ନିୟନ୍ତ୍ରଣ ବାହାରେ ସଂକ୍ରମଣ : ୨୪ ଘଣ୍ଟାରେ ୪.୧୪ ଲକ୍ଷ ସଂକ୍ରମିତ, ୩୯୧୫ ଜଣଙ୍କ ମୃତ୍ୟୁ

ନିୟନ୍ତ୍ରଣ ବାହାରେ ସଂକ୍ରମଣ

କର୍ଣ୍ଣାଟକରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା

ନୂଆଦିଲ୍ଲୀ : ଭାରତରେ କରୋନାଭାଇରସ୍‌ର ଦ୍ବିତୀୟ ଲହର ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପ୍ରତିଦିନ ଦେଶରେ ସଂକ୍ରମଣ ନୂଆ ରେକର୍ଡ ସୃଷ୍ଟି କରୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଏବଂ ୪,୧୪,୧୮୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ୁଥିବାରୁ ଭୟ ବଢ଼ିଛି। ଦେଶରେ ସକ୍ରିୟ ମାମଲା ମଧ୍ୟ ୩୬ ଲକ୍ଷ ପାର ହୋଇଯାଇଥିବା ବେଳେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ୟା ବଢ଼ିଛି। ଦେଶବ୍ୟାପୀ ଆଜି ସୁଦ୍ଧା କରୋନାରୁ ୧ କୋଟି ୭୬ ଲକ୍ଷ ୧୨ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ ସୁସ୍ଥ ହେବା ହାର ହ୍ରାସ ପାଇବାରେ ଲାଗିଛି ଏବଂ ଏହା ୮୧.୯୯ ପ୍ରତିଶତରେ ପହଞ୍ଚିଛି। ଏହା ସହିତ ସକ୍ରିୟ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଆଜି ଦେଶରେ ମୋଟ୍‌ ସକ୍ରିୟ ମାମଲା ୩୬ ଲକ୍ଷ ୪୫ ହଜାର ୧୬୪ ରହିଛି। ଏହା ମୋଟ ସଂକ୍ରମଣ ସଂଖ୍ୟାର ୧୬.୯୨ ପ୍ରତିଶତ। ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକରେ କରୋନା ସଂକ୍ରମଣକୁ ନେଇ ସବୁଠାରୁ ଖରାପ ସ୍ଥିତି ରହିଛି। କର୍ଣ୍ଣାଟକ ସରକାର ମେ’ ୧୦ରୁ ୨୪ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ସପ୍ତାହେ ହେଲା ୬୦ ହଜାର ପାଖାପାଖି ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୨୧୯୪ ଜଣ ସଂକ୍ରମିତ ହୋଇଥିବା ବେଳେ ଆରୋଗ୍ୟ ହାର ୮୫.୮୪ ପ୍ରତିଶତ ରହିଛି। ମୁମ୍ବାଇରେ ପରିସ୍ଥିତି ବହୁତ ଖରାପ ରହିଛି ଏବଂ ଦିନକରେ ୩୦୫୬ ଜଣ ସଂକ୍ରମିତ ହୋଇଛନ୍ତି।

Share Now:

Kalinga News Beuro

Next Post

କରୋନା ସହ ଲଢେଇ : ଓଡ଼ିଶାର ଗ୍ରାମପଞ୍ଚାୟତମାନଙ୍କୁ କେନ୍ଦ୍ର ଦେଲା ୩୩୩ କୋଟି ଆର୍ଥିକ ସହାୟତା

Sun May 9 , 2021
ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୫ଟି ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର ସରକାର ୮୯୨୩.୮ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟର ଶନିବାର ଦିନ ୨୫ଟି ରାଜ୍ୟକୁ ୮,୯୨୩ କୋଟି ୮୦ ଲକ୍ଷ ଟଙ୍କା ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥା (ଆରଏଲବି) କୁ ଅନୁଦାନ ପ୍ରଦାନ କରିଛି। ଏହି ଅନୁଦାନ ପଞ୍ଚାୟତିରାଜର ତିନୋଟି ସ୍ତର – ଗ୍ରାମ, ବ୍ଲକ ଏବଂ ଜିଲ୍ଲା ପାଇଁ ଖର୍ଚ୍ଚ ହେବ। ଅର୍ଥ ମନ୍ତ୍ରଣାଳୟ […]
କେନ୍ଦ୍ର ଦେଲା ୩୩୩ କୋଟି ଟଙ୍କାର ଆର୍ଥିକ ସହାୟତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial