ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ: ସୁପ୍ରିମ୍‌ କୋର୍ଟ

ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ-ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବିଚାରପତିମାନଙ୍କ ମୌଖିକ ମନ୍ତବ୍ୟ ‘ରିପୋର୍ଟିଙ୍ଗ୍‌’ କରିବାରୁ ଗଣମାଧ୍ୟମକୁ କ୍ଷାନ୍ତ କରାଯାଉ ବୋଲି ଭାରତର ନିର୍ବାଚନ କମିସନ୍‌ କରିଥିବା ଆବେଦନକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ମାଡ୍ରାସ୍‌ ହାଇକୋର୍ଟଙ୍କ ‘ନକାରାତ୍ମକ’ ମନ୍ତବ୍ୟ ବିରୋଧରେ ନିର୍ବାଚନ କମିସନ୍‌ କରିଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ ରାୟ ଦେଇ କହିଛନ୍ତି, ଅଦାଲତର ବିଚାରଧାରା ‘ରିପୋର୍ଟିଙ୍ଗ୍‌’ କରିବାରେ ଗଣମାଧ୍ୟମ ଉପରେ କୌଣସି କଟକଣା ନାହିଁ। ଏହା ହେଉଛି ବାକ୍‌ ସ୍ବାଧୀନତା ଏବଂ ମତ ପରିପ୍ରକାଶର ଅବିଚ୍ଛେଦ୍ୟ ଅଂଶ। ସ୍ମରଣଯୋଗ୍ୟ, ଦେଶରେ କୋଭିଡ୍‌-୧୯ର ଦ୍ରୁତ ସଂକ୍ରମଣ ଲାଗି ମାଡ୍ରାସ୍ ହାଇକୋର୍ଟ ନିର୍ବାଚନ କମିସନ୍‌କୁ ଦାୟୀ କରି କହିଥିଲେ ଯେ, କମିସନ୍‌ର କର୍ମଚାରୀଙ୍କ ବିରୋଧରେ ‘ନରହତ୍ୟା’ ଅଭିଯୋଗ ଅଣାଯିବା ଉଚିତ। ଅଦାଲତଙ୍କ ଏଭଳି ମନ୍ତବ୍ୟକୁ ଚାଲେଞ୍ଜ୍‌ କରି ନିର୍ବାଚନ କମିସନ୍ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜିର ରାୟରେ ସୁପ୍ରିମ୍‌ କହିଛନ୍ତି ଯେ, ‘ରିପୋର୍ଟିଙ୍ଗ୍’ କରିବାରୁ ଅଦାଲତ ଗଣମାଧ୍ୟମକୁ ନିବୃତ୍ତ କରି ପାରିବ ନାହିଁ। ପ୍ରସଙ୍ଗକୁ ଆହୁରି ସ୍ପଷ୍ଟ କରିବାକୁ ଯାଇ ସୁପ୍ରିମ୍‌ କୋର୍ଟ ପୁଣି କହିଛନ୍ତି ଯେ, ମାଡ୍ରାସ୍‌ ହାଇକୋର୍ଟଙ୍କ ଉପରୋକ୍ତ ମନ୍ତବ୍ୟ ତାଙ୍କ (ମାଡ୍ରାସ୍‌ ହାଇକୋର୍ଟ) ରାୟର ଅଂଶବିଶେଷ ନୁହେଁ। ସମ୍ପ୍ରତି ଲୋକେ ‘ଡିଜିଟାଲ୍‌’ ମାଧ୍ୟମ ଉପରେ ଅଧିକ ନିର୍ଭରଶୀଳ ହୋଇଥିବାରୁ ସୂଚନା ପାଇଁ ଇଣ୍ଟର୍‌ନେଟ୍‌ରେ ସର୍ଚ କରୁଛନ୍ତି। ବିଚାରଧାରା ଉପରେ ରିପୋର୍ଟିଙ୍ଗ୍‌ କରିବାରୁ ଏହି ନୂତନ ମାଧ୍ୟମକୁ ବାଧା ଦେବାଦ୍ବାରା କିଛି ଲାଭ ହେବ ନାହିଁ। ଅଭିଯୋଗ କରିବା ଅପେକ୍ଷା ସାମ୍ବିଧାନିକ ସଂସ୍ଥାମାନେ ନିଜେ ଏ ସଂକ୍ରାନ୍ତରେ ବହୁ କିଛି କରିପାରିବେ।

Share Now:

Kalinga News Beuro

Next Post

ରାଜ୍ୟରେ କ‌ରୋନା ମୃତ୍ୟୁ ରହସ୍ୟମୟ

Thu May 6 , 2021
କୋଭିଡ୍‌ ମୃତ୍ୟୁର ରିଅଲ ଟାଇମ୍ ଡାଟା କେବେ ମିଳିବ ? ଭୁବନେଶ୍ବର : ଗତବର୍ଷ ରାଜ୍ୟରେ ଯେତେବେଳେ କରୋନା ସଂକ୍ରମଣ ଶୀର୍ଷରେ ରହିଥିଲା, ସେ ସମୟରେ ଦୈନିକ ହାରାହାରି ୧୪/୧୬ଜଣଙ୍କ କରୋନା ମୃତ୍ୟୁ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଉଥିଲା। ମାତ୍ର ଅକ୍ଟୋବର ଓ ନଭେମ୍ବରରେ ଦୈନିକ ସଂକ୍ରମଣ ହଜାର ତଳକୁ ହ୍ରାସ ପାଇଥିବା ବେଳେ ମଧ୍ୟ ଏହି ଧାରା ବଜାୟ ରହିଥିଲା। ଯାହାକି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅଧିକ […]
ରାଜ୍ୟରେ କ‌ରୋନା ମୃତ୍ୟୁ ରହସ୍ୟମୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial