରେ ୨୩୪ ବିଧାନସଭା ଆସନରୁ କଂଗ୍ରେସ-ଡିଏମ୍‌କେ ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିପାରେ। ଏହି ମେଣ୍ଟକୁ ୪୬.୭ ପ୍ରତିଶତ ଭୋଟ୍‌ ମିଳିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଏଆଇଏଡିଏମ୍‌କେ-ବିଜେପି ମେଣ୍ଟକୁ ୩୫ ପ୍ରତିଶତ ଭୋଟ୍‌ ମିଳିବ ବୋଲି ଆକଳନ କରାଯାଇଛି। ଡିଏମ୍‌କେ ମେଣ୍ଟ ୧୬୦ରୁ ୧୭୨ ଆସନ ଦଖଲ କରିପାରେ। ବିଜେପି-ଏଆଇଏଡିଏମ୍‌କେକୁ ୫୮ରୁ ୭୧ ଆସନ ମିଳିବା ଅନୁମାନ କରାଯାଉଛି। ଇଣ୍ଡିଆ ଟୁଡେ-ସିଏନ୍‌ଏକ୍ସର ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ବିଜେପି-ଏଆଇଏଡିଏମ୍‌କେ ମେଣ୍ଟକୁ ୭୪ରୁ ୮୪ ଆସନ ଏବଂ କଂଗ୍ରେସ-ଡିଏମ୍‌କେ ମେଣ୍ଟକୁ ୪୦ରୁ ୫୦ ଆସନ ମିଳିବ। ଇଣ୍ଡିଆ ଟୁଡେ-ଏକ୍ସିସ ପୋଲ ମୁତାବକ ଡିଏମ୍‌କେ ମେଣ୍ଟ ୧୭୫ରୁ ୧୯୫ ଆସନ ଏବଂ ଏଡିଏମ୍‌ମେ କେଣ୍ଟ ୩୮ରୁ ୫୪ ଆସନ ପାଇବ।
ଇଣ୍ଡିଆ ଟୁଡେ-ଏକ୍ସିସ ପୋଲ୍‌ ମୁତାବକ ଆସାମରେ ବିଜେପିକୁ ୭୫ରୁ ୮୫ ଆସନ, କଂଗ୍ରେସକୁ ୪୦ରୁ ୫୦ ଆସନ ଏବଂ ଅନ୍ୟମାନଙ୍କୁ ୧ରୁ ୪ ଆସନ ମିଳିପାରେ। କେରଳରେ ୧୪୦ ଆସନରୁ ଏଲ୍‌ଡିଏଫ୍‌କୁ ୧୦୪ରୁ ୧୨୦ ଆସନ, ଏବଂ ୟୁଡିଏଫ୍‌କୁ ୨୦ରୁ ୩୬ ଆସନ ମିଳିବା ଅନୁମାନ କରାଯାଇଛି। ଏଠାରେ ବିଜେପିକୁ ୦-୨ ଆସନ ମିଳିପାରେ ବୋଲି କୁହାଯାଇଛି। ୨୦୧୬ ନିର୍ବାଚନରେ ଏଲ୍‌ଡିଏଫ୍‌ ୯୧ ଆସନରେ ବିଜୟୀ ହୋଇଥିଲା। ସେହିଭଳି ପୁଡୁଚେରୀରେ ମୋଟ୍‌ ୩୩ ଆସନରୁ ଏନ୍‌ଡିଏକୁ ୧୯ରୁ ୨୩ ଆସନ, ୟୁପିଏକୁ ୬ରୁ ୧୦ ଆସନ ମିଳିପାରେ।

Share Now:

Kalinga News Beuro

Next Post

ଚନ୍ଦକା-ବାରଙ୍ଗ ରାସ୍ତାରେ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧୀ ସେକ୍‌ ବାବୁକୁ ଗୁଳି

Fri Apr 30 , 2021
ବନ୍ଧୁକ, ଗୁଳି, ବାଇକ୍‌ ଜବତ, ଆନନ୍ଦ ସ୍ପୋର୍ଟସ୍‌ ମାଲିକଙ୍କୁ ଧମକ ମାମଲାରେ ଫେରାର ଥିଲା କଟକ/ମହାନଦୀବିହାର: ଗ୍ୟାଙ୍ଗଷ୍ଟର‌ ସକିଲର ପ୍ରମୁଖ ସହଯୋଗୀ ସେକ୍‌ ବାବୁ ଓରଫ ବରେନ୍‌ ବାବୁ ଦ୍ବିତୀୟ ଥର ପୁଲିସ୍‌ ଏନକାଉଣ୍ଟର‌ର ଶିକାର ହୋଇଛି। ଚନ୍ଦକାରୁ ବାରଙ୍ଗ ଆଡ଼କୁ ଏକ ସ୍କୁଟିରେ ଆସୁଥିବା ବେଳେ ଦରଘାବଜାର ଥାନା ପୁଲିସ ଓ ସ୍ପେସାଲ ସ୍କ୍ବାଡ୍‌ ମିଳିତ ଚଢ଼ଉ କରି ତାକୁ କାବୁ କରିବାକୁ ଉଦ୍ୟମ କରିଥିଲେ। ସେ କିନ୍ତୁ […]
ଚନ୍ଦକା-ବାରଙ୍ଗ ରାସ୍ତାରେ ଏନ୍‌କାଉଣ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial