ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ ଜଣଙ୍କ ଜୀବନ ନେଲା କରୋନା: ୧୦୫୨୧ ନୂଆ ପଜିଟିଭ ଚିହ୍ନଟ

୧୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ୧୭ ଜଣ ରୋଗୀଙ୍କର ପ୍ରାଣ ନେଇଛି। ଗତକାଲି ୧୬ ଜଣଙ୍କ ଜୀବନ ନେଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ରହିଛନ୍ତି। ସେହିପରି ଦେବଗଡ ଜିଲ୍ଲାରୁ ଜଣେ. ବୌଦ୍ଧରେ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେଉଁଝର ଜିଲ୍ଲାରୁ ଜଣେ, ଝାରସୁଗୁଡା ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ ଦୁଇ ଜଣ, ସମ୍ବଲପୁର ଜିଲ୍ଲାରୁ ଜଣେ, ରାୟଗଡା ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ସୁନ୍ଦରଗଡ ଜିଲ୍ଲାରୁ ଜଣେ ବ୍ୟକ୍ତି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୦୫୨୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫୯୪୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୫୭୬ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ଶହ ୭୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧ଶହ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକଟରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡ଼ରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪, ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ପୁରୀରୁ ୩୧୯, ଝାରସୁଗୁଡ଼ାରୁ ୩୧୪, ବଲାଙ୍ଗୀରରୁ ୩୧୪, ନୂଆପଡ଼ା ୩୦୪,ମୟୂରଭଂଜରୁ ୨୮୮, ବୌଦ୍ଧରୁ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୧୬୨। ସୁସ୍ଥ ହୋଇଛନ୍ତିି ୪ଲକ୍ଷ ୧୬ ହଜାର ୪୦୩ଜଣ। କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୮୧ ହଜାର ୮୫ ଜଣ। ଗତକାଲି ୪୮ ହଜାର ୩୧୪ ନମୁନା ପରୀକ୍ଷା କରାଯାଇଛି।

Share Now:

Kalinga News Beuro

Next Post

ଏସ୍‌ସିବିରୁ ୧୫୦ ଡାକ୍ତର ଗଲେ ୧୦ ଜିଲ୍ଲାକୁ: ନର୍ସିଂ ହଷ୍ଟେଲରେ ଖୋଲାଯିବ ସିସିସି,ରହିବ ଅକ୍ସିଜେନ୍‌ ବ୍ୟବସ୍ଥା

Thu May 6 , 2021
କଟକ: କରୋନା ମୁକାବିଲା ପାଇଁ ଏସ୍‌ସିବିରୁ ୧୫୦ଜଣ ପିଜି, ହାଉସ୍‌ସର୍ଜନ୍‌ ଡାକ୍ତରଙ୍କୁ ୧୦ଟି ଜିଲ୍ଲାକୁ ପଠାଯାଇଛି। ସେମାନଙ୍କୁ ରାୟଗଡ଼ା, ମାଲକାନଗିରି, ସୋନପୁର, କୋରାପୁଟ ଭଳି ବିଭିନ୍ନ ଜିଲ୍ଲାକୁ ପଠାଯାଇଛି। ଏସ୍‌ସିବିରୁ ଅନ୍ୟ ଜିଲ୍ଲାକୁ ଡାକ୍ତର ପଠାଇ ଦିଆଯାଇଥିବାରୁ ଏସ୍‌ସିବିରେ ଆଗକୁ ଯେଉଁ ୭୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଓ ନର୍ସିଂ ‌ହ‌ଷ୍ଟେଲରେ ଖୋଲାଯିବାକୁ ଥିବା ସିସିସି ଖୋଲାଗଲେ ଡାକ୍ତର ସମସ୍ୟା ବି ଦେଖା ଦେଇପାରେ ବୋଲି ଆଲୋଚନା କରାଯାଉଛି। […]
ଏସ୍‌ସିବିରୁ ୧୫୦ ଡାକ୍ତର ଗଲେ ୧୦ ଜିଲ୍ଲାକୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial