୭ଦିନରେ ଏମ୍ସରେ ଚିକିତ୍ସାଧୀନ ୧୫ ଜଣଙ୍କ ମୃତ୍ୟୁ

୭ଦିନରେ ଏମ୍ସରେ ଡାକ୍ତରଖାନାରେ ୧୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର : ଗତ ୭ ଦିନ ମଧ୍ୟରେ ଏମ୍ସରେ ସ୍ଥିତ କୋଭିଡ ଡାକ୍ତରଖାନାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଧିବଦ୍ଧ ସୂଚନା ମିଳି ନାହିଁ। ଦୁଇ ଦିନ ତଳେ ୫ ଜଣ ପ୍ରାଣ ହରାଇଥିବାବେଳେ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ କିଛି କୋଭିଡ ଆକ୍ରାନ୍ତ ଥିଲେ, ଅନ୍ୟ କିଛି ରୋଗୀ ଅଣକୋଭିଡ ରୋଗର ଚିକିତ୍ସା ପାଇଁ ଆସି କୋଭିଡ ପଜିଟିଭ ଭାବରେ ଚିହ୍ନଟ ହୋଇଥିଲେ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିଲା। କୋଭିଡ କଟକଣା ମଧ୍ୟରେ ଏମାନଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Share Now:

Kalinga News Beuro

Next Post

ଆଜିଠୁ ସମଗ୍ର ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ ଟିକା

Sat May 1 , 2021
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହେଉଛି। ଏଥିରେ ୧୮ରୁ ୪୪ ବର୍ଷ ବୟସବର୍ଗର ନାଗରିକମାନଙ୍କୁ ଟିକା ଦିଆଯିବ। କିନ୍ତୁ, ଯଥେଷ୍ଟ ସଂଖ୍ୟକ ଟିକା ନ ଥିବାରୁ କେତେକ ରାଜ୍ୟ ସରକାର ଆଜି ଟିକାକରଣ କେନ୍ଦ୍ରଗୁଡ଼ିକରେ ଧାଡ଼ି ନ ବାନ୍ଧିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀ, ଓଡ଼ିଶା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବରେ ୧୮ରୁ […]
ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial