ହୋଲସେଲ ମାର୍କେଟରେ ଯୋଗାଣ ବିଭାଗ: ଆରଏମସିର ଚଢ଼ଉ

ହୋଲସେଲ ମାର୍କେଟରେ ଯୋଗାଣ ବିଭାଗର ଚଢ଼ଉ-1

ରାଉରକେଲା : ପ୍ଲାଣ୍ଟସାଇଟ ରୋଡ଼ରେ ଥିବା୍ ରାସନ ସାମଗ୍ରୀର ହୋଲସେଲ ମାର୍କେଟ ଉପରେ ଯୋଗାଣ ବିଭାଗ ଏବଂ ରାଉରକେଲା ମହାନଗର ନିଗମ (ଆରଏମସି ) ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ଅନାବଶ୍ୟକୀୟ ଭାବେ ବିଭିନ୍ନ ସାମଗ୍ରୀ ଗଛିତ ରଖି ଖୁଚୁରା ବଜ଼ାରରେ କୁତ୍ରିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ପାଇବା ପରେ ଏହି ଚଢ଼ାଉ ଆରମ୍ଭ ହୋଇଛି। କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଗଛିତ ରଖିଥିବା ସାମଗ୍ରୀର ପରିମାଣ ସୂଚନା ବୋର୍ଡ ରେ ଲେଖି ନଥିବାରୁ ଜରିମାନା ମଧ୍ୟ ଆଦାୟ ହୋଇଛି। ଗତକାଲି ହୋଲସେଲରେ ଆଳୁ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବା ବେଳେ ଖୁଚୁରା ବଜାରରେ ଉଭାନ ହୋଇ ହୋଇଯାଇଥିଲା। କରୋନା ମହାମାରୀର ଦ୍ବିତୀୟ ଲହରିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଲକ୍ଡ଼ାଉନ ଜାରି କରିଥିବାବେଳେ ସକାଳୁ ଦିନ ୧୨ ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସମୟ କୋହଳ କରାଯାଇଥିଲେ ମଧ୍ୟ ଲୋକ ମାନେ ଆବଶ୍ୟକତା ଠାରୁ ଅଧିକ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ବୋହି ନେଉଛନ୍ତି। ଆଉ ଏହାର ଫାଇଦା ନେବା ପାଇଁ ବସିଛନ୍ତି କିଛି ମୁନାଫା ଖୋର୍ ବ୍ୟବସାୟୀ। ବଜାରରେ ଆଳୁ ମହଜୁଦ୍ ଥାଇ ମଧ୍ୟ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଗତକିଛି ଦିନ ହେଲା ଆଳୁ ଦର ଖୁଚୁରା ବଜାରରେ ୧୦-୧୨ ଟଙ୍କାରେ ମିଳୁଥିଲା। କରୋନା ପାଇଁ ସାପ୍ତାହିକ ସଟ୍ଡ଼ାଉନ୍ ଏବଂ ଲକ୍ଡ଼ାଉନ ଘୋଷଣା ହେବା ପରଠାରୁ ଦର ଧିରେ ଧିରେ ବୃଦ୍ଧି ପାଇ ଗତକାଲି ୨୨ ଟଙ୍କାରେ ପହଞ୍ଚିଥିଲା। କିଛି ଲୋକ ପାଇକାରୀ ବଜାରରୁ ୧୨୦୦ ତ କିଏ ୧୫୦୦ ଦେଇ ଆଳୁ କିଣି ନେଇଥିବା ବେଳେ ଯାହା ପାଖରେ ଆଳୁ ମହଜୁଦ୍ ଥିଲା ସେ ୨୮ ଟଙ୍କାରେ ଆଳୁ ବିକ୍ରି କରୁଥିଲେ। ବହୁ ବ୍ୟବସାୟୀଙ୍କ ଠାରେ ଆଳୁ ନଥିବା ଦେଖିବାକୁ ମିଳିଥିଲା। ଆଉ ଏସବୁ ଦେଖିବା ପରେ ଆଜି ଚଢ଼ାଉ କରାଯାଇଛି।

Share Now:

Kalinga News Beuro

Next Post

ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ: ସୁପ୍ରିମ୍‌ କୋର୍ଟ

Thu May 6 , 2021
ନୂଆଦିଲ୍ଲୀ: ବିଚାରପତିମାନଙ୍କ ମୌଖିକ ମନ୍ତବ୍ୟ ‘ରିପୋର୍ଟିଙ୍ଗ୍‌’ କରିବାରୁ ଗଣମାଧ୍ୟମକୁ କ୍ଷାନ୍ତ କରାଯାଉ ବୋଲି ଭାରତର ନିର୍ବାଚନ କମିସନ୍‌ କରିଥିବା ଆବେଦନକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ମାଡ୍ରାସ୍‌ ହାଇକୋର୍ଟଙ୍କ ‘ନକାରାତ୍ମକ’ ମନ୍ତବ୍ୟ ବିରୋଧରେ ନିର୍ବାଚନ କମିସନ୍‌ କରିଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ ରାୟ ଦେଇ କହିଛନ୍ତି, ଅଦାଲତର ବିଚାରଧାରା ‘ରିପୋର୍ଟିଙ୍ଗ୍‌’ କରିବାରେ ଗଣମାଧ୍ୟମ ଉପରେ କୌଣସି କଟକଣା ନାହିଁ। ଏହା ହେଉଛି ବାକ୍‌ ସ୍ବାଧୀନତା […]
ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ-ସୁପ୍ରିମ୍‌ କୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial